ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗରସ୍ଥ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଆଜି ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଜୁନିଅର୍ ସ୍ଥଳ ବାହିନୀ କ୍ୟାଡେଟମାନଙ୍କର ଏନ୍. ସି. ସି 'ଏ' ସାର୍ଟିଫିକେଟ୍ ପରୀକ୍ଷା ୧୧ ଗୋଟି ଭିନ୍ନ ବିଦ୍ୟାଳୟ କୁ ନେଇ ଅନୁଷ୍ଠିତ ହୋଇ ଯାଇଛି ।
ଉକ୍ତ ବିଦ୍ୟାଳୟର ଏନ୍. ସି. ସି. ( ଆର୍ମୀ ଉଇଙ୍ଗ୍ ) ସେକେଣ୍ଡ ଅଫିସର୍ ଶ୍ୟାମା ପ୍ରସାଦ ମିଶ୍ରଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଏହି ୨ ଓଡ଼ିଶା ବାଟାଲିୟନ ଏନ୍. ସି. ସି ଦ୍ଵାରା ପ୍ରେରିତ ଦୁଇ ଜଣ ପି. ଆଇ. ଷ୍ଟାଫ୍ (ଭାରତୀୟ ସ୍ଥଳ ସେନା ର) ହାବିଲଦାର ହିମ୍ ବାହାଦୁର ଥାପା ଓ ହାବିଲଦାର ଦୀପକ୍ ପ୍ରଧାନ; ମୁଖ୍ୟ ପରୀକ୍ଷା ପରିଚାଳକ ଭାବେ ଉପସ୍ଥିତ ହୋଇଥିଲେ । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରେ ଥିବା ସେକେଣ୍ଡ୍ ଓଡ଼ିଶା ଏନ୍.ସି.ସି ବାଟାଲିୟନ ଗୋଟିଏ ବଡ଼ ବିଭାଗ ହୋଇଥିବାରୁ ଉକ୍ତ ଏ ସାର୍ଟିଫିକେଟ ପରୀକ୍ଷା ଗୋଟିଏ ଦିନରେ ୪ ଗୋଟି ଜିଲ୍ଲାର ୬ ଗୋଟି ବିଦ୍ୟାଳୟ ରେ ଏକ କାଳିନ ପରିକ୍ଷା ହୋଇଛି। ଯଥା ଉଦୟ ଗିରି ହବାକ୍ ହାଇସ୍କୁଲ, ସ୍ଥାନୀୟ ୟୁ.ବି ହାଇସ୍କୁଲ, ଦେବଭୂମି ହାଇସ୍କୁଲ ଆସ୍କା, ଏନ୍.ଡି ବିଦ୍ୟାପିଠ ହିଞ୍ଜିଳିକାଟୁ, ଡି.ଏ.ଭି ବ୍ରହ୍ମପୁର ଓ ପାରଳାଖେମୁଣ୍ଡି। ସେଥିମଧ୍ୟରୁ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ଏହି ପରୀକ୍ଷା କେନ୍ଦ୍ରରେ ବେଲଗୁଣ୍ଠା , ସୋରଡ଼ା, ଗାଲେରୀ , ଭଞ୍ଜନଗର , କୁଲାଡ, ନେଟଙ୍ଗା , କ୍ଷତ୍ରିୟ ବରପୁର, ମୁଜାଗଡ, ଗୋଛା , ଗାଜଲବାଡି ଓ ୟୁ ବି ହାଇସ୍କୁଲ୍ ସମେତ ମୋଟ ୧୧ ଟି ବିଦ୍ୟାଳୟର ୨୬୮ ଜଣ କ୍ୟାଡେଟ୍ ଙ୍କ ମଧ୍ୟରୁ ୨୫୬ ଜଣ କ୍ୟାଡେଟ୍ ପରୀକ୍ଷା ଦେଇଥିଲେ । ଉଭୟ ପ୍ରଶିକ୍ଷକ ଏବଂ ବିଭିନ୍ନ ବିଦ୍ୟାଳୟର ଏ.