ହେଡଲାଇନସ୍:

ବିଭିନ୍ନ ମନ୍ଦିରରୁ ମୂର୍ତ୍ତି, ଗହଣା ଓ ହୁଣ୍ଡି ଚୋରି ଘଟଣା: ଓଡ଼ଗାଁ ରଘୁନାଥ ଜିଉଙ୍କ ମନ୍ଦିର ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ ୨୦।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ସଦରମହକୁମାରେ ଅବସ୍ଥିତ ବହୁ ପୁରାତନ ଜଗନ୍ନାଥଙ୍କ ମନ୍ଦିର ମଧ୍ୟରୁ ବୁଧବାର ରାତିରେ ବଡ଼ଧରଣର ଚୋରି ଘଟଣା ଗୁରୁବାର ପ୍ରଚାରିତ ହେବା ପରେ ଜିଲାରେ ଥିବା ଅନ୍ୟ ମନ୍ଦିର ମାନଙ୍କର ସୁରକ୍ଷାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ଓଡ଼ଗାଁ ସନ୍ନିକଟ ଜାମୁ ପାଟଣା ଶୁଳିଆ ପାହାଡ଼ ପାଦଦେଶରେ ବିରାଜିତ ଓଡ଼ିଶାର ଅନ୍ୟତମ ଶୈବପୀଠ ବାବା ଦୂତୀକେଶ୍ବରଙ୍କ ମୁଖ୍ୟ ମନ୍ଦିର ଖଟୁଳି ମଧ୍ୟରୁ ଗତ ୧୫ ତାରିଖରେ ରାଧାକୃଷ୍ଣ ମୂର୍ତ୍ତି ଚୋରି ହୋଇଥିବା ବେଳେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର ହୋଇପାରିନାହିଁ । ଅନ୍ୟପକ୍ଷରେ ନିକଟରେ ଜିଲ୍ଲାର ଅନେକ ମନ୍ଦିରୁ ଚୋରି ଘଟଣା ପ୍ରଚାରିତ ହୋଇଛି । ଏପରିସ୍ଥଳେ ଓଡ଼ଗାଁ ଠାରେ ବିରାଜିତ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ସୁରକ୍ଷାକୁ ନେଇ ସାଧାରଣରେ ଏବେ ଆଲୋଚନା ଆରମ୍ଭ ହୋଇଛି । ପୂର୍ବ ଦିନମାନଙ୍କରେ ପୁଜକ ପରିଷଦ ଓ ସୁଆର ସେବକଙ୍କ ମାନେ ମନ୍ଦିର ପାଇଁ ସ୍ବତନ୍ତ୍ର ସୁରକ୍ଷା ଦାବିର ବିଚାରରେ ଦିନବେଳା ଜଣେ ଦୁଇଜଣ ପୋଲିସ କର୍ମଚାରୀରେ ପ୍ରଶାସନ କାର୍ଯ୍ୟ ସାରିଛି । ଏବଂ ରାତ୍ର ସମୟରେ ଜଗୁଆଳି ଭାବେ ପାରମ୍ପାରିକ ଭାବେ ମନ୍ଦିର ତରଫରୁ ୨ ଜଣ ପାଇକ ସହିତ ମନ୍ଦିର ପ୍ରଶାସନ ଦ୍ବାରା ଜଣେ ରାତ୍ର ଜଗୁଆଳି, ଏପରି ୩ ଜଣ ମନ୍ଦିର ମଧ୍ୟରେ ଜଗାରଖା କରିଥାନ୍ତି । ଏବଂ ମନ୍ଦିର ବାହାରେ ୨ ଜଣ ହୋମଗାର୍ଡ କାର୍ଯ୍ୟ କରିଥାନ୍ତି । ଏହାସତ୍ବେ କିଛି ବର୍ଷ ପୂର୍ବେ ମନ୍ଦିର ମଧ୍ୟରେ ରୋଷଘରକୁ ଲାଗି ରହିଥିବା ଏକ ଚନ୍ଦନ ଗଛକୁ ଦୁର୍ବୃତ୍ତ ମାନେ କାଟି ନେବାରେ ସକ୍ଷମ ହୋଇଥିଲେ । ଏବଂ ନିକଟରେ ଦକ୍ଷିଣ ଦ୍ଵାର ପଞ୍ଚମୁଖୀ ହନୁମାନଙ୍କ ନିକଟରେ ଥିବା ହୁଣ୍ଡିରୁ ଚୋରି ଘଟଣା ଅଳ୍ପକେ ରକ୍ଷାପାଇଥିଲା । ହେଲେ ଓଡ଼ଗାଁ ବିଜେ ପ୍ରଭୁ ଶ୍ରୀରଘୁନାଥ ଜିଉଙ୍କ ବହୁ ପୁରାତନ ମନ୍ଦିର ସ୍ବର୍ଣ୍ଣକଳଶ କ୍ଷେତ୍ରଭାବେ ମଧ୍ୟ ପରିଚିତ । ଏଥିସହିତ ଠାକୁରଙ୍କ ଅନ୍ୟାନ୍ୟ ଦାମି ବ୍ୟବହାର ସାମଗ୍ରୀ ମଧ୍ୟ ରହିଛି । ଏଣୁ ଏସମସ୍ତ ଦ୍ରବ୍ୟର ଉଚ୍ଚ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଭାବେ ଗନମ୍ୟାନ ଇତ୍ୟାଦି ନିଯୁକ୍ତର ଆବଶ୍ୟକତା ଦେଖାଦେଇଛି । ପୂର୍ବଦିନ ଏବଂ ବର୍ତ୍ତମାନର ଏହି ଘଟଣା ମାନକୁ ଅନୁଧ୍ୟାନ କରି ମନ୍ଦିର ସୁରକ୍ଷା ନେଇ ସ୍ବତନ୍ତ୍ର ତ୍ୱରିତ ବ୍ୟବସ୍ଥା ଗ୍ରହଣ କରାଗଲେ, ହୁଏତ ଚୋରି ଭଳି ଅଭାବନୀୟ ଘଟଣା ଗୁଡିକୁ ଏଡାଇ ଦିଆଯାଇପାରିବ । ଜିଲ୍ଲା ଦେବୋତ୍ତର ମ୍ୟାନେଜର ଏବଂ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ନୟାଗଡ଼ ଉପଜିଲ୍ଲାପାଳ ଏଥିପ୍ରତି ସ୍ବତନ୍ତ୍ର ଧ୍ୟାନଦେବା ପାଇଁ ସାଧାରଣରେ ଦାବି ହୋଇଛି ।

0
0
0
s2sdefault