ଜଙ୍ଗଲ ପ୍ରେମୀ ରାୟଗଡ ବନଖଣ୍ଡ ଅଧିକାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ: ରାୟଗଡ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ପୋଡୁଚାଷ ନିମନ୍ତେ ଲୋକେ ପାହାଡ଼ରେ ନିଆଁ ଲଗାଉଥିବା ଦେଖିବାକୁ ମିଳୁଛି । ଜଙ୍ଗଲରେ ନିଆଁ ଲାଗିବା ଫଳରେ ବିଭିନ୍ନ ମୂଲ୍ୟବାନ ଗଛ ପୋଡି ବନ୍ୟ ସମ୍ପଦ ନଷ୍ଟ ହେବା ସହ ଜଙ୍ଗଲରେ ବାସ କରୁଥିବା ସରୀସୃପ, କିଟପତଙ୍ଗ, ପଶୁ ପକ୍ଷୀ ମୃତ୍ୟୁ ମୁଖରେ ପଡୁଛନ୍ତି l ଜଙ୍ଗଲ ପୋଡି ପରିବେଶ ମଧ୍ୟ ଆସନ୍ତୁଳ ହେଉଛି l ସରକାରଙ୍କ ତରଫରୁ ଜଙ୍ଗଲରେ ନିଆଁ ନ ଲଗେଇବା ପାଇଁ ପ୍ରତି ଗାଁରେ ବିଭିନ୍ନ ମାଧ୍ୟମରେ ସଚେତନତା କରାଯାଉଥିଲେ ମଧ୍ୟ ନିଆଁ ଲଗେଇବା ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ l ଏଥି ଯୋଗୁଁ ବନ ବିଭାଗୀୟ ଅଧିକାରୀ ମାନେ ନିଆଁକୁ ଆୟତ୍ତ କରୁଥିବା ସହ ଲୋକଙ୍କୁ ସଚେତନା କରୁଛନ୍ତି l ରାୟଗଡ ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନାସାହେବ ଓହଲେ ଗୋଟିଏ ପାଦ ଆଗରେ ସେ ନିଜେ ରାତିରେ ବୁଲି ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳିଛି । ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନାସାହେବ ଓହଲଙ୍କ ସହ ଶ୍ରୀ ପ୍ରତୀକ ପ୍ରକାଶ ଇନ୍ଦକର (ଆଇଏଫଏସ, ପ୍ରୋବେସନେର ବନଖଣ୍ଡ ଅଧିକାରୀ), ସହକାରୀ ବନସଂରକ୍ଷକ ଶ୍ରୀ ସନ୍ଦୀପ କୁମାର ପୃଷ୍ଟି, ଗୁମ୍ମା ବନରକ୍ଷୀ ଲାବଣ୍ୟ ମାଝୀ, କୁମ୍ବିକୋଟା ବନରକ୍ଷୀ ସମୀର କୁମାର ସାହୁ, ରାଫକଣା ବନରକ୍ଷୀ ପ୍ରଦୀପ କୁମାର ସାହୁଙ୍କ ସମେତ ଗୁମ୍ମା ସେକ୍ସନରେ କାର୍ଯ୍ୟରତ ସମସ୍ତ ବନକର୍ମଚାରୀ ମିଳିତ ଭାବେ ଗୁମ୍ମା ସେକ୍ସନରେ ରାତ୍ର ପେଟ୍ରୋଲିଙ୍ଗ କରିବା ସହ ବିଭିନ୍ନ ଜଙ୍ଗଲ କଦୁପାଡୁ, ଗୁମ୍ମା, ଟିଟିଝୋଲା, ରାଫକଣା, ଆଦି ବୁଲି ଜଙ୍ଗଲ ନିଆଁ କୁ ଆୟତ୍ତ କରିଛନ୍ତି l ରାୟଗଡ ବନଖଣ୍ଡ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

0
0
0
s2sdefault