ବରପାଲି ରେ ୧୪୮ତମ ଶୀତଳ ଷଷ୍ଠୀ ଯାତ୍ରା ମହୋତ୍ସବ ପାଇଁ ନିର୍ଦ୍ଧାରିତ ହେଲା ଲଗ୍ନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରପାଲି :-ବରପାଲିର ୧୪୮ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପଣ୍ଡିତମାନଙ୍କ ବୈଠକ ଯାତ୍ରା କମିଟିର ଭଣ୍ଡାର ଗୃହରେ ବସି ଯାତ୍ରାର ଲଗ୍ନ ନିର୍ଦ୍ଧାରଣ କରାଯାଇଛି । ଆସନ୍ତା ଏପ୍ରିଲ ୩୦ ତାରିଖରେ ଅକ୍ଷୟ ତୃତୀୟା ତିଥିରେ ଥାଳଉଠା କାର୍ଯକ୍ରମ ହେବ । ମେ ମାସ ୨୭ ମଙ୍ଗଳବାର ଠାରୁ ୦୨ ଜୁନ୍ ସୋମବାର ପର୍ଯ୍ୟନ୍ତ ୧୪୮ ତମ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବ।ମେ ମାସ ୨୭ ତାରିଖ ଜ୍ୟେଷ୍ଠ ଶୁକ୍ଳପକ୍ଷ ପ୍ରତିପଦାରୁ ଶୁଭାରମ୍ଭ ହୋଇ ବାବା କପିଳେଶ୍ଵରଙ୍କ ଯାତ୍ରା ମଣ୍ଡପକୁ ଆନୟନ ଶୋଭାଯାତ୍ରା ଓ ରାତ୍ରରେ ଭଣ୍ଡାର ଗୃହରେ ସଂସ୍ଥାପନ ହେବ। ୨୮ତାରିଖରେ ବୈଦିକ ରୀତିରେ ରୁଦ୍ରଯଜ୍ଞ ଶୁଭାରମ୍ଭ ଓ ସନ୍ଧ୍ୟାରେ ଯାତ୍ରା ମଣ୍ଡପରୁ ହିମାଦ୍ରି ନଗରକୁ ଶୋଭାଯାତ୍ରା ସହ ରାତ୍ରରେ କନ୍ୟା ମନୋନୟନ ଓ ସ୍ବୀକୃତି (ପତରପେଣ୍ଡି) ପ୍ରଦାନ କାର୍ଯ୍ୟକ୍ରମ ରହିଛି। ୨୯ତାରିଖ ରାତ୍ରରେ ଭୈରବ ଵାବାଙ୍କ ନିମନ୍ତ୍ରଣ (ଭୈରବ ବୁଲା ଶୋଭାଯାତ୍ରା), ୩୦ ତାରିଖ ଦିନ ବିଗତବର୍ଷର ହିମାଦ୍ରୀ ନଗରକୁ ଶୋଭାଯାତ୍ରା, ଗଣ୍ଠିଆଳ ଫିଟା କାର୍ଯକ୍ରମ ପରେ ଭଣ୍ଡାର ଗୃହରେ ତେଲ ହଲଦି, ଅଳଙ୍କାର ଧାରଣ ପାଇଁ ହିମାଦ୍ରୀ ନଗରକୁ ଶୋଭାଯାତ୍ରା, ବରଧରା ପରେ ରାତ୍ରରେ ବିରାଟ ଶୋଭାଯାତ୍ରା ସହ ଶ୍ରୀ ଶ୍ରୀ କପିଳେଶ୍ଵର ବାବାଙ୍କ ବରାନୁଗମନ ଶେଷରେ ବାଟ ବରଣ ଅନୁଷ୍ଠିତ ହେବ। ଜୁନ୍ ୩୧ରେ ବିବାହ ପାଣିଗ୍ରହଣ ପରେ ଶିବ ପାର୍ବତୀଙ୍କ ବୈଠକି ଯାତ୍ରା ଏବଂ
ଜୁନ ୦୧ତାରିଖ ଦିନ ହାକରାଭାର ସହ ନିମନ୍ତ୍ରଣ ଓ ରୁଦ୍ରଯଜ୍ଞ ପୂର୍ଣ୍ଣାହୁତି, ଜଗତ ଜନନୀ ମା' ପାର୍ବତୀଙ୍କ ଶ୍ଵଶୁରାଳୟକୁ ଆଗମନ, ଯାତ୍ରା କମିଟି ପକ୍ଷରୁ ଶତ ଆରତୀ ସମ୍ବର୍ଦ୍ଧନା ପରେ ଲମ୍ବାନୀ ଶୋଭାଯାତ୍ରା ଓ ଶ୍ରୀ ଶ୍ରୀ କପିଳେଶ୍ବର ବାବା ଓ ଜଗତ ଜନନୀ ମାତା ପାର୍ବତୀଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ରହିଛି। ଜୁନ୍ ୦୨ରେ ଶିବ ପାର୍ବତୀଙ୍କ ପ୍ରତ୍ୟାବର୍ତ୍ତନ ଶୋଭାଯାତ୍ରା, ରାଜବାଟି ଠାରେ ମହତି ଭୋଗ ଅର୍ପଣ ଓ ସନ୍ଧ୍ୟା ସମୟରେ ଶିବ ପାର୍ବତୀଙ୍କ ମନ୍ଦିର ପ୍ରବେଶ ସହ ଯାତ୍ରା ସମାପନ କାର୍ଯ୍ୟକ୍ରମ ହେବ । ଅନୁଷ୍ଠିତ ବୈଠକରେ ପଣ୍ଡିତ ରବୀନ୍ଦ୍ର ଦାଶ, ଡ.ସରୋଜ କୁମାର ଦାଶ, କୃଷ୍ଣଚନ୍ଦ୍ର ଦେବତା, ପିନାକୀ ଦାଶ, ସଦାନନ୍ଦ ଦାଶ, ହେମନ୍ତ ମିଶ୍ର ଏବଂ ଯାତ୍ରା କମିଟିର ସମ୍ପାଦକ ଜୟନ୍ତ କୁମାର ତ୍ରିପାଠୀ, ବିନୋଦ ବିହାରୀ ଶୁସାରି, ଚନ୍ଦନ ସାହୁ, ଲିପନ ଦାଶ, ଗୋପାଳ ରାଉତ, ଉତ୍ତମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault