ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ୱ ଜଳ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁଵର୍ଣ୍ଣପୁର ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଗଜବନ୍ଧ କ୍ଲଷ୍ଟର ଅନ୍ତର୍ଗତ ବ୍ରାହ୍ମଣୀପାଲି ପ୍ରାଥମିକ ବିଦ୍ୟାଳୟ ରେ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ପ୍ରମିଳା ଭୁଏ ଙ୍କ ତତ୍ୱାବଧାନ ରେ ଛାତ୍ରଛାତ୍ରୀ ମାନେ ଜଳ ଉତ୍ସ ଗୁଡିକର ଯତ୍ନ ନେବାର ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ l ଜଳ ପ୍ରଦୂଷଣ ର କାରଣ ଓ ନିରାକରଣ ବିଷୟ କୁ ନେଇ କୁଇଜ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ବକ୍ତୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ବିଜୟୀ ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା l ପ୍ରଧାନ ଶିକ୍ଷୟିତ୍ରୀ କୁମୁଦିନୀ ମହାନନ୍ଦ ଉଦ୍ଦେଶ୍ୟ ଜ୍ଞାପନ କରି ଚଳିତ ବର୍ଷ ର ବାର୍ତ୍ତା ହିମବାହ ସଂରକ୍ଷଣ ରହିଛି ବୋଲି କହିଥିଲେ l ସମସ୍ତେ ଜଳ ସଂରକ୍ଷଣ କରିବା ଓ ଅନ୍ୟ ମାନଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ନେଇଥିଲେ l ଶିକ୍ଷକ ଅଭିରାମ ପରାଭୂଏ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷୟିତ୍ରୀ ରଶ୍ମିତା କୁଅଁର ଧନ୍ୟବାଦ ଅର୍ପଣ କରିଥିଲେ l ସମସ୍ତ ଛାତ୍ରଛାତ୍ରୀ ଓ ଏସଏମସି ସଭ୍ୟସଭ୍ୟା ସହଯୋଗ କରିଥିଲେ l

0
0
0
s2sdefault