ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ୭/୪ ମାଲକାନଗିରି ବିଜେପି କାର୍ଯ୍ୟାଳୟରେ 47 ତମ ବିଜେପି ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସର ରେ ଦଳର ବରିଷ୍ଠ କର୍ମୀ ତଥା ପୂର୍ବତନ ସଭାପତି ଗୁରୁଚରଣ ମହାନ୍ତି କାର୍ଯ୍ୟଳୟ ପରିସର ମଧ୍ୟରେ ଦଳୀୟ ପତାକା ଉତ୍ତୋଳନ କରିଥିଲେ । ଏଥି ସହ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ସର୍ବ ପ୍ରଥମେ ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଦିନଦୟାଲ ଉପାଧ୍ୟୟଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦିପ ପ୍ରର୍ଯ୍ୟୁଳନ କରି ବନ୍ଦେ ମାତରଙ୍ଗ ସମୂହ ଗାନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ବିଧାୟକ ଶ୍ରୀ ନରସିଂହ ମାଡ଼କାମୀ ଦଳର ଇତିହାସ ବିଷୟରେ ସୂଚନା ଦେଇ ଭାରତୀୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା କାର୍ଯ୍ୟକର୍ତ୍ତାଙ୍କ ବହୁ ସଂଘର୍ଷ ପରେ ଆଜି ଦଳକୁ ଏହି ସଫଳତା ମିଳିଥିବା ବର୍ଣନା କରିଥଲେ । ଏଥି ସହ ଶ୍ରୀ ମହାନ୍ତି 6 ଅପ୍ରେଲ 1980 ମସିହାରେ ଦଳର ଶୁଭ ପଡିଥିବା ବେଳେ ମାତ୍ର 2ଜଣ ସାଂସଦ ରୁ 303 ପର୍ଯ୍ୟନ୍ତ ସଂସାଦ ନିର୍ବାଚିତ ହୋଇ କ୍ଷମତା ମିଳିବାରେ ଦଳର ବରିଷ୍ଠ ଙ୍କ ତ୍ୟାଗ ଓ ବଳିଦାନ ସମ୍ପର୍କରେ ବିବରଣୀ ଦେଇଥିଲେ । ଅନ୍ୟ ବରିଷ୍ଠ ଅତିଥି ମାନେ ଭାଜପା ସରକାରର ରାଷ୍ଟ୍ରପ୍ରେମ ,ରାଷ୍ଟ୍ରୀୟ ବିଚାର ଧାରାକୁ ନେଇ ଆଗକୁ ବଢିବାକୁ କର୍ମୀଙ୍କୁ ମୂଳ ମନ୍ତ୍ର ଦେଇଥିଲେ । ଆଜିର ଏହି ବୈଠକରେ ମାଲକାନଗିରି ବିଧାୟକ ନରସିଂଙ୍ଗ ମାଡକାମୀ,ବରିଷ୍ଠ କର୍ମୀ ଶ୍ୟାମଳ ସୁନାନୀ , ନଗର ମଣ୍ଡଳ ସଭାପତି ଦିଲ୍ଲୀପ ଦଣ୍ଡପାଟି,ବିଧାୟକ ପ୍ରତିନିଧି ନିହାର ରାୟ, ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତୀ, କୋଷାଧକ୍ଷ ସଞ୍ଜୟ ସରକାର,ବ୍ଲକ ଭାଇସ ଚେୟାର ମ୍ୟାନ ନିରଞ୍ଜନ ହାଲଦାର, ମହିଳା ମୋର୍ଚ୍ଚା ସମ୍ପାଦିକା ବେନି କାର୍ଟୁଲୁ, ଜିଲ୍ଲା ସମ୍ପାଦିକା ସବିତା ମିଶ୍ର ,ସୌଦାମିନୀ ଆଚାର୍ଯ୍ୟ ,ମମତା ମୟୀ ମହାନ୍ତି, ମିଡ଼ିଆ ପ୍ରମୁଖ ଭାବେ ବି ଶ୍ରୀନିବାସ ପାତ୍ର ,ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହା ସମେତ ପ୍ରାୟ 200ରୁ ଉର୍ଧ୍ଵ କାର୍ଯ୍ୟକର୍ତା ଉପସ୍ଥିତ ଥଲେ ।
ରାଜ୍ୟ
ଜିଲ୍ଲା ସଦର କାର୍ଯ୍ୟାଳୟରେ ବିଜେପି ସ୍ଥାପନା ଦିବସ ପାଳିତ ।
- Hits: 7








