ବରଗଡ :- ବରଗଡ଼ ଜିଲ୍ଳା ପାଇକମାଳ ଥାନା କୋକନରା ଗ୍ରାମର ମୃତକ କଲେଜ ଛାତ୍ରୀଙ୍କ ପରିବାରବର୍ଗଙ୍କୁ ଆଜି ଦ୍ବିପହର ସମୟ ରେ ସାକ୍ଷାତ କରି ସମବେଦନା ଜଣାଇବା ସହିତ ସାନ୍ତ୍ୱନା ପ୍ରଦାନ କରିଥିଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟିକା ବର୍ଷା ସିଂ ବରିହା । ଏଠାରେ ସୂଚନା ଯୋଗ୍ୟ ଯେ କୋକନରା ଗ୍ରାମର ଜଣେ ଆଦିବାସୀ କଲେଜ ଛାତ୍ରୀ ଙ୍କୁ ଦୁଷ୍କର୍ମ କରି ହତ୍ୟା କରିବା ପରେ ଏକ ଓଢଣୀରେ ଏକ ଶାଗୁଆନ ଗଛରେ ଝୁଲାଇ ଦେଇଛନ୍ତି ବୋଲି ଆଜି ପରିବାର ଲୋକ ଓ ଭାଇ ବନ୍ଧୁ କୁଟୁମ୍ବ ଓ ଗ୍ରାମବାସୀ ମାନେ ବିଧାୟିକା ଶ୍ରୀମତୀ ବରିହାଙ୍କ ପାଖରେ ଅଭିଯୋଗ କରିବା ସହ ଦୋଷୀମାନଙ୍କୁ ପୋଲିସ ଶିଘ୍ର ଧରିବାକୁ ଗୁହାରି କରିଛନ୍ତି । ପାଇକମାଳ ପୋଲିସ ସୋମବାର ମୃତ ଛାତ୍ରୀଙ୍କ ଶବକୁ ପଦ୍ମପୁର ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇ ପରବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି । ଏହି ମାମଲା ନେଇ ପାଇକମାଳ ପୋଲିସ ଅପମୃୁତ୍ୟୁ କେସ ନମ୍ବର ୩/୨୫ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରହିଛି ବୋଲି ପାଇକମାଲ ଥାନା ଅଧିକାରୀ କୌଲାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ମୃତ କଲେଜ ଛାତ୍ରୀ ପଦ୍ମପୁର ମହିଳା +୨ କଲେଜରେ ଦ୍ବିତୀୟ ବର୍ଷର ରେ ଅଧ୍ୟୟନ ରତ ଥିବା ବେଳେ ତାଙ୍କର ଅଜା "ମୋର ନାତୁଣୀକୁ ଦୁଷ୍କର୍ମ କରି ମିଳିମିଶି ମାରି ଦେଇ ଗଛରେ ଟାଙ୍ଗି ଦେଇଛି" ବୋଲି କହିଛନ୍ତି । ଦୋଷୀମାନଙ୍କ ବିରୋଧ ରେ ଯଥା ଶିଘ୍ର କାର୍ଯ୍ୟାନୁଷ୍ଠାନ ନ ନେଲେ ଥାନା ଘେରାଉ କରାଯିବ ବୋଲି ଗ୍ରାମବାସୀମାନେ କହିଛନ୍ତି । ମାନ୍ୟବର ବିଧାୟିକା ଶ୍ରୀମତୀ ବରିହା, ଯଥାଶୀଘ୍ର ବ୍ୟକ୍ତିଗତ ଭାବରେ ବରଗଡ ଏସପିଙ୍କୁ ଭେଟି ଘଟଣା ବିଷୟରେ ଅବଗତ କରାଇ ପୀଡ଼ିତ ପରିବାରଙ୍କୁ ନ୍ୟାୟ ପ୍ରଦାନ ପାଇଁ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ପରିବାରକୁ ସାନ୍ତ୍ୱନା ଦେଇଛନ୍ତି ।
ରାଜ୍ୟ
ଆଦିବାସୀ କଲେଜ ଛାତ୍ରୀ ଙ୍କୁ ଦୁଷ୍କର୍ମ କରି ହତ୍ୟା ଅଭିଯୋଗ : ମୃତକଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଦେଲେ ବିଧାୟିକା ବର୍ଷା
- Hits: 58