ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ରାଜ୍ୟରେ ଲୋକଙ୍କୁ ପାନୀୟ ଜଳ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମହାନଦୀ ମେଗା ଜଳ ପ୍ରକଳ୍ପ ନିର୍ମାଣ କରାଯାଉଛି I କିନ୍ତୁ ବିଭିନ୍ନ ସ୍ଥାନରେ ନିର୍ମାଣ କାର୍ଯ୍ୟର ଗୁଣବତା ଠାରୁ ଆରମ୍ଭ କରି ଶ୍ରମିକକୁ ପାରିଶ୍ରମିକ ପ୍ରଦାନ କ୍ଷେତ୍ରରେ ଅନିୟମିତା ହେତୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି I ଗଞ୍ଜାମ ଜିଲ୍ଲାର ସୋରଡ଼ା, ଭଞ୍ଜନଗର, ବେଲଗୁଣ୍ଠା, ଜଗନ୍ନାଥପ୍ରସାଦ, ବୁଗୁଡ଼ା, ଆସିକା,କବିସୂର୍ଯ୍ୟନଗର, ପୋଲସରା ଆଦି ଏଗାରଟା ବ୍ଳକ୍ ରେ ଏହି ମେଗା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଖ୍ୟାତାନାମା କମ୍ପାନି ଏଲ୍ ଆଣ୍ଡ୍ ଟି ହାତକୁ ନେଇଛି I କମ୍ପାନି ଜିଲ୍ଲାରେ ପାଞ୍ଚମାସ ହେବ କାର୍ଯ୍ୟ କରୁ୍ଥିବା ବେଳେ ଦୁଇମାସ ହେବ ଏଥିରେ ନିୟୋଜିତ ଶ୍ରମିକ ମାନଙ୍କୁ ପାରିଶ୍ରମିକ ଦେଇନଥିବା ଅଭିଯୋଗ ହୋଇଛି I ଶ୍ରମିକ ମାନଙ୍କ ଅଭିଯୋଗ ପ୍ରକାରେ ନିଜ ପାରିଶ୍ରାମିକ ପାଇଁ ସେମାନେ ବାରମ୍ବାର ଦାବି କରୁଥିଲେ ମଧ୍ୟ କମ୍ପାନି କର୍ତ୍ତୁପକ୍ଷ ସମୟ ଗଡ଼ାଇ ଚାଲିଛନ୍ତି I ଏଣେ ଅର୍ଥ ଅଭାବରୁ ଶ୍ରମିକଙ୍କ ପରିବାରର ଅବସ୍ଥା ଶୋଚନୀୟ ହୋଇପଡିଛି I ଦୁଇମାସରୁ ଉର୍ଦ୍ଧ୍ଵ ସମୟ ଧରି ସେମାନେ ପରିବାର ପ୍ରତିପୋଷଣ ପାଇଁ ଧାର ଜରଜରେ ବୁଡ଼ି ରହିଛନ୍ତି I ପ୍ରାୟ 40ରୁ ଉର୍ଦ୍ଧ ଶ୍ରମିକ ମାନେ ନିଜର ହକ୍ ପାଇଁ ଆଜକୁ ତିନିଦିନ ହେଲା ଗାଙ୍ଗପୁର ଥାନା ଅନ୍ତର୍ଗତ ସୋମନାଥ ପଲି ରେ ଥିବା କମ୍ପାନୀର ଅସ୍ଥାୟୀ କାଯ୍ୟଳୟ ଆଗରେ ଅହୋରାତ୍ର ଧାରଣାରେ ବସିଛନ୍ତି I କମ୍ପାନି ସେମାନଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ ନକଲା ଯାଏଁ ସେମାନେ ଧାରଣା ଜାରି ରଖିବା ସହିତ କୌଣସି କାର୍ଯ୍ୟରେ ସହଯୋଗ କରିବେ ନାହିଁ ବୋଲି ପ୍ରକାଶ କରିଛନ୍ତି I
ରାଜ୍ୟ
ମହlନଦୀ ପାନୀୟ ଜଳ ପ୍ରକଳ୍ପରେ କାର୍ଯ୍ୟରତ ଶ୍ରମିକଙ୍କୁ ମିଳିନି ଦୁଇ ମାସର ପାରିଶ୍ରମିକ ; ଏଲ୍ ଆଣ୍ଡ୍ ଟି କମ୍ପାନି ବିରୁଦ୍ଧରେ ଶ୍ରମିକଙ୍କ ଗଣ ଧାରଣା
- Hits: 23