"ସଭ୍ୟ ଦେଶରେ ଅଭିଯୋଗ ନଶୁଣି ହାଲୁକା ଭାବେ ନେବା ସୁରକ୍ଷା ନଦେବା ଗ୍ରହଣୀୟ ନୁହେଁ।"
କେନ୍ଦୁଝର( ଦିଲ୍ଲୀପ ସାହୁ) ,ତା୧୩/୨- ପୁଣି କେନ୍ଦୁଝରର ସମାଜସେବୀ ରୋଜାଲିନ ସାହୁ ହତ୍ୟା ମାମଲା ଓଡ଼ିଶା ହାଇକୋର୍ଟରେ ଉଠିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ନିଜେ ରୋଜାଲିନଙ୍କ ମାଆ ରେବତୀ ସାହୁଙ୍କ ପାଖରୁ ଅଭିଯୋଗପତ୍ର ଅଭିଯୋଗ ଶୁଣାଣିରେ ନେଇ ପୋଲିସ ଡ଼ିଜିଙ୍କ ପାଖକୁ ପଠାଇ ଥିଲେ। ହେଲେ ପୋଲିସ ହତ୍ୟା ଆରୋପୀଙ୍କୁ ସୁରକ୍ଷା ଦେଇ ଆସୁଥିବାରୁ କିଛି ତଦନ୍ତ ହୋଇନଥିଲା ପୋଲିସ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଖାତର କଲାନି ବୋଲି ରେବତୀ ସାହୁ କ୍ଷୋଭର ସହ କୁହନ୍ତି।
ଓଡ଼ିଶା ବିଜେପି ଦଳର ରାଜ୍ୟ ଯୁବ ମୋର୍ଚ୍ଚା ଉପସଭାପତି ପ୍ରକାଶ ମଲ୍ଲିକ ତାଙ୍କ ଝିଅକୁ ସ୍କର୍ପିଓ ଗାଡ଼ିରେ ଆନନ୍ଦପୁର ଡାକି ନେଇ ବାଟରେ ହତ୍ୟା କରିଛି ବୋଲି ସେ ସିଧା ଆରୋପ କରିଛନ୍ତି। ତେଣୁ ଏବେ କୋର୍ଟରେ ୩୦୨/୩୪ ସଂଘବଦ୍ଧ ଭାବେ ନରହତ୍ୟା ଆରୋପ ଲାଗିଛି। ଘଟଗାଁ ପୋଲିସ ଏହା ଭିତରେ ପ୍ରକାଶ ମଲ୍ଲିକର ଧଳା ସ୍କର୍ପିଓ ଗାଡ଼ି ଜବତ କରିଛି ବୋଲି ହାଇକୋର୍ଟକୁ ଲେଖି ଦେଇଛି।
ଏହି ନେତା ରାଷ୍ଟ୍ରପତି,ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ ଆଦିଙ୍କ ସହ ଆରାମରେ ଫଟୋ ଉଠେଇ ପୋଷ୍ଟ କରି ମାମଲାକୁ ପ୍ରଭାବିତ କରୁଛି ତେଣୁ ପୋଲିସ ହତ୍ୟାକାରୀଙ୍କୁ ଧରୁନି ବୋଲି ରେବତୀ ସାହୁ କହିଛନ୍ତି। ଶେଷରେ ସେ ବାଧ୍ୟ ହୋଇ ପୁଣି ହାଇକୋର୍ଟର ଦ୍ବାରସ୍ଥ ହେବାରୁ ଚଳିତ ମାସ ୧୧ ତାରିଖରେ ମାନ୍ୟବର ହାଇକୋର୍ଟ ଓଡ଼ିଶା କାଉନସେଲଙ୍କ ଦ୍ଵାରା କେନ୍ଦୁଝର ଏସପିଙ୍କ ପାଖରୁ ଏହି ହତ୍ୟା ମାମଲା ଉପରେ ଏକ ରିପୋର୍ଟ ମାଗିଛନ୍ତି। ହାଇକୋର୍ଟ ମଧ୍ୟ ଗୋଟେ ସଭ୍ୟ ଦେଶରେ ଜଣଙ୍କ ଅଭିଯୋଗ ନଶୁଣି ମାମଲାକୁ ହାଲୁକା ଭାବେ ନେବା ନାଗରିକଙ୍କୁ ସୁରକ୍ଷା ନଦେବା ଗ୍ରହଣୀୟ ନୁହେଁ ବୋଲି ମନ୍ତବ୍ୟ ଦେଇଛନ୍ତି। ପୁଣି ଏହି ମାମଲାର କାଗଜପତ୍ର କେନ୍ଦୁଝର ଏସପିଙ୍କୁ ଦେବାକୁ କହିଛନ୍ତି।
