ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।(ଶାସକ ପ୍ରଶାସକ): ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ବମ୍ବେଛକ ଠାରେ ସୀମାନ୍ତ ଯୁବ ପ୍ରକଳ୍ପ ଏବଂ ସୀମାନ୍ତ ଯୁବ ମହୋତ୍ସବ ସମିତିର ମିଳିତ ଆନୁକୁଲ୍ୟରେ ତ୍ରୀ ଦିବସୀୟ ଅଷ୍ଟମ ବାର୍ଷିକ ଯୁବ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କଳା, ସାହିତ୍ୟ,ସଂସ୍କୃତି ଓ ପରମ୍ପରା କୁ ବଜାଇ ରଖିବା ଉଦ୍ଦେଶ୍ୟ ରେ ହୋଇଥିବା ଏହି ମହୋତ୍ସବ ର ପ୍ରଥମ ଦିନରେ ପ୍ରଥମେ ସ୍ଥାନୀୟ ଲୋକନାଥ ଶିବ ଙ୍କୁ ପ୍ରଣାମ ଜଣାଇ ଶିବ ମନ୍ଦିରରୁ ବିଭିନ୍ନ ସ୍କୁଲ ର ଶତାଧିକ ଛାତ୍ର ଛାତ୍ରୀ ଏବଂ ସ୍ଥାନୀୟ ଯୁବକ ଯୁବତୀ ଏକତ୍ରିତ ହୋଇ ଏକ ବିରାଟ ପଟୁଆରରେ ମଶାଲ ସହିତ ଶୋଭାଯାତ୍ରା ଆରମ୍ଭ କରି ବଜାର ପରିକ୍ରମା କରିବା ସହିତ ମହୋତ୍ସବ ସ୍ଥାନକୁ ପହଞ୍ଚିଥିଲେ । ତେବେ ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ତୁଳସୀ ସିଂ ଓ ସୀମାନ୍ତ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଦ୍ୟୋତ୍ୟ କୁମାର ପାଲ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିବା ବେଳେ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଜିଲ୍ଲାର ଉପଜିଲ୍ଲାପାଳ କୃପାସିନ୍ଧୁ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଚିକିତ୍ସାଧିକାରୀ ଡ଼ ବିଜୟ କୁମାର ଦାସ, ତହସିଲଦାର ମନୋଜ କୁମାର କାର୍ଜୀ , ଥାନା ଅଧିକାରୀ ମୃତ୍ୟୁଞ୍ଜୟ ପ୍ରଧାନ, ସମିତି ଉପଦେଷ୍ଟା ଡ଼ ସରୋଜ କୁମାର ନାୟକ ପ୍ରମୁଖ ଯୋଗ ଦେଇ ଥିବା ସହିତ ଜାତୀୟ ଯୁବ ପ୍ରକଳ୍ପ ଜିଲ୍ଲା ସଂଯୋଜକ ମଳୟ କୁମାର ନାୟକ ଉପସ୍ଥିତ ଥିଲେ । ମହୋତ୍ସବ ର ସଭାପତି ଅଶୋକ କୁମାର ପୃଷ୍ଟି ଙ୍କ ସଭାପତିତ୍ବ ରେ ପରିଚାଳିତ ସଭାରେ ଡ଼ ସରୋଜ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ସମିତିର ସମ୍ପାଦକ ବାସୁ ଦେବ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଶେଷରେ ବିଭିନ୍ନ ଅନୁଷ୍ଠାନ ଏବଂ ସ୍କୁଲ ର କୁନି ପ୍ରତିଭା ମାନେ ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟ କ୍ରମ ରେ ଭାଗ ନେଇ ନିଜ ନିଜର ପ୍ରତିଭା ଓ କଳା ପ୍ରଦର୍ଶନ କରିଥିଲେ । ସେହିପରି ଦ୍ଵିତୀୟ ଦିନରେ ଯୁବ ମହୋତ୍ସବ ସଭାପତି ଅଶୋକ କୁମାର ପୃଷ୍ଟି ଙ୍କ ସଭାପତିତ୍ବ ରେ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ବାରିପଦା ଉପ ନଗରପାଳ ଜିତେନ୍ଦ୍ର ମହାନ୍ତି ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ,ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ, ପୂର୍ବତନ ସାଂସଦ ଇଂ ରାମଚନ୍ଦ୍ର ହାଂସଦା ଓ ଆଇନ୍ ଜିବୀ ତାପସ କୁମାର ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ। ଅତିଥି ମାନେ ଯୁବ ମହୋତ୍ସବ ରେ ଯୋଗ ଦେଇ ମୟୂରଭଞ୍ଜ ର ଐତିହ, କଳା,ସଂସ୍କୃତି ,ଭାଷା ଉପରେ ନିଜ ନିଜର ଅଭିଭାଷଣ ରଖିଥିଲେ । ଜାତୀୟ ଯୁବ ପ୍ରକଳ୍ପ ର ସଂଯୋଜକ ମଳୟ କୁମାର ନାୟକଙ୍କ ସୁ ପରିଚାଳନାରେ ପରିଚାଳିତ ଏହି ଦିବସରେ ଯୋଗଦେଇଥିବା ବରିଷ୍ଠ ନାଗରିକ ମାନଙ୍କୁ ପୁଷ୍ପ ଓ ଚନ୍ଦନ ଦେଇ ପୂଜନ କରାଯିବା ପରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ମୃତି ଆଇନା ରେ ଆମ ଏ ସନ୍ଧ୍ୟା , କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମହୋତ୍ସବରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବତ୍କୃତ ପ୍ରତିଯୋଗିତା ଓ ନିଜନିଜର ସ୍ଵତନ୍ତ୍ର କଲା ,ସର୍ବଧର୍ମ ପ୍ରାର୍ଥନା ଏବଂ ଅଭୁଲା ଗୀତର ଲହରୀ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ତୃତୀୟ ଦିନରେ ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ବାରିପଦା ଓ ସୀମାନ୍ତ ଯୁବ ମହୋତ୍ସବ ସମିତି ର ମିଳିତ ସହଯୋଗରେ ଲୋକ ସାହିତ୍ୟ ଲୋକ ଜୀବନର ମୁକୁର ଶୀର୍ଷକରେ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ମୟୂରଭଞ୍ଜ ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ସରୋଜ ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଦ୍ମ ଶ୍ରୀ ଦମୟନ୍ତୀ ବେଶ୍ରା ,ମୁଖ୍ୟ ବକ୍ତା ଭାବେ ମହାରାଜା ଶ୍ରୀ ରାମ ଚନ୍ଦ୍ର ଭଞ୍ଜ ଦେଓ ମହାବିଦ୍ୟାଳୟର ପ୍ରଫେସର ଡକ୍ଟର ବବୃବହାନ ମହାପାତ୍ର ଯୋଗ ଦେଇ ଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଝାର ଖଣ୍ଡ ର ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ଡ଼ଃ ଦିନେଶ ଷଡ଼ଙ୍ଗୀ,ବରିଷ୍ଠ ସାହିତ୍ୟିକ ବୃନ୍ଦାବନ ଦାସ,ପ୍ରଫେସର ଜଗବନ୍ଧୁ ଆଚାର୍ଯ୍ୟ,ଖୋର୍ଦ୍ଧା ଜଟିଣି ରୁ କୁଞ୍ଜ ବିହାରୀ ପାଢ଼ୀ , କବି ଅମିତାଭ ମିଶ୍ର , ଅଶୋକ ପୁଷ୍ଟି, ଯୋଗ ଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଜାତୀୟ ଆଲୋଚନା ଚକ୍ର ର ଆବାହକ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟକ ଅତିଥି ପରିଚୟ ଓ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଥୋମାସ ମାରାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ l ବକ୍ତା ଭାବେ ପ୍ରଫେସର ଡକ୍ଟର କୁଞ୍ଜବନ ପୁଷ୍ଟି ଯୋଗ ଦେଇ, ନିଜ ବକ୍ତବ୍ୟ ରେ ଆଲୋଚ୍ୟ ଶୀର୍ଷକରେ ସବିଶେଷ ଆଲୋଚନା କରିବା ସହ ନିବନ୍ଧ ଉପସ୍ଥାପନ କରିଥିଲେ lବିଭିନ୍ନ ବୈଷୟିକ ଅଧିବେଶନରେ ପ୍ରଫେସର ଡକ୍ଟର ତ୍ରିନାଥ ମଲ୍ଲିକ, ଡକ୍ଟର ଦିଗମ୍ବର ଗିରି, ଡକ୍ଟର ଜଗତବନ୍ଧୁ ଆଚାର୍ଯ୍ୟ ସଭାପତିତ୍ୱ କରି ନିବନ୍ଧ ଗୁଡିକର ସମୀକ୍ଷା କରିଥିଲେ l ପ୍ରଫେସର ଡକ୍ଟର ନିର୍ମଳ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ପେନାଲ ଆଲୋଚନା ଚକ୍ରରେ ପୂର୍ବତନ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଅଜିତ ପାତ୍ର, ପଦ୍ମନାଭ ସାହୁ, ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସଞ୍ଜୟ ଚୌଧୁରୀ, ଡକ୍ଟର କୁମାର ବାବୁଲି ଅଧ୍ୟାପକ ଥୋମାସ ମାରାଣ୍ଡି, ସୁଜାତା ପଟ୍ଟନାୟକ, ସ୍ୱପ୍ନେଶ୍ଵରୀ ମୁର୍ମୁ, ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଉଦଯାପନ ସଭା ରେ ପୂର୍ବତନ ବିଧାୟକ ଡକ୍ଟର ବୁଢାନ ମୁର୍ମୁ ଯୋଗଦେଇ ପୂର୍ବରୁ ଆୟୋଜିତ ଜାତୀୟ ଆଲୋଚନା ଚକ୍ର ର ମଧୁର ସ୍ମୃତିଚାରଣ କରିବା ସହ ମୟୂରଭଞ୍ଜ ସାହିତ୍ୟ ଏକାଡେମୀ ର ଉଦ୍ୟମ ସାହିତ୍ୟିକ ମାନଙ୍କ ମାଧ୍ୟ୍ୟରେ ନୂତନ ପ୍ରେରଣା ସୃଷ୍ଟି କରିବ ବୋଲି ବକ୍ତବ୍ୟ ରଖିଥିଲେ l ଶେଷରେ ସୀମାନ୍ତ ଯୁବ ମହୋତ୍ସବ ସଂଯୋଜକ ମଳୟ ନାୟକ ଧନ୍ୟବାଦ୍ ଜଣାଇଥିଲେ । ଯୁବ ମହୋତ୍ସବ ର ଅନ୍ତିମ ସନ୍ଧ୍ୟା ର ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୋକସଭା ସାଂସଦ ନବଚରଣ ମାଝୀ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ସାରସକଣା ବିଧାୟକ ଭାଦବା ହାଁସଦା ,ବାଙ୍ଗିରିପୋଷି ବିଧାୟିକା ସଂଜାଳ ମୁର୍ମୁ , ରାଜ୍ୟସଭା ସାଂସଦ ମମତା ମହାନ୍ତ ଓ ରାଜ୍ୟ କମିଟି ସଦସ୍ୟ ସୁଗଦା ମୁର୍ମୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ମହୋତ୍ସବ ଅବସରରେ କୃତୀ ପ୍ରତିଯୋଗୀ ଏବଂ ସ୍ବେଛସେବୀ ମାନଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଅଧ୍ୟାପକ ଶିଶିର କୁମାର ପଟ୍ଟନାୟଙ୍କୁ ତାଙ୍କ ନିଃସ୍ୱାର୍ଥପର ସମାଜସେବା ପାଇଁ ତାଙ୍କୁ ସମ୍ବୋଧିତ କରାଯାଇ ଥିଲା । ମହୋତ୍ସବରେ ଜାତୀୟ ଯୁବ ପ୍ରକଳ୍ପର ସମସ୍ତ ସଦସ୍ୟ ଓ ସଦସ୍ୟା ମାନେ ପୁର୍ଣ୍ଣ ସହଯୋଗ କରିଥିବା ବେଳେ ସ୍ଥାନୀୟ ଅଂଚଳର ବ୍ରିଗେଡ ସ୍କୁଲ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଲିଟିଲ୍ ଷ୍ଟାର ପ୍ଲେ ସ୍କୁଲ,ଜାଭିୟର ସ୍କୁଲ,ମାଉଣ୍ଟ ଭେଲି, ଝାରପୋଖରିଆ ସରକାରୀ ଉଚ୍ଚ ବିଦ୍ୟାଳୟ, ସୀମାନ୍ତ ମହାବିଦ୍ୟାଳୟ ଭଳି ଶିକ୍ଷା ଅନୁଷ୍ଠାନ ଏବଂ ସ୍ଥାନୀୟ ଅଂଚଳର ବିଭିନ୍ନ ପ୍ରତିଷ୍ଠାନ ର ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ ।
ରାଜ୍ୟ
ବଡ, ଧୁମ୍ ଧାମରେ ଶେଷ ହେଲା ସିମାନ୍ତ ଯୁବ ମହୋତ୍ସବ।
- Hits: 7