ହେଡଲାଇନସ୍:

ସମ୍ବଲପୁରରେ ‘ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା ଅଭିଯାନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆମ ସମ୍ବଲପୁରକୁ ସ୍ୱଚ୍ଛ ସମ୍ବଲପୁର କରିବା ଆମର ଦାୟିତ୍ୱ - ଧର୍ମେନ୍ଦ୍ର ପ୍ରଧାନ

  • • ପତାକା ଦେଖାଇ ସମ୍ବଲପୁର ମହାନଗର ନିଗମର ସ୍ୱଚ୍ଛତା ଗାଡିର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

  • • ୧୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସହରରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ କରିବା ନେଇ ମଧ୍ୟ ମୋଦୀ ସରକାର ଯୋଜନା

  • • ଆମ ସମ୍ବଲପୁର ସ୍ଵଚ୍ଛ ସମ୍ବଲପୁର ନାରାକୁ ସଫଳ କରିବା ପାଇଁ କଲେ ଆହ୍ୱାନ

  • • ସ୍ଵଚ୍ଛ ସାଥୀଙ୍କୁ ଉତ୍ସାହିତ କରିବା, ନିରୋଗ ଜୀବନ ପାଇଁ ସ୍ଵଚ୍ଛତାକୁ ଆପଣାଇବା

ସମ୍ବଲପୁର, ଫେବୃୟାରୀ ୨୪ – ସମ୍ବଲପୁରକୁ ସ୍ୱଚ୍ଛ ରଖିବାକୁ ହେଲେ ଆମ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ତରରେ ଦାୟିତ୍ୱ ନେବାକୁ ପଡିବ । ନିଜକୁ ପରିବର୍ତ୍ତନ ନ କଲେ, ସ୍ୱଚ୍ଛତା ପ୍ରତି ନିଜର ଦାୟିତ୍ୱବୋଧ ନ ରହିଲେ ସମ୍ବଲପୁର ସ୍ୱଚ୍ଛ ହେବ ନାହିଁ । ଦଳ, ମତ, ସଂଗଠନ ଓ ବିଚାରରୁ ଉର୍ଦ୍ଧ୍ୱରେ ରହି ସମସ୍ତଙ୍କୁ ଏଥିପାଇଁ ଆମ ସମସ୍ତଙ୍କୁ କାମ କରିବାକୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ।

ନିଜ ସଂସଦୀୟ କ୍ଷେତ୍ର ସମ୍ବଲପୁର ମହାନଗର ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ “ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା”ର ଶୁଭାରମ୍ଭ କରିବା ସହ ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ପତାକା ଦେଖାଇ ସମ୍ବଲପୁର ମହାନଗର ନିଗମର ସ୍ୱଚ୍ଛତା ଗାଡିର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଦେଶର ପ୍ରଗତିରେ ‘ସ୍ୱଚ୍ଛତା’କୁ ଏକ ମାଧ୍ୟମ କରିଥିଲେ । ସେହି ସ୍ୱଚ୍ଛତା ଅଭିଯାନକୁ ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନଆନ୍ଦୋଳନରେ ପରିଣତ କରିଛନ୍ତି ।

ସମ୍ବଲପୁରରେ ସ୍ୱଚ୍ଛ ସମାଜସେବୀ ତିଆରି ହୋଇପାରିଲେ ହିଁ ଆମର ସ୍ୱଚ୍ଛ ସମ୍ବଲପୁରର ସ୍ୱପ୍ନ ପୂରଣ ହୋଇପାରିବ । ନିଜକୁ ଫିଟ୍ ରଖିବା ପାଇଁ ଯେଉଁଭଳି ଶାରିରୀକ ବ୍ୟାୟାମ କିମ୍ବା ଅନ୍ୟ ପ୍ରୟୋଗ ଆପଣାଇଛେ, ସେହି ସମୟରେ ସ୍ୱଚ୍ଛତାକୁ ମଧ୍ୟ ସମସ୍ତେ ଆପାଣାଇବା ଦରକାର । ସହରର ବିଭିନ୍ନ ପଡ଼ା, ଗଳି ଓ ରାସ୍ତାରେ ବ୍ୟବସ୍ଥିତ ଭାବରେ ଆମେ ସମସ୍ତେ ଓଦା ଓ ଶୁଖିଲା ଆବର୍ଜନାକୁ ପୃଥକ ଭାବେ ରଖିବା ଦରକାର । ଆମ ସମ୍ବଲପୁର ସ୍ଵଚ୍ଛ ସମ୍ବଲପୁର ନାରାକୁ ସଫଳ କରିବା ଦରକାର । ସ୍ୱଚ୍ଛ ସମ୍ବଲପୁର ଲକ୍ଷ୍ୟରେ ଆଗାମୀ ଦିନରେ ୧୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ସହରରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ପ୍ଲାଣ୍ଟ୍ କରିବା ନେଇ ମଧ୍ୟ ମୋଦୀ ସରକାର ଯୋଜନା କରିଛନ୍ତି । ସ୍ଵଚ୍ଛତା ରକ୍ଷା ଦିଗରେ ସାମୂହିକ ଉଦ୍ୟମ ଲୋଡ଼ା ରହିଛି ।

ମା’ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ସ୍ୱଚ୍ଛତାକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ କରିବା ପାଇଁ ସଂକଳ୍ପ ନେବା ଏବଂ ଆମ ସହର ଓ ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା । ଗାନ୍ଧିଜୀଙ୍କ ସ୍ଵଚ୍ଛ ଭାରତ ସ୍ଵପ୍ନକୁ ପୂରା କରିବା ପାଇଁ ସଂକଳ୍ପ ନେବା । ସ୍ଵଚ୍ଛ ରଖୁଥିବା ସାଥୀମାନଙ୍କୁ ଉତ୍ସାହିତ କରିବା ଓ ନିରୋଗ ଜୀବନ ପାଇଁ ସ୍ଵଚ୍ଛତାକୁ ଆପଣାଇବା ବୋଲି ସେ କହିଛନ୍ତି ।

0
0
0
s2sdefault