ସୁବର୍ଣ୍ଣପୁର,ଶାସକପ୍ରଶାସକ(ପ୍ରକାଶ କୁମାର ହାତୀ) ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନ ଶିକ୍ଷକ ଲୋକନାଥ ମେହେର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ରାଜହଂସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିବା ସହ ବିଦ୍ୟାଳୟ ର ଉନ୍ନତି ପାଇଁ ଛାତ୍ରଛାତ୍ରୀ,ଅବିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀ ସମର୍ପିତ ହେବାକୁ ପ୍ରେରଣା ଦେଇଥିଲେ l ଶିକ୍ଷକ ଆଲୋକ ପଧାନ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ବରିଷ୍ଠ ଶିକ୍ଷକ ନାରାୟଣ ମେହେର ବାର୍ଷିକ ବିବରଣୀ ପଠନ କରିଥିଲେ l ମୁଖ୍ୟବକ୍ତା ଭାବେ ଡୁଙ୍ଗୁରିପାଲି ମହାବିଦ୍ୟାଳୟ ର ରାଜନୀତିବିଜ୍ଞାନ ପ୍ରଧ୍ୟାପକ ସରୋଜକୁମାର ଦାଶ ଯୋଗଦେଇ ଡିଜିଟାଲ ଗଣମାଧ୍ୟମ ଅପେକ୍ଷା ଖବର କାଗଜ ଓ ପୁସ୍ତକ ପଠନ କୁ ଜୀବନର ବ୍ରତ କଲେ ଛାତ୍ରଛାତ୍ରୀ ଙ୍କ ଶୈକ୍ଷିକ ଦିଗରେ ବିକାଶ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ l ଏସଏମସି ଅଧ୍ୟକ୍ଷ ହୁତାଶନ ସେଠୀ,ପଞ୍ଚସଖା ଶିକ୍ଷାସେତୁ ସଭାପତି ରାଧାକାନ୍ତ ଗଡତିଆ,ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଆନନ୍ଦ ପଧାନ ଓ ଡିଲେ ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରି ଉତ୍ସାହିତ କରିଥିଲେ l ଶିକ୍ଷକ ରବୀନ୍ଦ୍ରନାଥ ଭୋଇ,ହିମାଂଶୁ ସାହୁ,କେଶବ କୁଅଁର,ଶିକ୍ଷୟିତ୍ରୀ ସୀମା ସାହୁ, ଅମ୍ରିତା ନାଏକ, ପୁର୍ଣିମା ମେହେର,କର୍ମଚାରୀ ଅଭିଷେକ ମାଝୀ,ଧନପତି ଦୀପ, ମଧୁ ରାଜହଂସ, ବିପିନ ବଗର୍ତି,ସ୍କାଉଟ ଗାଇଡ଼, ରେଡ଼କ୍ରସ ଓ ସମସ୍ତ ଛାତ୍ରଛାତ୍ରୀ ତଥା ଅବିଭାବକ ସହଯୋଗ କରିଥିଲେ l ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ l ପୂର୍ବ ସିଆରସିସି ତଥା ବରିଷ୍ଠ ଶିକ୍ଷକ ନାରାୟଣ ମେହେର ସଭା ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ଶୁଭଶ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଓ ଅବିଭାବକ ଭାଗ ନେଇଥିଲେ l ଶିକ୍ଷକ ହ୍ୱାଲଦାର ଗଡତିଆ ଙ୍କ ମାର୍ଗ ଦର୍ଶନ ରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକ ଙ୍କ ମନ ମୋହିଥିଲା l
ରାଜ୍ୟ
ସମଲେଇଚୁଆଁ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ
- Hits: 44