ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଶ୍ରୀଯୁକ୍ତ ଉମାଶଙ୍କର ବେହେରା ଗତକାଲି ଯୋଗଦାନ କରିଛନ୍ତି । ସେଥିନିମିତ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠୁ ଆରମ୍ଭ କରି ଅନେକ ବରିଷ୍ଠ ପ୍ରଶାସନିକ ଅଧିକାରୀ ଓ ଭଞ୍ଜନଗର ସାମ୍ବାଦିକ ସଂଘ, ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ପକ୍ଷରୁ ମଧ୍ୟ ସ୍ଵାଗତ ଶୁଭେଛା ପ୍ରଦାନ କରାଯାଇଛି।
ଏହା ପୂର୍ବରୁ ଶ୍ରୀ ବେହେରା ଭଞ୍ଜନଗର ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ସେ ଜଣେ ସୁଦକ୍ଷ ପ୍ରଶାସକଭାବେ ଶାସକ ମାନଙ୍କ ପାଖରେ ବହୁ ଖ୍ୟାତି ଅର୍ଜନ କରିଛନ୍ତି । ସେ ଜନହିତରେ ସରକାରୀ ଯୋଜନାକୁ ସଫଳରୂପେ ରୂପାୟନ କରିବାକୁ ପ୍ରତିଶୃତିବଦ୍ଧ ବୋଲି ନିଜ ପ୍ରତିକ୍ରିୟା ରେ ଜଣାଇ ଅଛନ୍ତି । ସେ ସମସ୍ତ କର୍ମଚାରୀଗଣଙ୍କୁ ଦଳଗତ ସ୍ୱଛତା, ବୈଷୟିକ ଜ୍ଞାନ ସହ ଠିକ ସମୟରେ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିବାକୁ ପରାମର୍ଶ ପ୍ରଦାନ କରିଥିଲେ । ଭଞ୍ଜନଗର ଉପଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶ୍ରୀ ଅମିତ ରଞ୍ଜନ ହୋତା, ସହାୟକ ଜିଲ୍ଲାପାଳ ଶ୍ରୀ ରାମଚନ୍ଦ୍ର ମହାପାତ୍ର,ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ନିହାର ରଞ୍ଜନ ମହାନ୍ତି,ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀ ଅସିତ କୁମାର ମହାନ୍ତି, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର ଉପଜିଲ୍ଲାପାଳ ଙ୍କ ବ୍ୟକ୍ତିଗତ ସହାୟକ ଶ୍ରୀ ବଂଶୀଧର ବେହେରା,ଇଷ୍ଟାବ୍ଳିସମେଣ୍ଟ୍ ଅଫିସର ଇନଚାର୍ଜ ଶ୍ରୀ ବନବିହାରୀ ସ୍ୱାଇଁ ଏବଂ ସବୁ ବିଭାଗର ବରିଷ୍ଠ ରାଜସ୍ବ ସହାୟକ ଓ କନିଷ୍ଠ ସହାୟକଙ୍କ ସହ କାର୍ଯ୍ୟାଳୟର ସବୁ କର୍ମଚାରୀଗଣ ନୂତନ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ଅବସରରେ ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ତରଫରୁ ମଧ୍ୟ ଆଜି ୨୦ ଫେବୃୟାରୀ ୨୦୨୫ ଗୁରୁବାର ଦିନ ନୂତନ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରାଙ୍କୁ ପୁଷ୍ପ ଗୁଛ ଓ ଉପଢ଼ୋକନ ଓ କୋଟି ଓଡିଆଙ୍କ ଭାବର ଠାକୁର ପ୍ରଭୂ ଶ୍ରୀଜଗନ୍ନାଥଙ୍କ ଫୋଟୋ ଚିତ୍ର ଦେଇ ଶୁଭେଛା ଜ୍ଞାପନ କରାଯାଇଥିଲା। ଆଜିର ଏହି ଶୁଭେଛା କାର୍ଯ୍ୟକ୍ରମ ରେ ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ର ସଭାପତି, ଗଞ୍ଜାମ ଜିଲ୍ଲା ୟୁ.ଜେ.ଏ ର ସମ୍ପାଦକ, କୋଷାଧ୍ୟକ୍ଷ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଶ୍ରୀ ଅମରେନ୍ଦ୍ର କୁମାର ପଟ୍ଟନାୟକ, ଶ୍ରୀ ଜୟକୃଷ୍ଣ ପଟ୍ଟନାୟକ, ଉଦୟନାଥ ପଣ୍ଡା, ଅରକ୍ଷିତ ପରିଛା,ନିଲୁ ବିଷୋୟୀ, ଓ ସୁବ୍ରତ କୁମାର ଦାସ ପ୍ରଭୃତି ସାମ୍ବାଦିକ ଉପସ୍ଥିତ ଥିଲେ। ପ୍ରକାଶ ଥାଉ କି, ଏହା ପୂର୍ବରୁ ଉପଜିଲ୍ଲାପାଳ ଥିବା ଶ୍ରୀଯୁକ୍ତ ଅନିଲ କୁମାର ସେଠୀ ଓଡିଶା ବିଧାନସଭା ମାନ୍ୟବର ସରକାରୀ ମୁଖ୍ୟ ସଚେତଙ୍କ ପ୍ରାଇଭେଟ ସେକ୍ରେଟାରୀ ଭାବେ ବଦଳି ହୋଇଛନ୍ତି। ଏବଂ ଶ୍ରୀଯୁକ୍ତ ସେଠୀ ଓଡିଶା ବିଧାନସଭା ମାନ୍ୟବର ସରକାରୀ ମୁଖ୍ୟ ସଚେତଙ୍କ ପ୍ରାଇଭେଟ ସେକ୍ରେଟାରୀ ଭାବେ ଯୋଗଦାନ କରିଛନ୍ତି।
ରାଜ୍ୟ
ଭଞ୍ଜନଗର ନୂତନ ଉପଜିଲ୍ଲାପାଳଭାବେ ଶ୍ରୀ ଉମାଶଙ୍କର ବେହେରା ଙ୍କ ଯୋଗଦାନ
- Hits: 139