ବ୍ଳକ୍ ଅଧ୍ୟକ୍ଷାଙ୍କ ଦ୍ୱାରା କୂର୍ମ କ୍ଷତ୍ରିୟ ସମାଜ ଗୃହ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ପଞ୍ଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ ଆଜି ବଡ଼ ବୋର୍ସିଂ ପଂଚାୟତ ଅନ୍ତର୍ଗତ କାଳିଆଗୁଡା ବାରି ତଳ ସାହିରେ ଚାରି ଲକ୍ଷ ଟଙ୍କାରେ ନିର୍ମିତ କୂର୍ମ କ୍ଷତ୍ରିୟ ସମାଜ ଗୃହକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I ଏହି କର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ରୂପେ ବଡ଼ ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର, କୂର୍ମ କ୍ଷତ୍ରିୟ ସମାଜ ସଭାପତି ରଘୁନାଥ ପ୍ରଧାନ,ସମ୍ପାଦକ ରାଜେନ୍ଦ୍ର ପ୍ରଧାନଙ୍କ ସମେତ ସମସ୍ତ କର୍ମକର୍ତ୍ତା ଏବଂ ସମାଜର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I ବହୁ ଦିନର ଆଶା ଓ ଅଭିଳାଷ କୂର୍ମ କ୍ଷତ୍ରିୟ ସମାଜ ସଭାଗୃହ ନିର୍ମିତ ହୋଇଥିବାରୁ ସେମାନେ ଖୁସି ବ୍ୟକ୍ତ କରିବା ସହ ପଂଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଭୋଳ ଏବଂ ସରପଞ୍ଚ ଶ୍ରୀ ପାତ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି I

0
0
0
s2sdefault