ଓଡ଼ଗାଁ,୨୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଶରଣକୁଳ ଥାନା ଅନ୍ତର୍ଗତ ବଡଦେଶ ହରିପୁର ଗ୍ରାମର କବି ବାଣୀ ସୈାରଭ ଅର୍ଜୁନ ବାରିକଙ୍କର ଶନିବାର ପରଲୋକ ହେଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବୟସ ହୋଇଥିଲା । ଅଭାବ ଅନାଟନ କାରଣରୁ ତୃତୀୟ ଶ୍ରେଣୀ ପାଠପଢ଼ା ପରେ ବହିରେ ଡୋରି ବନ୍ଧା ଯାଇଥିଲା । କିନ୍ତୁ ରାମଚଣ୍ଡୀଙ୍କ ଅସିମ କୃପାରୁ ରିତିଜୁଗୀୟ ଶୈଳୀରେ ସୃଷ୍ଟି କରିଥିଲେ ଅନେକ କାବ୍ୟ ଓ କବିତା । ପଶ୍ରୁରାମ ପୁରାଣ ଓ ରଘୁନାଥ ପୁରାଣ ଏହି ୨ ବୃହତ୍ ପୁରାଣ ଜନାଦୃତ ହୋଇପାରିଥିଲା । କେବଳ ନୟାଗଡ଼ ଜିଲ୍ଲା ନୁହେଁ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଜିଲ୍ଲାର ଅନେକ ପାଲାକାର ଏବଂ ସଙ୍କିର୍ତ୍ତନ ଗାୟକ ମଞ୍ଚରେ କବି ଅର୍ଜୁନ ବାରିକଙ୍କ ଲେଖାକୁ ଗାୟନ କରିଥାନ୍ତି । ଅଭାବ ଅନାଟନ ଦୁଃଖ ଯନ୍ତ୍ରଣା ଥିଲା ତାଙ୍କ ଚିର ସହଚର । ତାଙ୍କର ଅନେକ ଅନବଦ୍ୟ କୃତି ଏବେ ଅପ୍ରକାଶିତ ହୋଇ ରହିଗଲା । ୨ ହଜାର ମସିହା ପରେ ରିତିଯୁଗୀୟ କାବ୍ୟ କବିତା ରଚନାରେ କବି ଅର୍ଜୁନ ବାରିକ ଆଗରେ ରହିଥିବାରୁ ଅନେକ ଅନୁଷ୍ଠାନ ତାଙ୍କର ପ୍ରତିଭୁକୁ ସମ୍ବର୍ଦ୍ଧିତ କରିଥିଲେ । ମୃତ୍ୟୁ ବେଳକୁ ପତ୍ନୀ, ୨ ପୁତ୍ର ଓ ପୁତ୍ରବଧୂ ଏବଂ ୨ ଝିଅ ଉପସ୍ଥିତ ଥିଲେ ।
ରାଜ୍ୟ
ବାଣୀ ସୈାରଭ କବି ଅର୍ଜୁନ ବାରିକଙ୍କ ପରଲୋକ,
- Hits: 48