ହେଡଲାଇନସ୍:

ଟିପିଡବ୍ଲ୍ୟୁଓଡିଏଲ୍ ତରଫରୁ ଜାନୁଆରୀ 2025 ପାଇଁ ‘ପେ ଆଣ୍ଡ ଉଇନ୍’ବିଜେତାମାନଙ୍କ ନାମଘୋଷଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁର୍ଲା, 22.02.2025:  ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଡବ୍ଲ୍ୟୁଓଡିଏଲ୍) ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଆୟୋଜନ କରାଯାଇ ଜାନୁଆରୀ ମାସ ପାଇଁ ‘ପେ ଆଣ୍ଡ ଉଇନ୍ ସ୍କିମ୍’ମାଧ୍ୟମରେ ବିଜେତାମାନଙ୍କର ଚୟନ ଅନଲାଇନ୍ ମାଧ୍ୟମରେ କରାଯାଇଅଛି । ଏହି ସାମ୍ୱାଦିକ ସମ୍ମିଳନୀ ସମ୍ୱଲପୁର ସ୍ଥିତ ଟିପିଡବ୍ଲ୍ୟୁଓଡିଏଲ କମର୍ସିଆଲ୍ ବିଭାଗର ମୁଖ୍ୟ କାର୍ଯ୍ୟାଳୟଠାରେଅନୁଷ୍ଠିତ କରାଯାଇଥିଲା । ଏହି ଅବସରରେ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ବର୍ମାଙ୍କ ବ୍ୟତୀତ ଅନ୍ୟାନ୍ୟ ବିଭାଗର ମୁଖ୍ୟମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ସେବାରେ ଉନ୍ନତିକରଣ ପାଇଁ ମାସିକ ବିଦ୍ୟୁତ୍ ବିଲ୍ ପୈଠ କରିବା ଉପଭୋକ୍ତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ଲକ୍ଷ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ସେମାନଙ୍କ ମାସିକ ବିଲ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରତ୍ୟେକ ମାସରେ ପ୍ରଦାନ କରିଥାନ୍ତି । ଏହି ସ୍କିମ୍ ମାଧ୍ୟମରେ ସେହି ଉପଭୋକ୍ତାମାନଙ୍କୁ କମ୍ପାନୀ ତରଫରୁ ପୁରଷ୍କାର ସ୍ୱରୂପଏକ ଛୋଟ ଉପହାର ପ୍ରଦାନ କରାଯିବା ସହିତ ଅନ୍ୟ ଉପଭୋକ୍ତାଙ୍କୁ ମାସିକ ବିଦ୍ୟୁତ୍ ବିଲ୍ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରଦାନ କରିବା ପାଇଁ ଉତ୍ସାହିତ କରାଯାଇଥାଏ । ଟିପିଡବ୍ଲ୍ୟୁଓଡିଏଲ୍ ଦ୍ୱାରା ଏହି ଯୋଜନାର ପ୍ରଚଳନ ଗତ ଅଗଷ୍ଟ ମାସରୁ ଆରମ୍ଭ କରାଯାଇଅଛି ।

ପ୍ରକାଶଥାଉ କି, ଏହି ସ୍କିମର ନିୟମ ଅନୁସାରେ ଟିପିଡବ୍ଲ୍ୟୁଓଡିଏଲର ଯୋଗ୍ୟ ଗ୍ରାହକଙ୍କ ମଧ୍ୟରେ ସ୍ୱୟଂ ଚାଳିତ କମ୍ପ୍ୟୁଟର୍ ଦ୍ୱାରା ପ୍ରତ୍ୟେକ ଉପଖଣ୍ଡ ପାଇଁ 3 ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଚୟନ କରାଯାଇଥାଏ ଏବଂ ସେହି ଉପଭୋକ୍ତଙ୍କୁ ପ୍ରଥମ ପୁରଷ୍କାର ଭାବେ ଏକ ସ୍ମାର୍ଟ ଫୋନ୍, ଦ୍ୱିତୀୟ ପୁରଷ୍କାର ଭାବେ ଏକ ସାରେଗାମା କାରମା ଏବଂ ତୃତୀୟ ପୁରଷ୍କାର ଭାବେ ଏକ ସୋଲାର ଲ୍ୟାମ୍ପ ଉପହାର କରାଯାଇଥାଏ ।

