ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଏକ ସିକିଲ୍ସ୍ ପୀଡ଼ିତ ଆଠ ବର୍ଷର ଶିଶୁକୁ ରକ୍ତ ଦେଇ ତାର ଜୀବନ ବଞ୍ଚାଇଛନ୍ତି ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନର ଯୁବ ଗୁରୁଜୀ ମିଥୁନ୍ ନାୟକ I ସୂଚନା ପ୍ରକାରେ ଭେଜିପୁଟ ଗ୍ରାମର ସାବିତ୍ରି ପ୍ରଧାନ ଏବଂ ବସନ୍ତ ପ୍ରଧାନଙ୍କ ଏକମାତ୍ର ପୁତ୍ର ହେଉଛି ଆଶିଷ ପ୍ରଧାନ I ସେ ସିକିଲ୍ସ୍ ରୋଗରେ ପୀଡ଼ିତ ଥିବାରୁ ଆଜି ତାକୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଏ ପଜିଟିଭ ରକ୍ତର ଆବଶ୍ୟକତା ଥିଲା I ଏନେଇ ଆଶିଷର ବାପା ବସନ୍ତ ଗୋବରା ମାଝୀ ଗୌରୀ ଡ୍ରେସେସ୍ ମାଲିକ ସତ୍ୟଜିତ୍ ସାହାଣିଙ୍କୁ ଯୋଗାଯୋଗ କରିଥିଲେ I ସତ୍ୟଜିତ୍ ହୋପ୍ ଓଡ଼ିଶା ବ୍ଲଡ୍ ଗୃପ୍ ସଂଗଠନ ମାଧ୍ୟମରେ ମିଥୁନ୍ ଙ୍କୁ ଖବର ଦେବା ପରେ ମିଥୁନ୍ ସଙ୍ଗେ ସଙ୍ଗେ ଯାଇ ଭଞ୍ଜନଗର ମେଡିକାଲ୍ ରେ ଆଶିଷଙ୍କ ପାଇଁ ରକ୍ତଦାନ କରିଥିଲେ I ପ୍ରକାଶ ଥାଉକି ମିଥୁନ୍ ପୂର୍ବରୁ ବହୁ ଜରୁରୀକାଳୀନ ପରିସ୍ଥିତିରେ ରୋଗୀଙ୍କୁ ରକ୍ତ ଦେଇ ସେମାନଙ୍କ ଜୀବନ ବଞ୍ଚାଇ ପାରିଥିବା ବେଳେ ଆଜି ସେ ଦ୍ଵାଦଶ ଥର ପାଇଁ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I ମିଥୁନ୍ ଙ୍କ ଏହିଭଳି କାର୍ଯ୍ୟକୁ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି I
ରାଜ୍ୟ
ଶିଶୁଙ୍କୁ ରକ୍ତଦାନ କଲେ ମିଥୁନ୍ ଗୁରୁଜୀ
- Hits: 61