ହେଡଲାଇନସ୍:

ଗ୍ରୀଷ୍ମ ପ୍ରବାହ ମୁକାବିଲା ନିମନ୍ତେ ପ୍ରସ୍ତୁତିକୁ ସମୀକ୍ଷା କଲେ ଜିଲ୍ଲାପାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ରlୟଗଡ଼ :-ତା. ୨୦/୦୩-ଚଳିତ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାକୁ ମୁକାବିଲା କରିବା ନିମନ୍ତେ ରାୟଗଡ ଜିଲ୍ଲାରେ ପ୍ରସ୍ତୁତିକୁ ଆଜି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ ସମୀକ୍ଷା କରିଛନ୍ତି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନବୀନ ନାୟକ, ଜିଲ୍ଲାମୁଖ୍ୟ ଉନ୍ନୟନ ଅଧିକlରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ,ଜିଲ୍ଲାପରିଷଦ ଶ୍ରୀ ଅକ୍ଷୟ କୁମାର ଖେମୁଣ୍ଡୁ,ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣଦୀପ ସାହାଟେ, ଉପଜିଲ୍ଲାପାଳ ରାୟଗଡ଼ ଶ୍ରୀ ରମେଶ ଜେନାଙ୍କ ଉପସ୍ଥିତ ରେ ସମୀକ୍ଷା କରିଥିଲେ l ବୈଠକରେ ମୁଖ୍ୟତଃ ଗ୍ରୀଷ୍ମ ଋତୁରେ ପ୍ରତ୍ୟେକ ଗ୍ରାମ ପଂଚାୟତ, ସହରାଞ୍ଚଳ ଓ ଜନଗହଳି ସ୍ଥାନ ମାନଙ୍କରେ ଜଳଛତ୍ର ଖୋଲିବl ନିମନ୍ତେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ଜଳକ୍ଲୀଷ୍ଟ ସ୍ଥାନମାନଙ୍କରେ ନଳକୂପ ପରୀକ୍ଷା ନିରୀକ୍ଷା କରିବା ଓ ଆବଶ୍ୟକ ସ୍ଥଳେ ତୁରନ୍ତ ମରାମତି କରିବାକୁ କହିଛନ୍ତି l ଜଳକ୍ଲୀଷ୍ଟ ସ୍ଥାନ ମାନଙ୍କ ଚି଼ହ୍ନଟକରି ଆବଶ୍ୟକ ସ୍ଥଳେ ନୂତନ ନାଳକୂପ ଆସନ୍ତା ମାର୍ଚ୍ଚ ୩୧ସୁଦ୍ଧା ଖନନ କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ନିର୍ବାହୀ ଅଧିକାରୀ ମାନଙ୍କୁ ଓ ଗ୍ରାମ୍ୟ ଜଳାଯୋଗାଣ ସଂସ୍ଥାର ଅଧିକାରୀଙ୍କୁ ଜିଲ୍ଲାପାଳ କହିଛନ୍ତି l ପ୍ରତ୍ୟେକ ବ୍ଲକରେ ଓ ସହରାଞ୍ଚଳରେ ନିୟନ୍ତ୍ରଣ କକ୍ଷ ଖୋଲାଯିବ l ପାଣି ସମସ୍ୟା ସମାଧାନ ନିମନ୍ତେ ସମସ୍ତ ଵିଡିଓ ମlନେ ନିଜଆଡୁ ସ୍ୱତପ୍ରବୃତ ଭାବରେ ସମାଧାନ କରିବେ l ଗ୍ରଷ୍ମ ପ୍ରବାହ ଵିମନ୍ତେ ସତର୍କତା ଅବଲମ୍ବନ ନିମନ୍ତେ ବ୍ୟାପକ ଜଣସଚେତନତା କରାଯିବ l ଅଙ୍ଗନବାଡି କେନ୍ଦ୍ର ଆସନ୍ତା କାଲି ସକାଳ ୭ଘଟିକାରୁ ୯ଘଟିକା ପର୍ଯ୍ୟନ୍ତ ଚାଲିବ l ବିଦ୍ୟାଳୟ ଆସନ୍ତା କାଲି ଠାରୁ ସକାଳୁଆ ହେବ l ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ରରେ ଯଥେଷ୍ଟ ପାଣି ଓ ଓଆରଏସ ମହଜୁଦ ରଖିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି l ପ୍ରତ୍ୟେକ କାର୍ଯ୍ୟ ୧୧. ୦୦ଘଟିକାରୁ ଦିନ ୩. ୦୦ଘଟିକା ପର୍ଯ୍ୟନ୍ତ ବନ୍ଦ ରହିବ ଓ ସେଠାରେ ପିଇବା ପାଣି ଓ ଚାମୁଣ୍ଡା ବ୍ୟବସ୍ଥା କରାଯିବ l ବସ ଚଳାଚଳ ମଧ୍ୟ ସକାଳ ୧୧. ୦୦ଘଟିକାରୁ ଅପରାହ୍ନ ୩. ୦୦ଘଟିକା ପର୍ଯ୍ୟନ୍ତ ଚଳାଚଳ ବନ୍ଦ ରହିବ l ସ୍ୱାସ୍ଥ୍ୟ ବିଭାଗ ତରଫରୁ ଅବଶୁଘାତ ରୋଗୀ ମାନଙ୍କ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱତନ୍ତ୍ର କୋଠରୀ ମହଜୁଦ ରହିବ ଓ ନିୟନ୍ତ୍ରଣ କେନ୍ଦ୍ର ଖୋଲିବ l ବନବିଭାଗ ତରଫରୁ ଜଙ୍ଗଲ ନିଆଁ ଲିଭାଇବା ଵିମନ୍ତେ ପଦ୍ଧକ୍ଷେପ ନେବେ l ପ୍ରାଣୀ ଚିକିତ୍ସା ବିଭାଗ ତରଫରୁ ପ୍ରାଣୀମାନଙ୍କ ସ୍ୱାସ୍ଥ୍ୟ ଓ ପିଇବା ପାଣି ବ୍ୟବସ୍ଥା କରିବେ l ବିଦ୍ୟୁତ ବିଭାଗ ତରଫରୁ ଅନବରତ ବିଦ୍ୟୁତ ଯୋଗାଇବେ l ଅଗ୍ନି ସମ୍ମ ବିଭାଗ ତରଫରୁ ସତର୍କ ରହିବାକୁ କୁହାଯାଇଛି l ଏହି ବୈଠକରେ ଜିଲ୍ଲାର ସମସ୍ତ ବିଡ଼ିଓ, ତହସିଲଦାର, ଜିଲ୍ଲାସ୍ଥରୀୟ ଅଧିକାରୀମlନେ ଯୋଗଦେଇଥିଲେ l

0
0
0
s2sdefault