ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: - ରାୟଗଡ଼ା ଜିଲ୍ଲା ଗୁଣପୁର ଠାରେ ନୂତନ ଭାବେ କରଣ ଜାତି ର ଉନ୍ନତି ପାଇଁ ଏକ ସଂଘ ଗଠନ କରିବା ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଜଗନ୍ନାଥ ମନ୍ଦିର ରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ସହର ର ବିଭିନ୍ନ ସାହିରେ ରହୁଥିବା କରଣ ଜାତି ର ବନ୍ଧୁ ଙ୍କୁ ଆଜି ଚିହ୍ନଟ କରାଯାଇ ଏକ ତାଲିକା ପ୍ରସ୍ତୁତ କରାଯାଇଥିଲା । ସଂଘ ର ଆବାହକ ଭାବେ ଯୁବ ଓକିଲ ବାବୁ ପଟ୍ଟନାୟକ ,ଦିପୁ ପଟ୍ଟନାୟକ ମିହିର ପଟ୍ଟନାୟକ , ଚୁନୁ ପଟ୍ଟନାୟକ , ପ୍ରବୀଣ ପଟ୍ଟନାୟକ ରାମ ପଟ୍ଟନାୟକ ଓ ଅନ୍ୟ ଯୁବକ ମାନଙ୍କୁ ବିଭିନ୍ନ ସାହି ରେ ରହୁଥିବା କରଣ ଜାତି ର ପରିବାର ଙ୍କୁ ଭେଟି ତାଲିକା ରେ ସାମିଲ କରିବା ପାଇଁ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ସଂଘ ଗଠନ କରି କରଣ ପରିବାର ର ବିଭିନ୍ନ ସମସ୍ୟା ର ସମାଧାନ କରିବାକୁ ଉଦ୍ୟମ କରିବା ସହ ବିଭିନ୍ନ ଜନ ହିତକର କାର୍ଯ୍ୟକ୍ରମ ରେ ସଙ୍ଘ କୁ ସାମିଲ କରିବା ମତ ପ୍ରକାଶ ପାଇଥିଲା । ସଂଘ ର ସଭ୍ୟ ତାଲିକା ସମ୍ପୂର୍ଣ୍ଣ ହେବା ପରେ ସଂଘ ର ବରିଷ୍ଟ ମାନଙ୍କୁ ନେଇ ସଂଘ ର ଆଗାମୀ ଦିନର କାର୍ଯ୍ୟ ଖସଡ଼ା ପ୍ରସ୍ତୁତି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା । ସଂଘ ର ଯୁବ ସମାଜ ଏହି କାର୍ଯ୍ୟକ୍ରମ କୁ ତ୍ୱରାନ୍ୱିତ କରିବା କୁ ସକ୍ରିୟ ଭାବେ କାର୍ଯ୍ୟ କରିବାକୁ ଆହ୍ବାନ ଦିଆଯିବା ସହ ପ୍ରତି ସପ୍ତାହ ରବିବାର ଦିନ ଏହି ଭଳି ବୈଠକ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଆଗାମୀ ବୈଠକ ରବିବାର ଦିନ ଅନୁଷ୍ଠିତ କରିବା କୁ ନିଷ୍ପତି ଗ୍ରହଣ କରାଯାଇଥିଲା। ଉକ୍ତ ବୈଠକରେ କୁନା ପଟ୍ଟନାୟକ, ରାମ ପଟ୍ଟନାୟକ, ରମେଶ ପଟ୍ଟନାୟକ, ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ, ଦୁର୍ଜ ପଟ୍ଟନାୟକ, ଜୟ ପଟ୍ଟନାୟକ, ବୁନୁ ପଟ୍ଟନାୟକ, ରାଜୀବ ପଟ୍ଟନାୟକ, କାଲି ପ୍ରସାଦ ପଟ୍ଟନାୟକ, ସନ୍ତୋଷ ପଟ୍ଟନାୟକ ଓ ଦେବ ଜ୍ୟୋତି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