ହେଡଲାଇନସ୍:

କଇଁପୁର ଗ୍ରାମ ପଞ୍ଚାୟତ ଠାରେ ମା ଶାରଳା ମହାସଂଘରେ ଭିଜନ ସ୍ଵପ୍ନ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ୩ ଫେବୃୟାରୀ ଠାରୁ ୭ ଫେବୃୟାରୀ ୨୦୨୫ , ୫ଦିନ ଧରି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ମା ଶାରଳା ମଡେଲ ଜି.ପି.ଏଲ୍. ଏଫ୍ କଇଁପୁର , ଏକ ଦୁରଦୃଷ୍ଟି (ସ୍ୱପ୍ନ) ତାଲିମରେ ମୁଖ୍ୟ ଉଦ୍ଦେଶ୍ୟ ଆସନ୍ତା ୫ବର୍ଷରେ ବିକାଶର ପରିବର୍ତ୍ତନ ଆଣିବା ସହ ସର୍ବନିମ୍ନ ମୌଳିକ ସୁବିଧା ଆଣିବା ପାଇଁ ଏକ ପ୍ରୟାସ। ଉକ୍ତ ତାଲିମରେ ପଞ୍ଚାୟତ ର କାର୍ଯ୍ୟକାରୀ କମିଟି ସହ ଗୋଷ୍ଠୀ ସହାୟିକା , କୃଷିମିତ୍ର , ପାଣିମିତ୍ର ର ମୋଟ ୩୩ ଜଣ ଯୋଗ ଦେଇଥିଲେ।
ତାଲିମ ଦାତା ଲିଙ୍ଗରାଜ ପାଣିଗ୍ରାହୀ ଓ ମଳୟ ମାଧୁରୀ ତ୍ରିପାଠୀ ତାଲିମ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
ମୁଖ୍ୟତଃ ଉଲ ଖେଳ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ , ଆଞ୍ଚଳିକ ମଞ୍ଚ ଓ ମହାସଂଘରେ କି ପ୍ରକାର ପରିବର୍ତ୍ତନ ଆସିଛି , ଉପସ୍ଥାପନ କରାଯାଇଥିଲା। ୩ଟି ଦଳରେ ମୁଁ , ମୋ ପରିବାର , ମୋ ଗାଁ କୁ ନେଇ ଆସନ୍ତା ୫ ବର୍ଷରେ ବିକାଶ ସ୍ୱପ୍ନ ଦେଖିବାର ଉପସ୍ଥାପନ କରାଗଲା ।
ଏହା ପରେ ଜୀବନ ଜୀବିକା , ଶିକ୍ଷା ଓ ସ୍ୱାସ୍ଥ୍ୟ , ସ୍ୱଚ୍ଛତା କୁ ନେଇ ପରିବର୍ତ୍ତନ କ୍ଷେତ୍ର , ସୁବିଧା ପ୍ରଦାନ କାରୀ , ବିକାଶକୁ କିପରି ମାପିବାର କୌଶଳ ବିଷୟରେ ତାଲିମ ଦିଆଯାଇଥିଲା।
ଶେଷରେ ସମସ୍ତଙ୍କ ଉପସ୍ଥିତି ରେ ଏକ ସଂକଳ୍ପ ପାଠ କରାଯାଇ ଆସନ୍ତା ୨୦୩୦ ମସିହା ସୁବିଧା ମହିଳା ମାନଙ୍କ ର ଆବଶ୍ୟକତା ଯଥା :- ସ୍ୱାସ୍ଥ୍ୟ , ଶିକ୍ଷା , ଜୀବନ ଜୀବିକା , କୃଷି , ରୋଜଗାର , ଗମନାଗମନ ସୁବିଧା କିପରି ପଞ୍ଚାୟତ ରେ ପହଞ୍ଚିବ ତାଲିମ ଦିଆଯାଇଥିଲା।
ମହାସଂଘର ଏମ୍. ବି.କେ ପୁଷ୍ପାଞ୍ଜଳି ପାତ୍ର ଉପସ୍ଥିତ ରହି ତାଲିମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault