ହେଡଲାଇନସ୍:

ଅଗ୍ନିକାଣ୍ଡ ରେ ଜଳିଗଲା ଗାଡି ଗ୍ୟାରେଜ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଅସ୍ତରଙ୍ଗ: ଆଜି ସକାଳ ୯ ଘଟିକା ସମୟ ରେ ଅସ୍ତରଙ୍ଗ ବଜାର ନୂତନ ଥାନା ଛକ ନିକଟରେ ଥିବା ଏକ ଗାଡି ଗ୍ୟାରେଜ ସେଣ୍ଟର ରେ ଅଗ୍ନିକାଣ୍ଡ ଘଟି ପ୍ରାୟ ଲକ୍ଷାଧିକ ଟଙ୍କା ର ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ସୂଚନା ମୁତାବକ ଉକ୍ତ ଗ୍ୟାରେଜ ମାଲିକ ଅସ୍ତରଙ୍ଗ ବ୍ଲକ ଝଡଲିଂଗ ଗ୍ରାମପଞ୍ଚାୟତ ଅଧିନ ଖଣ୍ଡିବେଲାରୀ ଗ୍ରାମ ର ପ୍ରଦୀପ୍ତ ପଢ଼ିଆରୀ । ଆଜି ସକାଳୁ ଯେତେବେଳେ ଉକ୍ତ ଗ୍ୟାରେଜ ରେ ନିଆଁ ଲାଗିଲା ହଠାତ ବଜାର ସମ୍ପୂର୍ଣ୍ଣ ଧୂଆଁ ମୟ ହୋଇଥିଲା । ଆଉ ଲୋକ ମାନେ ଦେଖିଲା ବେଳକୁ ଦୋକାନ ଟି ହୁତୁ ହୁତୁ ହେଈ ଜଳୁଛି । ଏହାପରେ ସ୍ଥାନୀୟ ତଥା ଅସ୍ତରଙ୍ଗ ବଜାର ର ଲୋକ ମାନେ ନିଆଁ କୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ ମାତ୍ର ସଫଳ ନେହେବାରୁ ସ୍ଥାନୀୟ ଦମକଳ କେନ୍ଦ୍ର କୁ ଯୋଗାଯୋଗ କରିଥିଲେ । ଦମକଳ ବାହିନୀ ଖବର ପାଇବା କ୍ଷଣି ପହଞ୍ଚି ଉକ୍ତ ନିଆଁ କୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡ ର କାରଣ ଅସ୍ପଷ୍ଟ ରହିଥିବା ବେଳେ ଉକ୍ତ ବ୍ୟବସାୟୀ ଙ୍କୁ କ୍ଷତି ପୁରଣ ଦେବା ପାଇଁ ସାଧାରଣରେ ଦାବୀ କରାଯାଇଛି l

0
0
0
s2sdefault