ଏନ୍.ଓ. ଏହି କ୍ୟାଡେଟମାନଙ୍କୁ ଡ୍ରିଲ୍, ଓ୍ବିପନ୍ ଟ୍ରେନିଂ ଏବଂ ଅନ୍ୟାନ୍ୟ କେତେକ ଏନ୍. ସି. ସି ସମ୍ବନ୍ଧୀୟ ବିଷୟରେ ଉଭୟ ତତ୍ତ୍ଵ ଭିତ୍ତିକ(ଥିଓରୀ - ୩୫୦ ମାର୍କ ) ଓ ଅଭ୍ୟାସ ଭିତ୍ତିକ (ପ୍ରାକ୍ଟିକାଲ୍ - ୧୫୦ ମାର୍କ ) ପରୀକ୍ଷା କରାଇଥିଲେ । ଦିନର ପ୍ରଥମାର୍ଦ୍ଧରେ ଥିଓରୀ ଓ ଦ୍ବିତୀୟାର୍ଦ୍ଧରେ ପ୍ରାକ୍ଟିକାଲ୍ ପରୀକ୍ଷା ହୋଇଥିଲା। ଏଥିରେ ସମସ୍ତ ଦ୍ବିତୀୟ ବର୍ଷ ର କ୍ୟାଡେଟ୍ ଭାଗନେଇଥିଲେ । ପରିଶେଷରେ ସମସ୍ତ କ୍ୟାଡେଟଙ୍କୁ ସାମାନ୍ୟ ଜଳପାନ ବଣ୍ଟନ କରାଯାଇଥିଲା। ଏଥିନିମିତ୍ତ ପ୍ରଧାନ ଶିକ୍ଷକ ୨ ଓଡ଼ିଶା ବାଟାଲିୟନ ଏନ୍. ସି .ସି ର କମାଣ୍ଡିଙ୍ଗ୍ ଅଫିସର୍ ଓ ଆଡ୍ ମିନିଷ୍ଟ୍ରେଟିଭ୍ ଅଫିସର୍ ଙ୍କୁ ସାଧୁବାଦ ଜ୍ଞାପନ କରିବା ସହ କାର୍ଯ୍ୟ କ୍ରମରେ
ସକ୍ରିୟ ସହଯୋଗ କରିଥିଲେ । ହାବିଲଦାର ହିମ୍ ବାହାଦୁର ଥାପା ଙ୍କ କହିବାନୁସାରେ ଭାରତୀୟ ସେନା ବାହିନୀ ର ନିୟମାନୁସାରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ସ୍ଥଳ ବିଭାଗ ଜୁନିଅର୍ ଛାତ୍ରଛାତ୍ରୀ ମାନଙ୍କ ଏହି "ଏ" ସାର୍ଟିଫିକେଟ ପରୀକ୍ଷା ରେ ଏ ଗ୍ରେଡ୍ ରଖି ଉତ୍ତିର୍ଣ କରୁଥିବା ପରିକ୍ଷାର୍ଥୀ ଙ୍କ ଭବିଷ୍ୟତରେ ଅନେକ ସରକାରୀ ଚାକିରୀ କ୍ଷେତ୍ରରେ ସୁବିଧା ହୋଇଥାଏ। ଯେପରିକି ସେମାନଙ୍କୁ ଏଥିପାଇଁ ୧୦ ମାର୍କ ଅଧିକ ମିଳିଥାଏ। ଏବଂ ଏହି ଜୁନିଅର୍ ବିଭାଗ ଏ ସାର୍ଟିଫିକେଟ ପରୀକ୍ଷା ରେ ଯେଉଁ ସବୁ ଶିକ୍ଷାଦାନ କରାଯାଇଥାଏ, ତଦ୍ୱାରା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଭାରତୀୟ ସେନା ବାହିନୀ ରେ ହେଉ କିମ୍ବା ପୋଲିସ୍ ବିଭାଗ ରେ ଭର୍ତି ହେବା ନିମନ୍ତେ ସହଜ ଓ ସୁବିଧା ହୋଇଥାଏ। ସମସ୍ତ ସମର ଶିକ୍ଷାର୍ଥୀ ବାହିନୀ ସ୍ଥଳ ସେନା ବିଭାଗ ର ଆଜିର ଏ ସାର୍ଟିଫିକେଟ ପରୀକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ହେବାବେଳକୁ ପ୍ରାୟ ୪ ଘଣ୍ଟା ସମୟ ହୋଇଯାଇଥିଲା।