ହେଡଲାଇନସ୍:

ଓଡ଼ଗାଁ ରେ ସହିଦ୍ ଦିବସ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୩।୩(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିରେ ରାଷ୍ଟ୍ରୀୟ ହିନ୍ଦୁ ସେନା ପକ୍ଷରୁ ରବିବାର ସହିଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ଗାଁ ରଘୁନାଥଙ୍କ ମନ୍ଦିର ଠାରୁ ତହସିଲ ଅଫି ସାମ୍ନା ହେମାମାଳୀ ମନ୍ଦିର ପର୍ଯ୍ୟନ୍ତ ସହିଦ୍ ମାନଙ୍କ ଉଦେଶ୍ୟରେ ଶ୍ଳୋଗାନ ଦେଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସୁଶାନ୍ତ କୁମାର ସାହୁ, ଅଚ୍ୟୁତାନନ୍ଦ ପଣ୍ଡା, ବ୍ରଜବନ୍ଧୁ ଆଚାରୀ, ରାଜେଶ ସେଠୀ, ହିମାଦ୍ରୀ କୁମାର ମହାରଣା, ମଙ୍ଗୁଳି ମୁଦୁଲି ପ୍ରମୁଖ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ । ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ବର୍ତ୍ତମାନର ପାକିସ୍ତାନ ଲାହୋର ସେଣ୍ଟ୍ରାଲ ଜେଲରେ ଭଗତ୍ ସିଂ, ଶିବରାମ ରାଜଗୁରୁ, ଶୁଖଦେବଙ୍କୁ ଫାସି ଦିଆଯାଇଥିଲା । ଏହି ସହିଦ୍ ହୋଇଥିବା ସଂଗ୍ରାମୀଙ୍କ ସ୍ମୃତି ଉଦ୍ଧେଶ୍ୟରେ ମାର୍ଚ୍ଚ ୨୩ ତାରିଖକୁ ସହିଦ୍ ଦିବସ ଭାବେ ପାଳନ କରାଯାଉଛି ।

0
0
0
s2sdefault