ଉଲ୍ଲେଖଯୋଗ୍ୟ ଯେ, ଚଳିତ ଡିସେମ୍ବର ମାସ ପାଇଁ ଏହି ଯୋଜନା ଅଧିନରେ ସମଗ୍ର ପଶ୍ଚିମ ଓଡ଼ିଶାରୁ5 ଲକ୍ଷ 53 ହଜାର 425 ଜଣ ବିଦ୍ୟୁତ୍ ଉପଭୋକ୍ତା ଯୋଗ୍ୟ ବିବେଚିତ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରୁ ସ୍ୱୟଂ ଚାଳିତ କମ୍ପ୍ୟୁଟର ଦ୍ୱାରା ଲକି ଡ୍ର ମାଧ୍ୟମରେ 57ଟି ଉପଖଣ୍ଡରୁ171ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ବିଜେତା ଭାବେ ଚୟନ କରାଯାଇଥିଲା । ଉପରୋକ୍ତ କାର୍ଯ୍ୟକ୍ରମ ହେତୁ ଟିପିଡବ୍ଲ୍ୟଓଡିଏଲର ପ୍ରାୟ ଏକ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ବିଗତ 6 ମାସ ମଧ୍ୟରେ ନିଜର ସମସ୍ତ ବକେୟା ପୈଠ କରି ଏହି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ଯୋଗ୍ୟ ବିଜେଚିତ ହୋଇଛନ୍ତି ।

ପ୍ରକାଶଥାଉ କି, ବଲାଙ୍ଗିର ବିଦ୍ୟୁତ୍ ମଣ୍ଡଳରୁ 87 ହଜାର 206, ବରଗଡ଼ ମଣ୍ଡଳରୁ 34ହଜାର 273, କଳାହାଣ୍ଡି ମଣ୍ଡଳରୁ 1 ଲକ୍ଷ10ହଜାର 176, ରାଉରକେଲା ମଣ୍ଡଳରୁ 1 ଲକ୍ଷ 91 ହଜାର 905 ଏବଂ ସମ୍ୱଲପୁର ବିଦ୍ୟୁତ୍ ମଣ୍ଡଳରୁ1 ଲକ୍ଷ29 ହଜାର 924 ଜଣ ବିଦ୍ୟୁତ୍ ଉପଭୋକ୍ତାଙ୍କ ଅନ୍ତଭୁକ୍ତ କରାଯାଇଥିଲା । ଯେଉଁଥିରେ ବଲାଙ୍ଗିର ମଣ୍ଡଳର 11ଟି ଉପଖଣ୍ଡ ନିମନ୍ତେ 33 ଜଣ ବିଜେତା, ବରଗଡ଼ ମଣ୍ଡଳର 9ଟି ଉପଖଣ୍ଡ ନିମନ୍ତେ 27 ଜଣ ବିଜେତା, କଳାହାଣ୍ଡି ମଣ୍ଡଳର 10ଟି ଉପଖଣ୍ଡ ନିମନ୍ତେ 30 ଜଣ ବିଜେତା, ରାଉରକେଲା ମଣ୍ଡଳର 13ଟି ଉପଖଣ୍ଡ ନିମନ୍ତେ 39 ଜଣ ବିଜେତା ଏବଂ ସମ୍ୱଲପୁର ମଣ୍ଡଳରୁ 14ଟି ଉପଖଣ୍ଡ ନିମନ୍ତେ 42 ଜଣ ବିଜେତାଙ୍କ ନାମ କମ୍ପ୍ୟୁଟର୍ ମାଧ୍ୟମରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତରେ ଚୟନ କରାଯାଇଥିଲା । ସେହି ସମସ୍ତ ବିଜେତାଙ୍କୁ ଆଗାମୀ କିଛି ଦିନ ମଧ୍ୟରେ ନିକଟସ୍ତ ଟିପିଡବ୍ଲ୍ୟୁଓଡିଏଲ୍ କାର୍ଯ୍ୟାଳୟକୁ ନିମନ୍ତ୍ରଣ କରି ପୁରଷ୍କାର ପ୍ରଦାନ କରାଯିବ । ସମସ୍ତ ଉପଭୋକ୍ତାଙ୍କ ନାମ କମ୍ପାନୀର ୱେବସାଇଟରେ ମଧ୍ୟ ଉପଲବ୍ଧ କରାଯିବ ।

 

0
0
0
s2sdefault