ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପୂର୍ଣ୍ଣଚନ୍ଦ୍ର ସ୍ମୃତି ସଂସଦ , ଫାସି , ଗଞ୍ଜାମ ଠାରେ ତୃତୀୟ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ରେ ଦୁଇଟି ଅଧିବେଶନ ର ଆୟୋଜନ କରାଯାଇଥିଲା। ପ୍ରଥମ ଅଧିବେଶନରେ ବିଶିଷ୍ଟ ଦକ୍ଷିଣ ଓଡିଶା ସାହିତ୍ୟ ସଂସଦ ର ମୁଖ୍ୟ ସଚୀବ ଶ୍ରୀ ଦଣ୍ଡ ପାଣି ମହାପାତ୍ର ସଭାପତିତ୍ବ କରିଥିଲା ବେଳେ ବିଶିଷ୍ଟ କବି ଶ୍ରୀ ନରେଶ ରାୟ ମହାପାତ୍ର , ଶ୍ରୀ ଲିଙ୍ଗରାଜ ଜେନା , ଶ୍ୟାମାପ୍ରସାଦ ମିଶ୍ର , ରାଧା ନାଥ ମିଶ୍ର ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇ "ବ୍ରହ୍ମ ସତ୍ୟ - ଜଗତ ମିଥ୍ୟା" ବିଷୟ ବସ୍ତୁ ଉପରେ ଆଲୋଚନା କରିଥିଲେ।
ପରମୁର୍ହୂରେ ଆକାଂକ୍ଷା ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ , ବିକ୍ଷିପ୍ତା ର ସଂପାଦକ ଡଃ ଶ୍ୟାମା ପ୍ରସାଦ ମିଶ୍ର , ଶ୍ରୀ ଲକ୍ଷ୍ମୀ ନାରାୟଣ ରଥ , ଶ୍ରୀ ଗୋପାଳ ଚନ୍ଦ୍ର ଲେଙ୍କା ଙ୍କୁ ଶ୍ରେଷ୍ଠ ପ୍ରତିଭା ସମ୍ମାନ ରେ ସମ୍ମାନିତ କରାଯାଇଥିଲା।
ଦ୍ବିତୀୟ ଅଧିବେଶନରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ଜିଲ୍ଲାରୁ ଆସିଥିବା କବି ମାନଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରାଯାଇଥିଲା। ଏ ସମସ୍ତ କାର୍ଯ୍ୟକ୍ରମ ସଭାନେତ୍ରୀ ଶ୍ରୀମତୀ ପ୍ରମିଳା ପାଣି , ସଂପାଦକ ଶ୍ରୀ ନୀଳକଣ୍ଠ ଦାସ ଙ୍କ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା।
ରାଜ୍ୟ
"ଆକାଂକ୍ଷା" ର ସଂପାଦିକା ଶ୍ରୀମତୀ ମିନା କୁମାରୀ ଟହଲ ଙ୍କୁ ଶ୍ରେଷ୍ଠ ପ୍ରତିଭା ସମ୍ମାନ
- Hits: 14