‘ଭାଷା-ସାହିତ୍ୟ ଆନ୍ଦୋଳନକୁ ସମୃଦ୍ଧ କରୁଛି ସମ୍ବଲପୁରୀ ନାଟକ’
ବିଜେପୁର, ସୁଶାନ୍ତ ସାହୁ ନାଟକ ଜୀବନର ସବୁଠାରୁ ଅଧିକ ନିକଟତର ଅଟେ । ଏହା ଯେତେବେଳେ ନିଜ ମାଟିର ଭାଷାରେ ପ୍ରଦର୍ଶିତ ହେଉଛି ଆହୁରି ଆବେଗ ସୃଷ୍ଟି କରୁଛି ପଳରେ ସମ୍ବଲପୁରୀ / କୋଶଲି ଭାଷା ସାହିତ୍ୟ ଆନ୍ଦୋଳନକୁ ନାଟକ ଆହୁରି ସମୃଦ୍ଧ କରୁଛି। ତେଣୁ ନାଟ୍ୟ ଚେତନା ସୃଷ୍ଟିର ଯଥେଷ୍ଟ ଆବଶ୍ୟକତା ରହିଆସିଛି ବୋଲି ମହୋତ୍ସବ-୨୦୨୫ର ଉତ୍ତାଲଗଡ଼ ଉଦ୍ଯାପନା ଦିବସ ଅବସରରେ ଅତିଥିବୃନ୍ଦ ମତବ୍ୟକ୍ତ କରିଛନ୍ତି। ଅନୁଷ୍ଠାନର ଜ୍ଞାନର ସଂଯୋଜକ ଅଧ୍ୟାପକ ସୁଶାନ୍ତ ମିଶ୍ରଙ୍କ ଟ୍ରଙ୍କ ପରିଚାଳନା ଏବଂ ସଭାପତି ହୃଦମଣି ସାହୁଙ୍କ ସଭାପତିତ୍ୱରେ ଉଦ୍ଯାପନୀ ସଭା ଅନୁଷ୍ଠିତ ହୋଇଥିଲା। ସମାରୋହରେ ମୁଖ୍ୟ ଅତିଥି ପୂର୍ବତନ ମନ୍ତ୍ରୀ ରିତା ସାହୁ, ସମ୍ମାନିତ ଅତିଥି ମାଜସେବୀ ଡାକ୍ତର ରାମକୃଷ୍ଣ ପୁରୋହିତ, ଗଭୀର ନଳକୂପ ବିଭାଗର
କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ତ୍ରିପାଠୀ, ଯୁବ ସଂଗଠକ ଅଭିଷେକ ଶେଠ ଯୋଗଦାନ କରି କଲାକାରମାନଙ୍କୁ ଉତ୍ସାହିତ କରିଥିଲେ। ଜାତୀୟ ସ୍ତରରେ ଚର୍ଚ୍ଚିତ ଟଙ୍କିକିଆ କ୍ଲିନିକ୍ର ଡାକ୍ତର ଶଙ୍କର ରାମଚନ୍ଦାନୀଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଉତ୍ତାଲଗଡ଼ ସମ୍ମାନ ପ୍ରଦାନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଉତ୍ପନ୍ନ ଭୋଇ, ଅଧ୍ୟାପକ ଧନପତି ଦେବତା, ମୋହନ ସିଂ ଜହ୍ନେଇ, ଅଶୋକ ପୂଜାହାରୀ, ଗଣେଶ କିଷାନ, ଦିଲୀପ ଦେବତା, ହରିଲାଲ ସାହୁ, କିଶୋର ଦେବତା, ମକରଧ୍ବଜ ସାହୁ, ଅଧିକାରୀ ସାଙ୍କ ସମେତ ସାହିତ୍ୟିକ, କଳାକାର, ବୁଦ୍ଧିଜୀବୀ, ନାଟ୍ୟପ୍ରେମୀ ପ୍ରମୁଖ ବିଭିନ୍ନ ନାଟକରେ ଅତିଥି ଭାବରେ ଯୋଗଦାନ କରିଥିଲେ ଏହି ଅବସରରେ ଶିବଶଙ୍କର ପୂଜାହାରୀଙ୍କ ସମ୍ବଲପୁରୀ ଗୁମ୍ଫା, ଶିବଦେଶୀ ବିହନ ପରବର ଶିବପ୍ରସାଦ ସାହୁ, ତୁଳସୀ
ଚିତ୍ରାଳୟର ତୁଳସୀ ବାରିକଙ୍କୁ ସମ୍ବଦ୍ଧିତ କରାଯାଇଥିଲା। ସାହିତ୍ୟ ସୂଜନ କରିଥିବା ତାଳପଦର ମାଟିର ଖଗେଶ୍ଵର ମଣ୍ଡପରେ କବି ଖଗେଶ୍ଵର ଶେଠଙ୍କ କାବ୍ୟ ‘ପଏରଛା ସତୀ'ର ନାଟ୍ୟରୂପ ପ୍ରଦର୍ଶିତ ହୋଇଥିଲା କେଶରଂଜନ ପଧାନଙ୍କ ଅନୁସୃଜନ ଓ ନିର୍ଦ୍ଦେଶନାରେ ମହୁଲପାଲି ନାଟ୍ୟଗ୍ରାମର କଳାକାରମାନେ ଏହାକୁ ପ୍ରଦର୍ଶନ କରିଥିଲେ ଏହି ଗମ୍ଭୀର କଥାବସ୍ତୁର ପଏନ୍ଧା ସତୀ ଭୂମିକାରେ ଅଭିନୟ କରୁଥିବା ପୁଷ୍ପା ତାଣ୍ଡିଙ୍କ ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏହାପରେ ଅତୀଶ ଶତପଥୀଙ୍କ ରଚନା ଓ ନିର୍ଦ୍ଦେଶନାରେ ଅଦୃଶ୍ୟ ନାଟ୍ୟ ଆଶ୍ରମ ସମ୍ବଲପୁର ପକ୍ଷରୁ ନାଟକ ଶୁଆ ଶାରୀ କଥା' ମଂଚସ୍ଥ ହୋଇଥିଲା। ନାଟକରେ ବାହ୍ୟ ବ୍ୟକ୍ତିଙ୍କ ଅନାବଶ୍ୟକ ଅନୁ କିଭଳି ଏକ ସୁଖୀ ପରିବାରର ନଷ୍ଟ କରିଦିଏ ଏଭଳି ଏ ଏକ ମାମିକ କଥାବସ୍ତୁ ନେଇ ନାଟକଟି ଗତିଶୀଳ ନୁପ୍ରବେଶହୋଇଥିଲା। ଦ୍ବିତୀୟରେ ନାଟ୍ୟକାର ଅଶୋକ ବହିଦାରଙ୍କ ରଚିତ ଓ ନିର୍ଦ୍ଦେଶିତ ନାଟକ 'ରଘୁପତି ରାଘବ ରାଜାରାମ' ଅବଶ୍ୟଗୁଣା ନାଟ୍ୟ ସଂସଦର କଳାକାରମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା। ମାତ୍ରାଧିକ ଆସକ୍ତି ଓ ଲୋଭ ମଣିଷକୁ ନିମ୍ନଗାମୀ କରିଦିଏ ବୁଦ୍ଧିମାନ ବୋଲାଉଥିବା ମଣିଷମାନେ ମଧ୍ୟ ଏଥିରୁ ବାଦ୍ ପଡ଼ଛି ନାହିଁ। ପରିଶେଷରେ ଗାନ୍ଧୀବାଦ ହିଁ ମାନସିକ ଶାଢି ମିଳିବା ଭଳି ହାସ୍ୟରସାତ୍ମକ କଥାବସ୍ତୁରେ ପ୍ର ପ୍ରସ୍ତୁତ ନାଟକକୁ ଦର୍ଶକ ଉପଭୋଗ କରିଥିଲେ । ଲା ଡ୍ରାମା ଚେତନା ସୋହେଲା ପକ୍ଷରୁ ପରିବେଷିତ ଶେଷ ନାଟକ ‘ଅମୃତ ମହୋତ୍ସବ'କୁ ନାଟ୍ୟକାର ରାଜେଶ କାରିଆ ରଚନା କରିଥିବା ବେଳେ ତ. ତୁଷାରକାନ୍ତ ସାହୁ ନିର୍ଦ୍ଦେଶନା ଦେଇଥିଲେ। ଦଳିତ ବର୍ଗ ଓ ଏହାଙ୍କ ଅସ୍ମିତା ମାଟିର ଗୌରବ ଗାଁରବ ହୋଇଥିବା ବେଳେ ଏମାନେ ଦୃଷ୍ଟି ଆଢୁଆଳରେ
ରହିଆସିଥିଲେ ଭାରତ ବର୍ଷରେ କିନ୍ତୁ ଏହି ଆଭିମୁଖ୍ୟରେ ପରିବର୍ତନ ହିଁ ଆମର ଅସଳ ଅମୃତ ମହୋତ୍ସବ ଅଟେ ବୋଲି ନାଟକରେ ପ୍ରତିଫଳିତ ବାର୍ଷା ସମାଜ ପାଇଁ ପ୍ରାସଙ୍ଗିକ ହୋଇଥିଲା ଅନୁଷ୍ଠାନର ସଭାପତି ସଂପାଦକଙ୍କ ସମେତ ଉପସଭାପତି ବିବେକାନନ୍ଦ ପଧୀନ, ସହସଂପାଦକ ଦୀପକ ସାହୁ, କୋଷାଧ୍ୟକ୍ଷ ନେତ୍ରାନନ୍ଦ ସାହୁଙ୍କ ସମେତ ସମସ୍ତ କର୍ମକର୍ତ୍ତାଙ୍କ ପରିଚାଳନାରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା ତରଣୀ ବିଶ୍ଵାଳ, ଦିଲୀପ ସାହୁ, ଗାଙ୍ଗୁଲି ବିଶ୍ଵାଳ, ମିକୁ ସାହୁ, ସୁଜାଲ ନେପାକ, ସୁମ ରଣା, ଚିକୁ ସାହୁ, ପ୍ରଣିତ ସାହୁ, ରି ବିଶ୍ଵାଳ, ଗଦି ପଧାନ, ସରିତ ପଧ ପଧାନ, ସୋମ ଶୁଭମ ପଧାନ, ଛିନୁ ରିଙ୍କୁ ତୁଳାରାମ ରାମ ସାହୁଙ୍କ ସମେତ ସବ୍କମିଟର ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ | ଶେଷରେ ସଂପାଦକ ସୁଶାକ୍ତ ରଂଜନ ପଧାନ ଧନ୍ୟବାଦ ଦେଇଥିଲେ |