ଗାଇସିଲେଟ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଗ୍ରାମ ଠାରେ ଚତୁର୍ଥ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପଣ୍ଡିତ ମାନଙ୍କ ପୂଜାପାଠରେ ସୂର୍ଯ୍ୟ ପୂଜା, ବ୍ରହ୍ମଣ ପୂଜନ,ଶାଲାଧିଷ୍ଠିତ ଦେବତା ପୂଜା,ମୁଖ୍ୟ ଦେବତା ପୂଜା,ଚଣ୍ଡୀ ହୋମ ଓ ନାମାରମ୍ଭ ହୋଇଥିଲା । ନୀଳମାଧବ ଚରିତ୍ର ( ଶ୍ରୀ ଜଗନ୍ନାଥ)ଉପରେ ଏକ ଖୋଲା ମଞ୍ଚ ଦରବାର ବିଜେପୁର ବିଧାୟକ ସନତ କୁମାର ଗଡତିଆଙ୍କ କରକମଲରେ ଉଦଘାଟିତ ହୋଇଥିଲା । ଭକ୍ତ ମାନଙ୍କ ପାଇଁ ପାରାୟଣ ପଠନ ହୋଇଥିବା ବେଳେ ଆଚାର୍ଯ୍ୟ ଭରତ ଶାସ୍ତ୍ରୀଙ୍କ ତତ୍ତ୍ଵାବଧାନରେ ବାରଣାସୀରୁ ଆସିଥିବା ପଣ୍ଡିତ ନିଖିଲ ତ୍ରୀଙ୍ଗି, ରିଶବ ଟିବାରି,ହର୍ସ ଟିବାରିଙ୍କ ଦ୍ଵାରା ଗଙ୍ଗା ଆଳତି ଆକର୍ଷଣୀୟ ହୋଇଥିଲା ଏହା ପ୍ରତିଦିନ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ରୁମକୁ ଝୁମା ସାଂସ୍କୃତିକ କଳା ପରିଷଦ ବରଗଡ଼ ଯୋଗ ଦେଇଥିବା ବେଳେ ସାମାଜିକ ନାଟକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମିନା ବଜାରରେ ଶତାଧିକ ଦର୍ଶକ ମାନଙ୍କର ସମାବେଶ ହୋଇଥିବା ବେଳେ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ଜଗନ୍ନାଥ ସେନା ଘନାମାଲ, ବରାହାମୁଣ୍ଡା ଗ୍ରାମବାସୀ ସାହାଯ୍ୟ କରୁଛନ୍ତି । ଗ୍ରାମ୍ୟ କମିଟି, ଉପଦେଷ୍ଟା କମିଟି, ଶାନ୍ତି କମିଟି,ଯୁବ ଗୋଷ୍ଠୀ ଏବଂ ପୋଲିସ ବିଭାଗ ସହଯୋଗ କରିଥିଲେ ।
ରାଜ୍ୟ
ଚତୁର୍ଥ ଦିବସରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ମହୋତ୍ସବ
- Hits: 268