ବିଜେପୁର /ସୁଶାନ୍ତ ସାହୁ: ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ ରକ୍ତଦାନର ବିକଳ୍ପ ନାହିଁ । ମଣିଷର ସମସ୍ତ ସମସ୍ୟା ଅପେକ୍ଷା ସ୍ଵାସ୍ଥ୍ୟ ସମସ୍ୟା ସାଂପ୍ରତିକ ସମୟରେ ଅତ୍ୟନ୍ତ ଗମ୍ଭିରତାର ବିଷୟ ଅଟେ । ତେଣୁ ରକ୍ତଦାନ ଆୟୋଜନ କରି ସଚେତନ ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି ସମ୍ବାଦ-ଆମ ଓଡିଶା ଓ ଉତ୍ତାଲଗଡ ନାଟ୍ୟ ସଂସଦ ତାଳପଦର ମିଳିତ ଆୟୋଜନରେ ଅନୁଷ୍ଠିତ ରକ୍ତଦାନ ଶିବୀରରେ ମତପ୍ରକାଶ ପାଇଛି । ତାଳପଦର ଖଗେଶ୍ଵର ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ଶିବିରରେ ୩୦ ଜଣ ସ୍ୱେଚ୍ଛାକୃତ ରକ୍ତଦାନ କରିଛନ୍ତି ।
ଶିବୀରର ସ୍ୱେଚ୍ଛା ରକ୍ତଦାତାମାନେ ହେଲେ ଗୀତା ଭୋଇ, ଜ୍ୟୋସ୍ନା ପଧାନ ଓ ବାସୁଦେବ ପଧାନ, ରଶ୍ମିଶିଖା ମିଶ୍ର ଓ ସୁଶାନ୍ତ ମିଶ୍ର, ଗିତାଂଜଲୀ ଭୋଇ ଓ ବିଶ୍ଵନାଥ ଭୋଇ, ପ୍ରଫୁଲ୍ଲ ସାହୁ, ମୁକେଶ କୁମାର ସାହୁ, ସୁର୍ଯ୍ୟକାନ୍ତ ସାହୁ, ସୁନୀଲ ନେପାକ, ମହେଶ୍ୱର ସାହୁ, ବବୁଲରଂଜନ ମିଶ୍ର, ଧର୍ମେନ୍ଦ୍ର ସାହୁ, ବାବଲୁ ରଣା, ରମେଶ ସାଗର, ଚୈତନ୍ୟ ସାହୁ, ମନୋଜ ବରିହା, ପିନ୍ଧୁ ଅଗ୍ରବାଲ, ଶୋଭନକୁମାର ସାହୁ, ଜିତେନ୍ଦ୍ର ସାହୁ, କାର୍ତିକ ଭୁଏ, ସୁରେନ୍ଦ୍ର ଭୋଇ, ଜିତେନ ସାହୁ, ଡୋଲାମଣି ଭୋଇ, ମଦନ ମୁନା, ବିପିନ କୁମ୍ଭାର, ପଖନୁ ଷାଣ୍ଡ, ତୋଷବନ୍ତ ଗତିଆ ଓ ନିରଂଜନ ସାହୁ । ଅନୁଷ୍ଠାନର ସଂଯୋଜକ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ସୁଶାନ୍ତ ମେହେର, ଥାନା ଅଧିକାରୀ ସୁଶାନ୍ତ ମଣି ମହାନ୍ତୀ, ରେଡିଏନ୍ସ ଶିକ୍ଷାନୁଷ୍ଠାନ ବିଜେପୁରର ଚ୍ୟାରମେନ ଅଜିତ କୁମାର ମେହେର, ସାମାଜିକ କର୍ମି ନେତ୍ରମଣି ମେହେର ପ୍ରମୂଖ ଅତିଥିବୃନ୍ଦ ଯୋଗଦାନ କରି ଶିବୀରକୁ ଉଦ୍ଘାଟନ କରିଥିଲେ । ନାଟ୍ୟ ସଂସଦର ସଭାପତି ହୃଦମଣି ସାହୁ ରକ୍ତଦାନର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ସଂପାଦକ ସୁଶାନ୍ତ ରଂଜନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନୀ ସଭାରେ ନବୀନ ପଧାନ, ପପଟଲାଲ ଭୋଇ, ଗଜାନନ ସାହୁ, କ୍ଷିତିପତି ରଣା, ସର୍ଜନ ପଧାନ, ବାସୁଦେବ ପଧାନ, ପ୍ରାଣବଂଧୁ ସାହୁ, ବିବେକାନନ୍ଦ ପଧାନଙ୍କ ସମେତ ଉପଦେଷ୍ଟା ଓ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । ସର୍ବଶ୍ରୀ ଚୈତନ୍ୟ ବିଶ୍ଵାଳ, ନେତ୍ରାନନ୍ଦ ସାହୁ, ଉମେଶ ଭୋଇ, ଗଣନାଥ ସାହୁ, ଦୀପକ ସାହୁ, ମୁକେଶ ସାହୁ, ଦେବାଶିଷ ପଧାନ, ପ୍ରଫୁଲ୍ଲ ସାହୁ, ନରେନ୍ଦ୍ର ସୁନା, ଆଲୋକ ସାହୁ, ରମେଶ ପଧାନ, ଦାମ୍ବୋଦର ବିଶ୍ଵାଳ, କିଶୋର ବାରିକ, ଅଶୋକ କୁମୁରା, ଡାକ୍ତର ଗିରିଶ ବାରିକ, ଦିଲ୍ଲିପ ସାହୁ, ସୁଶାନ୍ତ ସାହୁ, ଅଶ୍ବିନୀ ଦାଶ, ଭୋଜରାଜ ପଧାନ, ଲବ ସାହୁ, ସୁମନ୍ତ ରଣା, ଗାଙ୍ଗୁଲି ବିଶ୍ଵାଳ, ସୁନୀଲ ନେପାକ, ସୋମ ସାହୁ, ଇପିସିତ ପଧାନ, ପଖନୁ ଷାଣ୍ଢ, ତୁଲାରାମ ସାହୁ, ଭୁତୁ ନାଏକଙ୍କ ସମେତ ଅନୁଷ୍ଠାନର କର୍ମକର୍ତା, ସ୍ୱେଚ୍ଛାସେବୀ ତଥା ସମ୍ବାଦ ଆମ ଓଡିଶା ପ୍ରତିନିଧି ସୁନୀଲ ମିଶ୍ର, ରକ୍ତଭଣ୍ଡାର କର୍ମଚାରୀ ଭୁବନ ସାହୁ, ଅମରଜିତ ମହାନ୍ତି ପ୍ରମୂଖଙ୍କ ସହଯୋଗରେ ସଫଳତାର ସହିତ ଶିବୀର ଅନୁଷ୍ଠିତ ହୋଇଯାଇଛି ।
ରାଜ୍ୟ
ଉତ୍ତାଲଗଡ ନାଟ୍ୟ ସଂସଦ ଓ ସମ୍ବାଦ-ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର
- Hits: 59