ରାତି ଅଧିଆ କାମକୁ ରଫାଦଫା କରିବା ପାଇଁ ଚେଷ୍ଟା ଚଳାଇଛି ଏବିଆଇ ନାମକ ଏକ ଠିକା ସଂସ୍ଥା , ବିଭାଗ ଅଧିକାରୀ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜୁନିୟର ଇଞ୍ଜିନିୟର ଠିକାସଂସ୍ଥାର ଗେହ୍ଲା ଶଶୁର ସାଜିଥିବା ସଧାରଣରେ ଚର୍ଚ୍ଚାର ପ୍ରମୂଖ କେନ୍ଦ୍ର ପାଲଟିଛି
ସୁନ୍ଦରଗଡ଼:- ପୂର୍ତ୍ତବିଭାଗ ସୁନ୍ଦରଗଡ଼ ଶୂନ୍ୟ ଶୂନ୍ୟରେ ଡୁପ୍ଲିକେଟ ନନବ୍ରାଣ୍ଡ ଲୁହାରଡ ଜାଳି ଲଗାଇ ନିମ୍ନ ମାନର କଂକ୍ରିଟ ଡ୍ରେନ ଓ ଡିଭାଇଡର କାର୍ଯ୍ୟ ସୁନ୍ଦରଗଡ଼ ସହରରେ କରିଥିବା ନେଇ ଜିଲ୍ଲାବାସୀଙ୍କ କୋହ ଦେଖିବା ପାଇଁ ମିଳିଛି, ମାସମାସ ଧରି ନିର୍ମାଣ କାର୍ଯ୍ୟ ଟେଣ୍ଡର ପାଇଥିବା ଏବିଆଇ ନାମକ ଏକ ଠିକା ସଂସ୍ଥା ପକାଇ ରଖିଥିଲା ଯେମିତି ମାର୍ଚ୍ଚ ୧୫ ତାରିଖ ପହଞ୍ଚିବା ସମୟ ହୋଇଛି ୧୦ ରୁ ୧୫ ଦିନରେ ରାତିଆଧିଆ କାର୍ଯ୍ୟକୁ ଶାଗମାଛ ଦରରେ ଦୁପ୍ଲିକିଟ ଲୁହାରଡ଼, ପଥର ପାଉଡର ଦେଇ କିଛି ପରିମାଣରେ ନନବ୍ରାଣ୍ଡ ସିମେଣ୍ଟ ଏବଂ ପଥରଗୁଣ୍ଡ ଆଇଜେକ୍ସ ଦ୍ୱାରା ଆଣି ବେଡ ପକାଇ ସାଧାରଣ ଲୋକଙ୍କୁ ଭକୁଆ ବନାଇବା ପାଇଁ ପ୍ରାୟାସ କରିଛି ଏବଂ ଏହି ନିର୍ମାଣ କାର୍ଯ୍ୟରେ ପୂର୍ତ୍ତବିଭାଗ ଅଧିକାରୀ, ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ଜୁନିୟର ଇଞ୍ଜିନିୟର ପୂର୍ଣ୍ଣ ମାତ୍ରାରେ ଠିକା ସଂସ୍ଥା କୁ ସହଯୋଗ କରୁଥିବା ପାଇଁ ହିଁ ଠିକା ନେଇଥିବା ସଂସ୍ଥା ସାହସ ଯୁଟାଇ ହିଁ ଏହିପରି କାର୍ଯ୍ୟ କରୁଥିବା ଜିଲ୍ଲା ବାସୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ ବାହାରିଛି | ସାଧାରଣ ଜନତାଙ୍କ ଅଭିଯୋଗ ପୂର୍ତ୍ତବିଭାଗ ହିଁ ଠିକାଦାରକୁ ପ୍ରସୟ ଦେଉଛି ତେଣୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଏହାକୁ ଗମ୍ଭୀରତା ସହ ନେଇ ଲୁହାରଡ଼ ଏବଂ କଂକ୍ରିଟର ମାନ ନିର୍ଦ୍ଧାରଣ କରୁଥିବା ବିଭାଗକୁ ଦିଆଯାଉ ଏବଂ ଜେଉ ଅଧିକାରୀ ମାନେ ସାଧାରଣ ଜନତାଙ୍କ ଟ୍ୟାକ୍ସ ଟଙ୍କାରୁ ଟିଆରି ହେଉଥିବା ଡ୍ରେନ ଓ ଡିଭାଇଡର କୁ ଡୁପ୍ଲିକେଟ କରିବା ପାଇଁ ପ୍ରୟାସ କରିବାକୁ ଚେଷ୍ଠା କରିଛନ୍ତି ସେହିପରି ବେବିଚାରି ଆତ୍ୟଚାରୀ ମାନଙ୍କ ଉପରେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ଏବଂ ହସ୍ପିଟାଲ ଛ ତିଆରି ହେଇଥିବା ଡିଭାଇ ଡର ଓ ଡ୍ରେନ୍ କୁ ପୁର୍ଣ୍ଣମାତ୍ରାରେ ନୂତନଭାବେ ଠିକ ଭାବରେ କରାଯାଉ ଓ ଯଦି ଠିକା ନେଇଥିବା ସଂସ୍ଥାନାମରେ ମଧ୍ଯ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଜିଲ୍ଲା ବାସୀଙ୍କ ଦାବୀ ହୋଇଛି | ଏଠାରେ ସୂଚନା ଯୋଗ୍ୟଯେ ମେଡିକାଲ ଛକ ଠାରୁ ରଙ୍ଗାଢିପା ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପୂର୍ତ୍ତ ବିଭାଗ ଦ୍ୱାରା ଚାଲୁଛି, ରାସ୍ତାର ଉଭୟ ପାର୍ଶ୍ଵରେ ଡ୍ରେନ ନିର୍ମାଣ ସହ ରାସ୍ତା ମଝିରେ ଡିଭାଇଡର ନିର୍ମାଣ ଚାଲିଛି, ଏହାକୁ ଏବିଆଇ ନାମକ ଏକ ଠିକା ସଂସ୍ଥା କାର୍ଯ୍ୟ କରୁଛି,ଏହି କାର୍ଯ୍ୟ ଅତି ନିମ୍ନମାନ ର ହଉଥିବା ଦେଖିବାକୁ ମିଳିଛି, ଡ୍ରେନ ପାଇଁ ମାଟି ଖୋଳା ପରେ ଚାରି ଇଞ୍ଚ ସିମେଣ୍ଟ କଂକ୍ରିଟ ହେବା ନେଇ ଅଟକଳ ଥିବା ବେଳେ ଗୋଟେ ଇଞ୍ଚ ଲେଖା କଂକ୍ରିଟ ଢାଳି ଠିକାଦାର କାମ ସାରୁଥିବା ସ୍ପଷ୍ଟ ଭାବେ ଦେଖା ଯାଉଛି,କେତେକ ସ୍ଥାନରେ ଡ୍ରେନ ମୁକୁଳା ଅବସ୍ଥାରେ ପଡିଛି,ଅନ୍ୟ ପକ୍ଷରେ ମଝିରେ ତିଆରି ହୋଇଥିବା ଡିଭାଇଡର ଗୁଡିକ ଢ଼ଳେଇ ଦିନ ହିଁ ଭାଙ୍ଗି ଯାଉଥିବା ବେଳେ ତାକୁ ପୁଣି ଆଉଥରେ ନିର୍ମାଣ କରୁଥିବା ଦେଖିବାକୁ ମିଳୁଛି କମ ସିମେଣ୍ଟ ବ୍ୟବହାର ଯୋଗୁଁ ବର୍ତ୍ତମାନ ମଧ୍ୟ ବିଭିନ୍ନ ସ୍ଥାନରେ ଭଙ୍ଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି, ସହର ମୁଖ୍ୟ ରାସ୍ତା ଉପରେ ଏଭଳି ନିମ୍ନମାନ ର କାର୍ଯ୍ୟ ଚାଲୁଥିଲା ବେଳେ ବିଭାଗୀୟ ଯନ୍ତ୍ରୀ ଚୁପ, ଏ ନେଇ ସାଧାରଣ ଜନତା ପ୍ରଶ୍ନ କରିବାରୁ ଠିକାଦାର ନାଲି ଆଖି ଦେଖେଇ, ମନଇଚ୍ଛା କାର୍ଯ୍ୟ କରିବାର ଚାଲିଛି, କିଛି ଦିନ ପୂର୍ବରୁ ପୁରୁଣା ବସଷ୍ଟାଣ୍ଡ ନିକଟରେ ରାତିରେ ପିଚୁ ଢଳାଗଲା କିନ୍ତୁ ସକାଳେ ପିଚୁ ପରସ୍ତ ପରସ୍ତ ହୋଇ ଉଠି ଯାଇଥିବା ଖବର ସବୁ ଗଣମାଧ୍ୟମରେ ପ୍ରକାଶ ପାଇଲା, ନିମ୍ନମାନର କାର୍ଯ୍ୟ କରି ଠିକାଦାର ମାଲେମାଲ ହଉଥିବା ବେଳେ ଯନ୍ତ୍ରୀ -ଠିକାଦାର ମଧୁଚନ୍ଦ୍ରିକା ଯୋଗୁଁ ସାଧାରଣ ଲୋକଙ୍କୁ ଏଠି ଭକୁଆ ବନାଯାଉଛି |