ହେଡଲାଇନସ୍:

ପୋଲିସ ଜନ ସମ୍ପର୍କ ଶିବିର ଅବସରରେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ର ପ୍ରଚେଷ୍ଟାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଖପ୍ରାଖୋଲ ( ହେମସାଗର ସାହୁ): ପୋଲିସ ଜନ ସମ୍ପର୍କ ଶିବିର ଅବସରରେ ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ର ପ୍ରଚେଷ୍ଟାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର l ବଲାଙ୍ଗୀର ଜିଲ୍ଲା ପୋଲିସ ଓ ଖପ୍ରାଖୋଲ ଥାନା ର ପ୍ରଚେଷ୍ଟାରେ ନାନ୍ଦୁପଲା ପଞ୍ଚାୟତ ର କନ୍ଦରାଭଟା ଗ୍ରାମରେ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଆସିଷ୍ଟାଣ୍ଟ କମାଣ୍ଡେନ ସୁଦୀପ୍ତ କୁମାର ସାହୁ,ରଙ୍କନିଧି ଯାନୀ,ଅତିରିକ୍ତ ତହସିଲଦାର ସତ୍ୟ ସୁନ୍ଦର ରାଉତରାୟ,ଥାନା ଭାରପ୍ରାପ୍ତ ଅଧିକାରୀ ନରେନ୍ଦ୍ର ଛତ୍ର ଉପସ୍ଥିତ ଥିଲେ  l ପୋଲିସ ପ୍ରଶାସନ ତରଫରୁ ଲୋକଙ୍କୁ କମ୍ବଳ, ଛତା, ଟର୍ଚ୍ଚ ଲାଇଟ ଓ କ୍ରିକେଟ ଦଳ ମାନଙ୍କୁ ବ୍ୟାଟ, ବଳ ସହ ଖେଳ ସାମଗ୍ରୀ ବଣ୍ଟନ କରିଥିଲେ l ଏହି ଅବସରରେ ୟୁଥ ବ୍ଲଡ଼ ଡୋନର ଗ୍ରୁପ, ବଲାଙ୍ଗୀର ଓ ମହାନଦୀ ଚିକିତ୍ସାଲୟ, ପାଣ୍ଡପାଲି, ବୀରମହାରାଜପୁର ମିଳିତ ଆନୁକୂଲ୍ୟରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା l ଉକ୍ତ ଶିବିରରେ  ଚକ୍ଷୁ ପରୀକ୍ଷକ ବିକାଶ କୁମାର ମେହେର ଓ ତାଙ୍କର ଟିମ 45  ଜଣଙ୍କୁ ଆଖି ପରୀକ୍ଷା କରିଥିଲେ ଓ ସେ ମଧ୍ୟରୁ 9  ଜଣ ଆଖି ଅପରେସନ ପାଇଁ ଚିନ୍ହଟ ହୋଇଥିଲେ, ସେମାନଙ୍କୁ ଅପରେସନ ପାଇଁ ବସ ଯୋଗେ ନିଆଯିବ ଓ ମାଗଣାରେ ଅପରେସନ କରାହେବ l ୟୁଥ ବ୍ଲଡ଼ ଡୋନର ଗ୍ରୁପ ବଲାଙ୍ଗୀର ର  ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l

0
0
0
s2sdefault