ପଦ୍ମପୁର : ତା:୧୦ /୦୨ ଗୁରୁକୁଳ ନବ ପ୍ରଭାତ ବୈଦିକ ବିଦ୍ୟାପୀଠ ନୂଆଁପାଲି ଠାରେ ଉଲ୍ଲେଖନୀୟ ଗବେଷଣା ସେମିନାର "ଶ୍ରେଷ୍ଠ ଭାରତ ନିର୍ମାଣସ୍ୟାଧାରୋ ବେଦିକ ସଂସ୍କୃତିଃ" ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ସେମିନାରରେ ପ୍ରମୁଖ ସଂସ୍କୃତ ବିଦ୍ୱାନମାନେ ଉପସ୍ଥିତ ଥିଲେ। ପତଞ୍ଜଳି ହରିଦ୍ଵାର ର ପୂର୍ବ ମୂଖ୍ୟ ଡଃ ସୁବାଷ ନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲାବେଳେ।ଅନୁଷ୍ଠାନରେ ମୁଖ୍ୟ ଅତିଥି ଭାବେ ଦେଶବିଖ୍ୟାତ ସଂସ୍କୃତ ବିଦ୍ବାନ ପ୍ରୋଫେସର ସୋମଦେବ ଶତାଂଶୁ (କୁଳପତି ଏପେକ୍ସ ବିଶ୍ବବିଦ୍ୟାଳୟ ରାଜସ୍ଥାନ),ପ୍ରୋଫେସର ଶୀନିବାସ ବରଖେଡି(କେନ୍ଦ୍ରୀୟ ସଂସ୍କୃତବିଶ୍ୱବିଦ୍ୟାଳୟ ନୂଆଦିଲ୍ଲୀ), ପରାମ୍ବା ଯୋଗମାୟା, ଏବଂ ନିର୍ଦ୍ଦେଶକ ପ୍ରୋଫେସର ଶ୍ରୀବତ୍ସ ଶାସ୍ତ୍ରୀ ଉପସ୍ଥିତ ଥିଲେ। ଏହି ସେମିନାର ରାଷ୍ଟ୍ରୀୟ ସଂସ୍କୃତି ଏବଂ ବୈଦିକ ଚିନ୍ତନର ଗଭୀର ଚର୍ଚ୍ଚା ଏବଂ ଆୟୁର୍ବେଦର ଗବେଷଣା ନିମନ୍ତେ ବିଭିନ୍ନ ପ୍ରାସଙ୍ଗିକ ଗୁରୁତ୍ଵପୂର୍ଣ୍ଣ ତଥ୍ଯ ଆଲୋଚନା କରାଯାଇଥିଲା ।ସେମିନାରରେ ବକ୍ତାମାନେ ବେଦ ଏବଂ ସଂସ୍କୃତିର ଭୂମିକା ବିଷୟରେ ବିସ୍ତୃତ ଆଲୋଚନା କରି ଭାରତୀୟ ଜୀବନ ପଦ୍ଧତିରେ ବୈଦିକ ଜ୍ଞାନର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ଶ୍ରୀନିବାସ ବେରଖେଡି ତାଙ୍କ ବ୍ୟାଖ୍ୟାନରେ କହିଲେ, "ବେଦମାନଙ୍କୁ ଅନୁସରିଲେ ଆମେ ଉନ୍ନତିର ସମସ୍ତ ଦ୍ୱାର ଖୋଲିପାରିବା। ବେଦ ହେଉଛି ଜ୍ଞାନର ଅକ୍ଷୟ ଭଣ୍ଡାର।"
ସୋମଦେଵ ଶତାଂଶୁ କହିଲେ, "ଆମେ ଏକ ଅତୀତ ଗୌରବମୟ ସଂସ୍କୃତିର ଅଂଶ ଅଟୁ। ଏହି ସଂସ୍କୃତିର ସଠିକ୍ ଅନୁସରଣ ଦ୍ୱାରା ଆଜିର ଯୁଗରେ ମଧ୍ୟ ଆମେ ଜ୍ଞାନ, ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ ଉନ୍ନତି କରିପାରିବା।"
ଏହି ଅବସରରେ ଅନେକ ପ୍ରତିଷ୍ଠିତ ସଂସ୍କୃତ ଅଧ୍ୟେତା ଏବଂ ଅନୁସନ୍ଧାତୃ ଛାତ୍ରମାନେ ଏକତ୍ର ହୋଇ ପରସ୍ପର ଚିନ୍ତନମନ୍ଥନ କଲେ। ସେମିନାରର ଶେଷ ଅଂଶରେ ଏକ ଆମ୍ନା-ସାମ୍ନା ଚର୍ଚ୍ଚା ଅନୁଷ୍ଠିତ ହୋଇଥିଲା, ଯେଉଁଠି ପ୍ରଶ୍ନ-ଉତ୍ତର ମାଧ୍ୟମରେ ଶିକ୍ଷାର୍ଥୀମାନେ ନିଜର ଜ୍ଞାନ ବୃଦ୍ଧି କଲେ। ପ୍ରୋଫେସର ଭାଗୀରଥି ନନ୍ଦ (ଶ୍ରୀ ଲାଲବାହାଦୁର ଶାସ୍ତ୍ରୀ ରାଷ୍ଟ୍ରୟି ସଂସ୍କୃତ ବିଶ୍ୱବିଦ୍ୟାଳୟ) ଆତ୍ମିକ ବିକାଶ ଉପରେ ଆଲୋକପାତ କରିଥିଲେ । ପରିଶେଷରେ
ଆଚାର୍ଯ୍ଯ ବୃହସ୍ପତି ଶାସ୍ତ୍ରୀ ଧନ୍ୟବାଦ ଜ୍ଞାପନ କରିଥିଲେ ।
ସଂଗୋଷ୍ଠୀ ବୈଦିକ ଗବେଷଣାକୁ ଏକ ନୂଆ ମଞ୍ଚ ଦେଇଛି ଏବଂ ଭବିଷ୍ୟତରେ ଏପରି ଅନୁଷ୍ଠାନ ଦ୍ୱାରା ଆଧ୍ୟାତ୍ମିକ ଏବଂ ଶାସ୍ତ୍ରୀୟ ଅଭିଗମନକୁ ଉନ୍ନତ କରିବାକୁ ପ୍ରେରିତ କରିଛି।
ରାଜ୍ୟ
ଶ୍ରେଷ୍ଠ ଭାରତ ନିର୍ମାଣର ଆଧାର ହେଉଛି ବୈଦିକ ସଂସ୍କୃତି ନାମକ ସେମିନାର ଉଦଘାଟିତ
- Hits: 26