ହେଡଲାଇନସ୍:

ଅନ୍ତୋଦ୍ୱୟ ଗୃହ ଯୋଜନା ର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୩୦/୦୩/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ଆଭାସି ମାଧ୍ୟମରେ ଅନ୍ତୋଦ୍ୱୟ ଗୃହ ଯୋଜନା ର ଆଜି ଶୁଭାରମ୍ଭ ହୋଇଛି। ବିଜେପି ନେତୃତ୍ଵାଧୀନ ମୋହନ ମାଝୀ ଙ୍କ ଦ୍ଵାରା କଳାହାଣ୍ଡି ଜିଲ୍ଲା ଭବାନିପାଟଣା ଠାରେ ଆଜି ଏହି ଯୋଜନାର ବିଧିବଦ୍ଧ ଶୁଭାରମ୍ଭ ହୋଇଥିଲା। ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଗରିବ ପରିବାରଙ୍କୁ ପକ୍କା ଘର ଯୋଗାଇ ଦେବାକୁ ରାଜ୍ୟ ସରକାର ଅନ୍ତୋଦ୍ଵୟ ଗୃହ ଯୋଜନା ର ଶୁଭାରମ୍ଭ କରିଛନ୍ତି। ଭିନ୍ନକ୍ଷମ,ବିଧବା,ରୋଗାକ୍ରାନ୍ତ,ସହିଦ ପରିବାର,ଘରପୋଡି ପରିବାର, ହାତି ଉପଦ୍ରବ ଓ ବନ୍ୟାବାତ୍ୟା କ୍ଷତିଗ୍ରସ୍ତ ଯୋଗ୍ୟ ପରିବାର ଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରାଯିବା ନେଇ ସରକାର ଯୋଜନା କରିଛନ୍ତି । ଏଥି ନିମନ୍ତେ ରାଜ୍ୟ ସରକାର ୩ ବର୍ଷରେ ୭୫୫୦ କୋଟି ଟଙ୍କା ବ୍ୟୟ କରିବେ ବୋଲି ଘୋଷଣା କରିଛନ୍ତି।

ହିତାଧିକାରୀଂକୁ ଘର ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ବ୍ୟେୟା ବରାଦ ରଖିଥିବା ବେଳେ ଧାର୍ଯ୍ୟ ସମୟରେ ଘର ସାରିଲେ ଅତିରିକ୍ତ ୨୦ ହଜାର ଟଙ୍କା ବନସ ଆକାରରେ ପ୍ରଦାନ କରିବେ। ଆଜିର ଏହି ଆଭାସି କାର୍ଯ୍ୟକ୍ରମରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି,ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ ଓ ଧନ ସିଂ ଭତରା, ବିଧାୟକ ପ୍ରତିନିଧି ଏମ ବୁଲୁ ରାଓ,ବିଡିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଜିପିଇଓ ପଦ୍ମନାଭ ଭାଲ୍ଲା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ,ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ ,ବ୍ଲକ ର ୧୨ ଗୋଟି ପଞ୍ଚାୟତ ର ସରପଞ୍ଚ ତଥା ଜନ ପ୍ରତିନିଧି ସହ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ଥିଲେ।

0
0
0
s2sdefault