ହେଡଲାଇନସ୍:

ସମ୍ମମରେ ହେଲଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆର ଜାତୀୟ ସମ୍ମିଳନୀ ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ଫେବୃଆରୀ ୨୫: ହେଲଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆର ୨୪ତମ ଜାତୀୟ ସମ୍ମିଳନୀ ସୋଆ ପରିଚାଳିତ ସମ୍ ଅଲ୍ଟିମେଟ ମେଡିକେୟାର (ସମ୍ମମ) ଠାରେ ଗତ ଫେବୃଆରୀ ୨୧ ଓ ୨୨ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୫୦ରୁ ଉର୍ଦ୍ଧ୍ବ ସ୍ୱାସ୍ଥ୍ୟ ଓ ମେଡିକାଲ୍ ରେକର୍ଡ ବିଶେଷଜ୍ଞ ଯୋଗ ଦେଇଥିଲେ ।
ସମ୍ମମର ମେଡିକାଲ୍ ରେକର୍ଡସ ବିଭାଗ ଦ୍ୱାରା ଆୟୋଜିତ ଏହି ସମ୍ମିଳନୀକୁ ହସ୍ପିଟାଲ୍ର ଚିଫ୍ ଏଗ୍ଜିକୁ୍ୟଟିଭ୍ ଅଫିସର ଡ. ଶ୍ୱେତପଦ୍ମା ଦାଶ ଉଦ୍ଘାଟନ କରିଥିଲେ । ଏହି ଅବସରରେ ହସ୍ପିଟାଲ୍ର ମେଡିକାଲ୍ ସର୍ଭିସେସ୍ ମୁଖ୍ୟ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ତଥା ହେଲଥ ରେକର୍ଡସ ଆସୋସିଏସନ୍ ଅଫ୍ ଇଣ୍ଡିଆନର ସଭାପତି ଶ୍ରୀ ସୁରେଶ କାର୍ଲେଟନ ଓ ସଂପାଦକ ଶ୍ରୀ ୱିଲସନ୍ ଥାୟା ଜି ଉପସ୍ଥିତ ଥିଲେ ।
ଡ. ଦାଶ ତାଙ୍କ ବକ୍ତୃତାରେ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସର ଅଭୁ୍ୟଦୟ ପରିପ୍ରେକ୍ଷୀରେ ଡାକ୍ତରୀ ଚିକିତ୍ସାରେ ମେଡିକାଲ୍ ରେକର୍ଡସର ଭୂମିକା ଉପରେ ଆଲୋକପାତ କରିଥିଲେ ।
ଏହି ସମ୍ମିଳନୀର ମୂଳ ପ୍ରସଙ୍ଗ ଥିଲା ‘କରେଂଟ ଟ୍ରେଣ୍ଡସ୍ ଇନ୍ ମେଡିକାଲ୍ ରେକର୍ଡସ ଆଣ୍ଡ ହେଲଥ ଇନ୍ଫର୍ମେସନ୍ ମ୍ୟାନେଜମେଂଟ ଉଇଥ ରେଫରେନ୍ସ ଟୁ କ୍ୱାଲିଟି ଆକ୍ରେଡିଟେସନ୍ ଆଣ୍ଡ ମେଡିକୋ ଲିଗାଲ ଆସ୍ପେକ୍ଟସ’ ।
ଡ. ଦାଶ ମଧ୍ୟ ଆସୋସିଏସନର ୱେବସାଇଟ୍ ଓ ଅନଲାଇନ୍ ପୋର୍ଟାଲକୁ ଏହି ଅବସରରେ ଉନ୍ମୋଚିତ କରିଥିଲେ । ଏହାଛଡ଼ା ଆସୋସିଏସନର ଓଡ଼ିଶା ଶାଖାର ୭ ଜଣ ସଭ୍ୟଙ୍କୁ ସେମାନଙ୍କର ଏହି କ୍ଷେତ୍ରରେ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା ।
ସମ୍ମାନିତ ସଭ୍ୟମାନେ ହେଲେ ଶ୍ରୀ ବିଜୟ କୁମାର ବେହେରା, ଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ରଣା, ଶ୍ରୀ ମନୋଜ କୁମାର ବେହେରା, ଶ୍ରୀ ନାରାୟଣ ଚନ୍ଦ୍ର ବେହେରା, ଶ୍ରୀ ଅଜୟ କୁମାର ମହାପାତ୍ର, ଶ୍ରୀ ସୁଜିତ କୁମାର ରାଉଳ ଓ ଶ୍ରୀ ରତିକାନ୍ତ ବାରିକ ।

0
0
0
s2sdefault