ହେଡଲାଇନସ୍:

ଅପରାହ୍ନର ସାହିତ୍ୟ ଝର (ବାଲେଶ୍ୱର) ଓ ସିଦ୍ଧାନ୍ତ (ପାରଳାଖେମୁଣ୍ଡି) ମିଳିତ ସହଯୋଗରେ କବିତା ପାଠୋତ୍ସବ /ଆଲୋଚନା / ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଅପରାହ୍ନର ସାହିତ୍ୟ ଝର (ବାଲେଶ୍ୱର) ଓ ସିଦ୍ଧାନ୍ତ (ପାରଳାଖେମୁଣ୍ଡି) ମିଳିତ ସହଯୋଗରେ କବିତା ପାଠୋତ୍ସବ/ଆଲୋଚନା / ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସ୍ଥାନୀୟ ଉତ୍କଳ ହିତୈଷିଣୀ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାସ୍ତରୀୟ ସମାବେଶରେ "ଆମ ଗାଁ ଆମ ସାହିତ୍ୟ" ପ୍ରସଙ୍ଗ ଭିତ୍ତିକ ଆଲୋଚନା ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ "ଅପରାହ୍ନ" ଦୈନିକ ଖବର କାଗଜର ସମ୍ପାଦକ ବଂଶୀଧର ଜେନା ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ମୁଖ୍ୟ ବକ୍ତା ବିଚିତ୍ରାନନ୍ଦ ବେବର୍ତ୍ତା , ସମ୍ମାନୀତ ବକ୍ତା ଡ. କଲ୍ୟାଣୀ ମିଶ୍ର , ଲକ୍ଷ୍ମୀ ପ୍ରିୟା ଦାସ , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯୋଗ ଦେଇଥିବା ବେଳେ ଅପରାହ୍ନର ଜିଲ୍ଲା ସଂଯୋଜିକା ଅଞ୍ଜନା ପଟ୍ଟନାୟକ କାର୍ଯ୍ୟକ୍ରମର ପ୍ରାକ୍ ସୂଚନା ପ୍ରଦାନ କରିଥିଲେ।
ଏହି ଆଲୋଚନା ଅବସରରେ ୫୦ଗୋଟି ସ୍ବରଚିତ କବିତା ଆବୃତ୍ତି ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଏବଂ ସ୍ନିଗ୍ଧା ମିଶ୍ର ସଂଯୋଜନା କରିଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ହାସଲ କରିଥିବା ପ୍ରତିଭାଧର ବିଚିତ୍ରାନନ୍ଦ ବେବର୍ତ୍ତା , ଗୌରହରି ପଟ୍ଟନାୟକ , ମନୋଜ କୁମାର ପଣ୍ଡା , ଡ. କଲ୍ୟାଣୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଓଡ଼ିଆ ଅସ୍ମିତାକୁ ଆପଣେଇବାକୁ ହେଲେ ପୁରାତନ ସମୟର ଲୋକ କାହାଣୀ , ଲୋକ ସାହିତ୍ୟ , ଢଗଢମାଳି , ଗଳ୍ପ / କାହାଣୀର ଆଶ୍ରୟ ନେବାକୁ ହେବ ବୋଲି ବକ୍ତା ଗଣ ମତ ଦେଇ ଥିଲେ।
ଶେଷ ରେ ବବିତା ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭିକ ସଙ୍ଗୀତ କରୁଣାନିଧି ପଟ୍ଟନାୟକ ଗାନ କରିଥିଲେ ଏବଂ ମଞ୍ଚ ଆହ୍ବାନ ଓ ପରିଚୟ ପ୍ରଦାନ କରିଥିଲେ ସୁଲତା ଶୁଭଦର୍ଶୀନି। ସମସ୍ତ କାର୍ଯ୍ୟକ୍ରମକୁ ଶ୍ଵେତା ପଟ୍ଟନାୟକ , ସ୍ନେହା ବେହେରା , ରଜେଶ୍ୱରୀ ସ୍ୱାଇଁ , ମୁରଲୀ ପରିଚ୍ଛା , ତ୍ରିପତି ପଣ୍ଡା ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault