-
• ସିସିଏଲ ଚଳିତ ସିଜନ - ୨୦୨୫ ପାଇଁ ବାରବାଟି ଷ୍ଟାଡ଼ିୟମ, ବେଙ୍ଗଲ ଟାଇଗର୍ସ ଦଳର ଘରୋଇ ପଡ଼ିଆ ହୋଇଛି
-
• ସିସିଏଲର ଦୁଇଟି ମ୍ୟାଚ ପ୍ରଥମଟି ପଞ୍ଜାବ ବନାମ ଭୋଜପୁରୀ ଏବଂ ଦ୍ୱିତୀୟ ମ୍ୟାଚ୍ ବେଙ୍ଗଲ ଟାଇଗର୍ସ ବନାମ ମୁମ୍ବାଇ ଖେଳାଯିବ
-
• ମ୍ୟାଚ୍ ପାଇଁ ଟିକଟ ୧୧ ତାରିଖରୁ ଉପଲବ୍ଧ ହୋଇଛି, ୧୬ ତାରିଖରେ ମ୍ୟାଚ୍ ଖେଳାଯିବ
ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ସେଲିବ୍ରିଟି କ୍ରିକେଟ୍ ଲିଗ୍ (ସିସିଏଲ୍) ୨୦୨୫ ଓଡ଼ିଶା ମାଟିକୁ ଆସିଛି । ଏହି କାର୍ଯ୍ୟକ୍ରମଟି ୨୦୨୫ ଫେବ୍ରୁଆରି ୧୬ରେ କଟକର ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଚଳିତ ୨୦୨୫ ସିଜନ ପାଇଁ ବେଙ୍ଗଲ ଟାଇଗର୍ସ ଦଳ ବାରବାଟି ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ ଭାବେ ଚୟନ କରିଛି ।
ୟୁଜେନିr ହେୟାର ସାଇନସେସ୍ର ଡ. ପ୍ରଦୀପ ସେଠି ଏବଂ ଡ. ଆରିକା ବଂଶଲଙ୍କ ସମର୍ଥନରେ ଆୟୋଜିତ ଏହି କାର୍ଯ୍ୟକ୍ରମ ବଲିଉଡ୍ର କିଛି ବଡ଼ ତାରକାଙ୍କୁ ଏକାଠି କରିବ ଯେଉଁଥିରେ କ୍ରିକେଟ୍, ମନୋରଞ୍ଜନ ଏବଂ ଗ୍ଲାମରର ଏକ ରୋମାଂଚକର ମିଶ୍ରଣ ସୃଷ୍ଟି ହେବ । ଅର୍ଜୁନ କପୁର, ସୋହେଲ ଖାନ, ସୋନୁ ସୁଦ, ମିକା ସିଂହ, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ଜାନଭି କପୁର ଆଦି କଳାକାରମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।
ଏହି ରୋମାଂଚକର କ୍ରିକେଟ୍ ଖେଳରେ ବର୍ତମାନର ଚାମ୍ପିୟନ ବେଙ୍ଗଲ ଟାଇଗର୍ସ - ମୁମ୍ବାଇ ଦଳ ସହ ଖେଳିବ ଏବଂ ଏକ ପ୍ରଦର୍ଶନୀ ମ୍ୟାଚ୍ରେ ଓଡିଆ ସେଲିବ୍ରିଟି ଦଳ ଭାଗ ନେବ ଯାହା ଅଭିନେତା ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁଭବ ମହାନ୍ତିଙ୍କ ନେତୃତ୍ୱରେ ଗଠନ କରାଯାଇଛି । ସ୍ଥାନୀୟ ରଣଜୀ କ୍ରିକେଟର ଯେପରିକି ଜିତୁ ଶତପଥୀ ଏବଂ ପବନ ଅଗ୍ରୱାଲ ମଧ୍ୟ ଏଥିରେ ଅଂଶ ଗ୍ରହଣ କରିବେ ।
