ଖୋର୍ଦ୍ଧାରୁ ( ସେକ ଜାଫର) -: ଖୋର୍ଦ୍ଧା ସହର ଏବଂ ଏହାର ଆଖ ପାଖ ଅଞ୍ଚଳ ଖଣି ମାଫିଆ ମାନଙ୍କ ଦୌରାତ୍ମ ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସାଧାରଣ ଲୋକେ ଏଥିରେ ଅଣ ନିଶ୍ୱାସୀ ହୋଇପଡିଛନ୍ତି l ଏପରିକି ପରିବେଶ ସନ୍ତୁଳନ ଉପରେ ଏହାର କୁ ପ୍ରବାହ ପଡୁଛି l ବେଆଇନ ଖଣି ଗୁଡିକ ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ଙ୍କର କଡା ଆଭିମୁଖ୍ୟ ପରେ ଏବଂ ପୁଲିସ ମହା ନିର୍ଦେଶକଙ୍କ ନିର୍ଦେଶ ପରେ ଖୋର୍ଦ୍ଧା ଜ଼ିଲ୍ଲା ପୁଲିସ ଚୋରା ପଥର ଖଣି ଗୁଡିକ ଉପରେ ଚଢ଼ାଉ ଜାରି ରଖିଛି l
ଏକ ବିଶେଷସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରୀକା ନାଥ ଖୋର୍ଦ୍ଧା ର ଅତିରିକ୍ତ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଳ ସିଂ ଙ୍କ ନେତୃତ୍ୱ ରେ ଏକ ଟିମ ଗଠନ କରି ଖୋର୍ଦ୍ଧା ତହସିଲ ଅଧିନସ୍ଥ ହଳଦିପଦା ମୋୖଜ଼ା ରେ ଅତର୍କିତ ଭାବରେ ଚଢ଼ାଉ କରି ବେଆଇନ ମାଙ୍କଡା ପଥର ଖଣି ଖନନ କରୁଥିବା ଅଭିଯୋଗ ରେ 6 ଜଣ ବ୍ୟକ୍ତି ଙ୍କୁ ଗିରଫ କରିବା ସହିତ 39 ଟି ଜବତ କରାଯାଇଥିବା ନେଇ ଆଜି ଜ଼ିଲ୍ଲା ପୁଲିସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଖୋର୍ଦ୍ଧା ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ସାଗରୀକା ନାଥ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି l
ଆଗାମୀ ଦିନ ଜ଼ିଲ୍ଲା ରେ ବେଆଇନ ଖଣି ଗୁଡିକ ଉପରେ ଚଢ଼ାଉ ଜାରି ରହିବା ସହିତ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲି କହିଛନ୍ତି l