ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି - ଆଜି ବିଶ୍ୱ ବନ ଦିବସ। ଏହି ପରିପେକ୍ଷୀରେ ଆଜି ରାୟଗଡା ଜିଲ୍ଲା ବନଖଣ୍ଡର ମୁନିଗୁଡା ବନାଞ୍ଚଳ ପକ୍ଷରୁ ବନାଞ୍ଚଳ କାର୍ଯ୍ୟାଳୟ ପରିସରରେ ବିଶ୍ଵ ବନ ଦିବସ ପାଳିତ ଅବସରରେ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟକୁ ପୁରସ୍କୃତ କରିଛନ୍ତି। ଏହି ଅବସରରେ ରାୟଗଡା ବନଖଣ୍ଡ ଅଧିକାରୀ ସଚିନ ଅନାସାହେବ ଓହଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତୁଳନୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରି ଆଜି ଏହି ଦିବସରେ ପୁରସ୍କୃତ କରିଛନ୍ତି। ବିଶ୍ବ ବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଫେସର୍ ଡ ପ୍ରେମଂଶୁ ଶେଖର ରଥ ଯୋଗ ଦେଇ ମୁଖ୍ୟ ଅତିଥିଙ୍କ ଠାରୁ ମାନପତ୍ର ସହ ଦଶ ହଜାର ଟଙ୍କାର ଚେକ୍ ଗ୍ରହଣ କରିଛନ୍ତି।ଏହି ସଭାରେ ସମ୍ମାନୀୟ ଅତିଥି ଭାବେ ସହକାରୀ ବନ ସଂରକ୍ଷକ ଅଶୋକ କୁମାର ପ୍ରଧାନ, ସନ୍ଦୀପ କୁମାର ପୃଷ୍ଟି ଓ ସତୀଶ ଧାରୁଆ, ପ୍ରୋବେସନାରୀ ଅଧିକାରୀ ପ୍ରତୀକ ପ୍ରକାଶ ହିଣ୍ଡଲକୋ, ବନାଞ୍ଚଳ ଅଧିକାରୀ ଗଙ୍ଗାଧର ମିଶ୍ର,ଅନିଲ କୁମାର ବଳ ସମତେ ରାୟଗଡା ଜିଲ୍ଲାର ଅନ୍ୟାନ୍ୟ ବନାଞ୍ଚଳ ଅଧିକାରୀ, ବନପାଳ,ବନରକ୍ଷୀ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ବିଶ୍ଵବିଦ୍ୟାଳୟର ସଭାପତି ଡ. ସତ୍ୟ ପ୍ରକାଶ ପଣ୍ଡା , ଉପ ସଭାପତି ଡ. ଚନ୍ଦ୍ରଧ୍ୱଜ ପଣ୍ଡା , ମହା ନିର୍ଦ୍ଦେଶକ ଡ. ଜଗଦୀଶ ପଣ୍ଡା , କୁଳପତି ଡ. ଏ.ଭି.ଏନ.ଏଲ ଶର୍ମା , ରେଜିଷ୍ଟ୍ରାର ଡ. ଏନ.ଭି. ଜଗନ୍ନାଥ ରାଓ ପ୍ରମୁଖ ବିଶ୍ବବିଦ୍ୟାଳୟ ଟିମକୁ ଶୁଭେଛା ଓ ଶୁଭ କାମନା ଜଣାଇଛନ୍ତି।