ହେଡଲାଇନସ୍:

ଓଡ଼ିଶା ପୋଲିସ ର ସାଗର କବଚ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅସ୍ତରଙ୍ଗ(ଦୁଃଶାସନ ନାୟକ) :ଜଳ ପଥରେ ମୁମ୍ବାଇ ରେ ଆତଙ୍କବାଦୀ ହମଲା ପରେ ଉପକୂଳ ଅଞ୍ଚଳକୁ ସୁରକ୍ଷିତ ରଖିବା ସହ ଜଳ ପଥରେ ବାହ୍ୟ ଶତ୍ରୁକୁ ପ୍ରତିରୋଧ କରିବା ଲକ୍ଷ୍ୟ ନେଇ ପ୍ରତିବର୍ଷ ଭଳି ଚଳିତ ବର୍ଷ ମାର୍ଚ୍ଚ ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଆରମ୍ଭ ହୋଇଛି ସମ୍ଭ୍ୟାବ ଉପକୂଳ ସୁରକ୍ଷା କୁ ନେଇ ସାଗର କବଚ । ଏହି କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ଥାନା ଓ ମେରାଇନ ଥାନା ନୂଆଗଡ ର ପୋଲିସ କର୍ମଚାରୀ ସାମିଲ ହେବା ସହ,ଜିଲ୍ଲା ଭିତରୁ କିଛ କର୍ମ ଚାରି ଙ୍କୁ ନିୟୋଜିତ କରା ଜାଇଅଛି । ଅସ୍ତରଙ୍ଗ,ନୂଆଗଡ , କାଳିଆକଣ, ସହନ, ସୁଧିକେଶ୍ୱର୍, ଦାଳୁଅକଣି, ଜାହାନିଆଁ ଆଦି ସମୁଦ୍ର ତଟ ସ୍ଥାନକୁ ସମ୍ବେଦନଶୀଳ ଭାବେ ଗ୍ରହଣ କରାଯାଇ,ସମ୍ଭାବ୍ୟ ଆତଙ୍କବାଦୀ ମାନେ ଯେପରି ଏହି ସବୁ ସ୍ଥାନ ଦେଇ ଯେପରି ପ୍ରବେଶ କରି ନ ପାରିବେ ସେଥିପ୍ରତି ନଜର ରଖାଯାଇଅଛି । ଏହି ଦୁଇଦିନିଆ କାର୍ଯ୍ୟକ୍ରମ ରେ କୋଷ୍ଟ ଗାର୍ଡ,ମେରାଇନା ପୋଲିସ,ଲୋକାଲ ପୋଲିସ ଆଦି ସାମିଲ ରହିଥିବା ବେଳେ,ଅସ୍ତରଙ୍ଗ ଆଇ ଆଇ ସି,ରାଜେଶ କୁମାର ବଳିଆର ସିଂ ଓ ମେରାଇନ ଥାନା ଆଇ ଆଇ ସି ଅଚ୍ୟୁତାନନ୍ଦ ବେହେରା ଏହାର ନେତୃତ ନେଇଛନ୍ତି ।

 

0
0
0
s2sdefault