ହେଡଲାଇନସ୍:

ଉପରାଷ୍ଟ୍ରପତିଙ୍କ ଦ୍ୱାରା ଗୋପିଚନ୍ଦ ହିନ୍ଦୁଜାଙ୍କ ପୁସ୍ତକ “ଆଇ ଆମ୍‌?’ ଉନ୍ମୋଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଏନକ୍ଲେଭରେ ଏକ ସୁନ୍ଦର କାର୍ଯ୍ୟକ୍ରମରେ ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ ଏବଂ ପ୍ରସିଦ୍ଧ ବ୍ୟବସାୟୀ ଶ୍ରୀ ଗୋପିଚନ୍ଦ ପି. ହିନ୍ଦୁଜାଙ୍କ ସଂକଳିତ ପୁସ୍ତକ "ଆଇ ଆମ୍‌?’କୁ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜନୈତିକ ଏବଂ ବ୍ୟବସାୟିକ ଜଗତର ପ୍ରମୁଖ ବ୍ୟକ୍ତି ଏବଂ କୂଟନୈତିକ ସମ୍ପ୍ରଦାୟର ସଦସ୍ୟମାନେ ଉପସ୍ଥିତ ଥିଲେ ।
ଭାରତର ଉପରାଷ୍ଟ୍ରପତି ଶ୍ରୀ ଜଗଦୀପ ଧନଖଡ଼ କହିଛନ୍ତି ଯେ, “ଶ୍ରୀ ଗୋପିଚନ୍ଦ ପି. ହିନ୍ଦୁଜାଙ୍କ ଏକ ଚିନ୍ତାପ୍ରବଣ ଏବଂ ଚିନ୍ତାଜନକ ସଂକଳନ “ଆଇ ଆମ୍‌?ର’ ଉନ୍ମୋଚନ ପ୍ରକୃତରେ ଏକ ଗଭୀର ଏବଂ ଅନନ୍ୟ ମୁହୂର୍ତ । ସନାତନର ଭୂମି, ଏକ ପ୍ରାଚୀନ ସଭ୍ୟତା ଏବଂ ବିଶ୍ୱ ଆଧ୍ୟାତ୍ମିକ କେନ୍ଦ୍ର ଭାରତରେ ଏହାର ଉନ୍ମୋଚନ ଗଭୀର ମହତ୍ୱ ରହିଛି । ଏହି ପୁସ୍ତକ ଭାରତୀୟତାର ସାର୍ବଜନୀନ ପ୍ରାସଙ୍ଗିକତାକୁ ଉଜ୍ଜ୍ୱଳ କରୁଛି ଯାହା ସମସ୍ତ ଧର୍ମରେ ଦେଖାଯାଏ । ଧର୍ମ ପରିବର୍ତନ ବିନା ଆମେ ଅନ୍ୟମାନଙ୍କ ସଦ୍ୟତକୁ ସମ୍ମାନ ଓ ପ୍ରଶଂସା କରିପାରିବ । ଭାରତୀୟତା ଏହାର ଏକ ଉତମ ଉଦାହରଣ । ଏହା ବିବିଧତାକୁ ଏକତାକୁ ଦର୍ଶାଉଛି । ମୋର ମନ୍ତବ୍ୟକୁ ସମର୍ଥନ କରିବା ପାଇଁ ବ୍ରିଟେନ୍ ରାଜା ଚାର୍ଲ୍ସ ୩ୟ ଏହି ପ୍ରବନ୍ଧଗୁଡ଼ିକ ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ବିଶ୍ୱାସ ଏବଂ ସହନଶୀଳତା ମନ୍ତ୍ରୀ ଶେଖ୍ ନହୟାନ୍ ବିନ୍ ମୁବାରକ୍ ଆଲ୍ ନହୟାନ୍ ଏହାକୁ ମହିମାନ୍ୱିତ କରିଛନ୍ତି ।”
ହିନ୍ଦୁଜା ଗ୍ରୁପ୍ ଅଫ୍ କମ୍ପାନୀଜ୍ (ଇଣ୍ଡିଆ)ର ଚେୟାରମ୍ୟାନ ଶ୍ରୀ ଅଶୋକ ପି. ହିନ୍ଦୁଜା କହିଛନ୍ତି ଯେ, “ଆମ ପରିବାର ପାଇଁ ବିଭିନ୍ନ ଭୌଗୋଳିକ ଅଂଚଳରେ ବିଭିନ୍ନ ସଂସ୍କୃତିକ ସହ ଆଗକୁ ବଢ଼ିବା ଏବଂ ସନାତନ ପରମ୍ପରାକୁ ବଜାୟ ରଖିବା ସର୍ବଦା ଏକ ଜୀବନଶୈଳୀ ରହିଛି । ଆମର ବ୍ୟବସାୟ ସଫଳ ହୋଇଛି କାରଣ ବହୁସାଂସ୍କୃତିକ ବୁଝାମଣାକୁ ପ୍ରୋତ୍ସାହିତ କରିବା ଆମ ପାଇଁ ଏକ ବିଶ୍ୱାସର ବିଷୟ ହୋଇରହିଛି । ଜିପି ଅନେକ ସମୟରେ ଭାବନ୍ତି ଯେ ଯଦି ଧର୍ମ କାହାର ଆଧ୍ୟାତ୍ମିକତା ଆବିଷ୍କାର କରିବାର ଏକ ପଥ ତେବେ କିପରି “ଯାହା ଏକତା କରିବା ଉଚିତ, ତାହା ବିଭାଜନ ସୃଷ୍ଟି କରେ? ‘
ପରମାର୍ଥ ନିକେତନ ଟ୍ରଷ୍ଟର ସଭାପତି ସ୍ୱାମୀ ଚିଦ୍ଦାନନ୍ଦ ସରସ୍ୱତୀ କହିଛନ୍ତି ଯେ, “ଗୋପିଚନ୍ଦ ପି. ହିନ୍ଦୁଜାଙ୍କ ପୁସ୍ତକ ସାମଗ୍ରିକତା ବିଷୟରେ କଥା କହୁଛି । ଏହା ମୁଁରୁ ଆମେ ପର୍ଯ୍ୟନ୍ତ ଯାତ୍ରା ବିଷୟରେ, କାରଣ ତା’ପରେ ହିଁ ମାନବତା ଅସୁସ୍ଥତାରୁ କଲ୍ୟାଣଆଡକୁ ଗତି କରିପାରିବ । ଏହା ଋଗ୍ ବେଦର ସନ୍ଦେଶକୁ ମୂଳ କଥା କହୁଛି ଯାହା ହେଉଛି “ବସୁଧୈବ କୁଟୁମ୍ବକମ୍ ବା ବିଶ୍ୱ ଏକ ପରିବାର ।”

ଏହି କାର୍ଯ୍ୟକ୍ରମରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଅଜିତ ଡୋଭାଲ୍‌, ରାଜ୍ୟସଭା ସାଂସଦ ଡକ୍ଟର ଅଭିଷେକ ମନୁ ସିଂଘବୀ, ବ୍ରିଟିଶ୍ ହାଇ କମିଶନର ଲିଣ୍ଡି କ୍ୟାମେରନ୍‌, ଏଚଡିଏଫସି କ୍ୟାପିଟାଲର ଏମଡି ଓ ସିିଇଓ ବିପୁଲ ରୁଙ୍ଗଟା ଓ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ ଉପସ୍ଥିତ ଥିଲେ ।

0
0
0
s2sdefault