ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବାଙ୍କୀପାଲି କ୍ଲଷ୍ଟର ସ୍ଥିତ ବୈରାଗୀମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଏସଏମସି ଅଧ୍ୟକ୍ଷ ମୁକ୍ତି କାଲସେ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥିଭାବେ ଲୋକକବିରତ୍ନ ପଦ୍ମଶ୍ରୀ ହଳଧର ନାଗ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ନିଜ ମାଟି ଓ ମାତୃଭାଷା କୁ ସମ୍ମାନସହ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କଠିନ ପରିଶ୍ରମ କଲେ ଭବିଷ୍ୟତ ଉଜ୍ୱଳ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l ଗୋଷ୍ଠୀ ସହଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ ମୁଖ୍ୟ ବକ୍ତା,ପଣ୍ଡକିଟାଲ-ନାଇକେନପାଲି ସରପଞ୍ଚ ଗୋବିନ୍ଦ ସେଠ,ପୂର୍ଵ ସିଆରସିସି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲୋକନାଥ ଦଣ୍ଡସେନା,ସମାଜସେବୀ ତହସିଲ ବେହେରା,ଥବିର ସାହୁ, ୱାର୍ଡ ସଭ୍ୟ ଲୋଚନ ସାହୁ, ଗୌତମ ଭୋଇ, ବିରେନ ଭୋଇ, ବ୍ୟାସଦେବ ଭୋଇ ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଶୈକ୍ଷିକ ଓ ସହ ଶୈକ୍ଷିକ ଦିଗରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରି ଉତ୍ସାହିତ କରିଥିଲେ l କୃତିତ୍ୱ ଅର୍ଜନ କରିଥିବା ପୁରାତନ ଛାତ୍ରଛାତ୍ରୀ ଲୋଭାବତୀ ଭୋଇ, ବର୍ଷାରାଣୀ ଭୋଇ, ଅନୁପମା ବାଗ, ଆଦ୍ୟାଶା ସାହୁ, ପ୍ରିତମ ମିର୍ଧା, ସୁନେଲି ସେଠୀ, ସୁଶ୍ରୀତା କାଲସେ,ପ୍ରିତୀ ରଂଜିତା ମିର୍ଧା, ନମିତା ମିର୍ଧା, ଫୁଲେଶ୍ୱରୀ ମିର୍ଧା, ମାନସୀ ସାହୁ, ସୋନମ ବିଶ୍ୱାଳ ଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା l ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ l
ଶିକ୍ଷୟିତ୍ରୀ ସନ୍ତୋଷିନୀ ମହାନନ୍ଦ ଅତିଥିପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ ବାଙ୍କୀପାଲି ସିଆରସିସି ସୁନୀଲ ସେଠ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ସିଆରସିସି ଗଜବନ୍ଧ ନରେନ୍ଦ୍ର ପୁରୋହିତ ସଭାପରିଚାଳନା କରିଥିବାବେଳେ ପ୍ରଧାନଶିକ୍ଷକ ଉମେଶ ସେନାପତି ବାର୍ଷିକ ବିବରଣୀ ପଠନ କରିଥିଲେ l ଶେଷରେ ବରିଷ୍ଠ ଶିକ୍ଷକ ଅମର ତାଣ୍ଡିଆ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରମୋଦ ଭୋଇ, ଦୀପକ ବେହେରା,ସମସ୍ତ ଛାତ୍ରଛାତ୍ରୀ ତଥା ଅବିଭାବକ ଏସଏମସି ସଭ୍ୟସଭ୍ୟା ଓ ବୈରାଗୀମୁଣ୍ଡା ଗ୍ରାମବାସୀ ସହଯୋଗ କରିଥିଲେ l ଶିକ୍ଷକ କ୍ଷୀରୋଦ୍ର ସାହୁ ଓ ଶିକ୍ଷୟିତ୍ରୀ ଶୋଭାଗିନୀ ସାହୁ ଙ୍କ ତତ୍ୱାବଧାନ ରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମୋହିଥିଲା l ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଝିଅ ଜନମ ଓ ନାରୀ ଶିକ୍ଷା ଉପରେ ଦୁଇଟି ସୁନ୍ଦର ନାଟିକା ପ୍ରଦର୍ଶିତ ହୋଇଥିଲା l