"ଆକାଂକ୍ଷା" ମହିଳା ସଙ୍ଗଠନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକକୁ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ "ଆକାଂକ୍ଷା" ମହିଳା ସଙ୍ଗଠନ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ କେରାଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆନ୍ତର୍ଜାତିକ ମହିଳା ଦିବସ - ୨୦୨୫ ପାଳିତ ହୋଇଯାଇଛ।
ଉକ୍ତ ସଭାରେ ଆକାଂକ୍ଷା ମହିଳା ସଙ୍ଗଠନ ର ଉପ ସଭାନେତ୍ରୀ ଶ୍ରୀମତୀ ଅନୀତା ମିଶ୍ର ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଏରୁଷୁ ଦଣ୍ଡ ପାଣି ଯୋଗ ଦେଇ ମହିଳା ମାନେ ଆହୁରି ଆଗକୁ ବଢିବା ଉଚିତ ବୋଲି ବୁଝାଇ କହିଥିଲେ। ସମ୍ମାନିତ ଅତିଥି ଭାବେ ଶିଶୁ କଲ୍ୟାଣ କମିଟି ର ସଦସ୍ୟା ଶ୍ରୀମତୀ ମମତା ଶତପଥି ଯୋଗ ଦେଇ ମହିଳା ଓ ଶିଶୁଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ବକ୍ତା ଶ୍ରୀମତି କ୍ଷୀରାବ୍ଧି ତନୟା ପଣ୍ଡା ନାରୀ ଶିକ୍ଷିତ ହେଲେ ଦେଶ ଆଗକୁ ବଢ଼ିବାରେ ସହଯୋଗ କରିପାରିବେ ବୋଲି କହିଥିଲେ। ଉପଦେଷ୍ଟା ଶ୍ରୀମତି ସ୍ୱର୍ଣ୍ଣ ପ୍ରଭା ପାଠୀ ମହିଳା ମାନଙ୍କ ର ଅଧିକାର ଓ ଆନ୍ତର୍ଜାତିକ ମହିଳା ଦିବସ ଉପରେ ବୁଝାଇ ଥିଲେ। ସଙ୍ଗଠନ ର ସଂପାଦିକା ଶ୍ରୀମତି ମିନା କୁମାରୀ ଟହଲ ସଙ୍ଗଠନ ର ବାର୍ଷିକ ବିବରଣୀ ପାଠ କରୁଥିଲେ।
ଏହି ଅବସରରେ ଶ୍ରୀମତୀ ପୁଷ୍ପାଞ୍ଜଳି ପଣ୍ଡା ଙ୍କୁ ଆକାଂକ୍ଷା ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ସଙ୍ଗୀତ ପରିବେଷଣ କ୍ଷେତ୍ର ରେ ଜ୍ୟୋର୍ତ୍ତିମୈ ପଣ୍ଡା ଙ୍କୁ ପୁରସ୍କାର ବିତରଣ କରାଯିବା ଅନ୍ୟାନ୍ୟ ମହିଳା ଓ କନ୍ୟା ଶିଶୁ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ନାଚ ଗୀତର ଆୟୋଜନ ହୋଇଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ଚିନ୍ମୟୀ ପଣ୍ଡା , ରାଧା ରାଣୀ ପାଢ଼ୀ , ଭାଗ୍ୟଲକ୍ଷ୍ମୀ ନାୟକ ସହଯୋଗ କରିଥିଲେ।

0
0
0
s2sdefault