ସାନତୁଣ୍ଡି ପଞ୍ଚାୟତ ଠାରେ ମହାମାଇ ମହାସଙ୍ଘର ଭିଜନ ତାଲିମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗତ ୧୮ ମାର୍ଚ୍ଚ ୨୦୨୫ ଠାରୁ ୨୨ ମାର୍ଚ୍ଚ ୨୦୨୫ , ୫ ଦିନ ଧରି ଓଡିଶା ଜୀବିକା ମିଶନ ଦ୍ବାରା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ସାନତୁଣ୍ଡି ପଞ୍ଚାୟତ ଠାରେ ମହାମାଇ ମହାସଙ୍ଘର ଭିଜନ ତାଲିମ ଶେଷ ହୋଇଛି।
ଉକ୍ତ ତାଲିମରେ ୩୨ ଜଣ ଇସି ସଭ୍ୟା ଓ କମ୍ୟୁନିଟି ସୋପର୍ଟ ଷ୍ଟାଫ୍ ଯୋଗ ଦେଇ ଥିଲେ। ତାଲିମଦାତା ଲଙ୍ଗରାଜ ପାଣିଗ୍ରାହୀ ଓ ମଳୟ ମାଧୁରୀ ଦେବୀ , ୫ ଦିନିଆ ତାଲିମ ପ୍ରଦାନ କରିଥିଲେ। ତାଲିମର ଉଦ୍ଦେଶ୍ୟ ଥିଲା ଆସନ୍ତା ୫ ବର୍ଷ ରେ ମହାସଙ୍ଘର ବିକାଶରେ ପରିବର୍ତ୍ତନ ଆଣିବା ଏବଂ ସ୍ୱପ୍ନ କୁ ସାକାର କରିବା ପାଇଁ ସଂକଳ୍ପ ନେବା। ଉକ୍ତ ତାଲିମରେ ମୁଖ୍ୟ ବିଷୟ ଥିଲା।
ଏକତାର ଶକ୍ତି କୁ ବୁଝିବା , ନିଜେ , ପରିବାରରେ , ଗାଁ ର ୫ ବର୍ଷ ପାଇଁ ସ୍ୱପ୍ନ କଣ ଦେଖିବା , ପରିବର୍ତ୍ତନ କ୍ଷେତ୍ରକୁ ଚିହ୍ନଟ କରିବା ମୁଖ୍ୟତଃ ୩ଟି ପରିବର୍ତ୍ତନ କ୍ଷେତ୍ର ଶିକ୍ଷା , ସ୍ୱାସ୍ଥ୍ୟ , ଜୀବନ ଜୀବିକା ପାଇଁ ଆତ୍ମ ବିଶ୍ୱାସ ସୃଷ୍ଟି କରିବା , ଆଭ୍ୟନ୍ତରୀଣ ଓ ସେବା ପ୍ରଦାନକାରୀ ଅନୁଷ୍ଠାନ , ବିକାଶକୁ ମାପିବା ସହ ଦଳଗତ ଆଲୋଚନା , ସମସ୍ୟା ସମାଧାନ ମାନବ ଗଣ୍ଠି ଖେଳ , ସୁବିଧା ପ୍ରଦାନକାରୀ - ଦଉଡି ଟଣା ଖେଳ , ଶେଷରେ ମହାସଙ୍ଘର ଭିଜନ ଷ୍ଟେଟ୍ ମେଣ୍ଟ୍ ଶପଥ ପାଠ । ଆଞ୍ଚଳିକ ମଞ୍ଚର ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ବାପିନୀ କାର୍ଜି , ଏମ୍.ବି.କେ ଙ୍କ ତତ୍ବାବଧାନରେ ପରିଚାଳିତ ହେଇଥିଲା।
ଓଡ଼ିଶା ଜିବୀକା ମିଶନର ବି.ପି.ଏମ୍ ଶ୍ରୀ ପ୍ରଫୁଲ କୁମାର ନାଗବଂଶ , ରାୟଗଡ ବ୍ଲକ ସହଯୋଗ କରିଥିଲେ। ଶେଷ ଦିନରେ ସରପଞ୍ଚ ଶ୍ରୀମତୀ ସଂଘମିତ୍ରା ଶବର , ସାନତୁଣ୍ଡି ପଞ୍ଚାୟତ ଉପସ୍ଥିତ ଥାଇ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଥିଲା।

0
0
0
s2sdefault