ଏହି କାର୍ଯ୍ୟକ୍ରମ ୟୁଜେନିr ହେୟାର ସାଇନସେସ୍ର ଡ. ପ୍ରଦୀପ ସେଠି ଏବଂ ଡ. ଆରିକା ବଂଶଲଙ୍କ ଦ୍ୱାରା ଆୟୋଜିତ ହେଉଥିବା ବେଳେ ସିସିଏଲ୍ ଓଡିଶା କୋର୍ କମିଟି ଏହାର ସହ ଭାଗିଦାରୀରେ ରହିଛି । ମୁଖ୍ୟ ସଂଯୋଜକ ଅଜୟ ଅଗ୍ରୱାଲ ଓଡିଶାକୁ ସିସିଏଲ୍ ଆଣିବା ପାଇଁ ଯଥେଷ୍ଟ ପରିଶ୍ରମ କରିଛନ୍ତି । କମିଟିରେ ଡ. ସତ୍ୟବ୍ରତ ମିନକେତନ (ମୁଖ୍ୟ ଆବାହକ), ଗୋଲକ ମହାପାତ୍ର (ପରାମର୍ଶଦାତା), ବାସୁଦେବ ଭଟ୍ଟ (ଆବାହକ) ଏବଂ ଅନ୍ୟମାନେ ଅଛନ୍ତି ।
ଏହି କାର୍ଯ୍ୟକ୍ରମ ୨୦୨୫ ଫେବ୍ରୁଆରି ୧୬ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଅପରାହ୍ନ ୨ଟାରେ ଉଦଘାଟନ ହେବ ଯେଉଁଥିରେ ମାନ୍ୟବର କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ରହିବେ । ପୁରସ୍କାର ବିତରଣ ସମାରୋହରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ ଏବଂ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉପସ୍ଥିତ ରହିବେ । ବେଙ୍ଗଲ ଟାଇଗର୍ସର ମାଲିକ ବୋନି କପୁର ବାରବାଟି ଷ୍ଟାଡିୟମକୁ ୨୦୨୫ ସିଜନ୍ ପାଇଁ ଦଳର ଘରୋଇ ପଡ଼ିଆ ଭାବରେ ବାଛିଛନ୍ତି । ବେଙ୍ଗଲ ଟାଇଗର୍ସ ଦିନର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସହ ଖେଳିବ, ଯାହା ପ୍ରଥମ ମ୍ୟାଚ୍ ପଞ୍ଜାବ ବନାମ ଭୋଜପୁରୀ ମ୍ୟାଚ୍ ପରେ ଅପରାହ୍ନ ୨ଟାରେ ଆୟୋଜିତ ହେବ ।
ସିସିଏଲ୍ ଓଡିଶାର ଆବାହକ ବାସୁଦେବ ଭଟ୍ଟ କହିଛନ୍ତି, “ଆମେ ସିସିଏଲ୍କୁ ଓଡିଶାକୁ ଆଣି ଉତ୍ସାହିତ ଅଛୁ ଏବଂ ପ୍ରଶଂସକମାନଙ୍କୁ ସେମାନଙ୍କର ପ୍ରିୟ ବଲିଉଡ୍ ତାରକାଙ୍କୁ ପଡ଼ିଆରେ ଖେଳୁଥିବା ଦେଖିବାର ସୁଯୋଗ ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ।”
ସିସିଏଲ୍ ୨୦୨୫ର ଟିକେଟ୍ ଅନଲାଇନ୍ ଉପଲବ୍ଧ କରାଯାଉଛି ଏବଂ ଟିକେଟ୍ କାଉଂଟର୍ ୨୦୨୫ ଫେବ୍ରୁଆରି ୧୧ରୁ ବାରବାଟି ଷ୍ଟାଡିୟମରେ ଖୋଲା ରହିଛି । ଏହା ବ୍ୟତୀତ, ବିମାନବନ୍ଦର, ରେଳଷ୍ଟେସନ୍, ବସ୍ ଷ୍ଟାଣ୍ଡ ଏବଂ ହୋଟେଲ୍ ଆଦି ମୁଖ୍ୟ ସ୍ଥାନଗୁଡିକରେ ଅତିରିକ୍ତ ଟିକେଟ୍ ଆଉଟଲେଟ୍ ଖୋଲା ହେବ, ଯାହା ପ୍ରଶଂସକମାନଙ୍କ ପାଇଁ ସହଜରେ ଉପଲବ୍ଧ ହୋଇପାରିବ ।
୨୦୨୫ ସେଲିବ୍ରିଟି କ୍ରିକେଟ୍ ଲିଗ୍ରେ କ୍ରିକେଟ୍, ଗ୍ଲାମର୍ ଏବଂ ମନୋରଞ୍ଜନର ସମ୍ପୂର୍ଣ୍ଣ ମିଶ୍ରଣ ଉତ୍ସବରେ ଆମ ସହିତ ଯୋଗ ଦିଅନ୍ତୁ!