ଉଲ୍ଲେଖଯୋଗ୍ୟ କି ଡିସେମ୍ବର ୧୨ ତାରିଖ ୨୦୨୨ରେ ସମାଜସେବୀ ରୋଜାଲିନ ସାହୁଙ୍କୁ କେନ୍ଦୁଝର ସହରରୁ ବିଜେପି ନେତା ପ୍ରକାଶ ମଲ୍ଲିକ ନିଜ ସାଥୀ ମାନଙ୍କ ସହ ଆନନ୍ଦପୁର ସମାଜସେବୀ ବୈଠକକୁ ଡାକି ଆଣିଥିଲା। ହେଲେ ସେଦିନ ସନ୍ଧ୍ୟାରେ ରୋଜାଲିନ ପରିବାର ଦୁର୍ଘଟଣା ହୋଇଛି ଖବର ପାଇଲେ ଝିଅ କଟକ ବଡ଼ ଡ଼ାକ୍ତରଖାନାରେ ଜୀବନ ସହ ସଂଘର୍ଷ କରି ସେହି ଡିସେମ୍ବର ୨୮ ତାରିଖ ସନ୍ଧ୍ୟାରେ ମୃତ୍ୟୁବରଣ କରିଥିଲା। ଏହାପରେ ରେବତୀ ସାହୁ ଘଟଗାଁ ଥାନାରେ ତା୨/୧/୨୩ରିଖରେ ଏକ ଏତଲା ଦେଇଥିଲେ ଯାହାକୁ ପୋଲିସ ଚିରି ଅପରାଧୀଙ୍କ ଦ୍ଵାରା ଆଉ ଗୋଟେ ଏତଲା ଲେଖାଇ ଥିଲା କି ଏକ ବାଇକରେ ଦୁର୍ଘଟଣା ହୋଇଛି ବୋଲି ଯାହା ରେବତୀ ସାହୁ କୁହନ୍ତି।
ତେଣୁ ପୁଣି ନୂଆ ଏତଲା ଦେବାରୁ ଘଟଗାଁ ଥାନା ପୋଲିସ ବାଧ୍ୟ ହୋଇ ତା୯/୨/୨୩ ରିଖରେ ମୂଳ ଏତଲାରେ ପରିବର୍ତ୍ତନ କରି ୩୦୨/୩୪ ଦଫା ଯୋଡ଼ିଥିଲା।ହେଲେ ପୋଲିସ ଚଂଚକତା କରି କେବଳ ୩୦୪ ଦଫା ଉପରେ ତଦନ୍ତ କରି ହତ୍ୟାକାରୀଙ୍କୁ ଛାଡି ଦେଇଥିଲା। ଏହି କଥା ନେଇ ମାଆ ରେବତୀ ସାହୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଏବେକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯାଏ ସମସ୍ତଙ୍କୁ ଭେଟିଥିଲେ ମଧ୍ୟ ନ୍ୟାୟ ପାଇ ନାହାଁନ୍ତି ବୋଲି କହିଛନ୍ତି। ତେବେ ହାଇକୋର୍ଟ ଗୋଟେ ଏସଆଇଟି ଗଠନ କରି ତଦନ୍ତ କରୁ ନହେଲେ ସିବିଆଇ ମାମଲା ଦେଉ ବୋଲି ସେ ଦାବି କରିବେ କହିଛନ୍ତି। ହାଇକୋର୍ଟର କଡ଼ା ପଦକ୍ଷେପ ପରେ କେନ୍ଦୁଝର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି।