ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ):ଦିବ୍ୟ ଜୀବନ ସଂଘ ଭଞ୍ଜନଗର ଶାଖାର ୭୫ ତମ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ଅବସରରେ ଆଜି ଜାନୁଆରୀ ମାସ ୨୨ ତାରିଖ ଗୁରୁବାର ୨୦୨୫ ଦିନ ସ୍ଥାନୀୟ ଦିବ୍ୟ ଜୀବନ ସଂଘ ପକ୍ଷରୁ ଶହ ଶହ ମହିଳା ଶ୍ରଦ୍ଧାଳୁ ମାନଙ୍କ ଦ୍ଵାରା କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ପରମ ବନ୍ଦନୀୟ ଶ୍ରୀ ସଦଗୁରୁଦେବ ସ୍ଵାମୀ ଙ୍କ ଆଶ୍ରୀବାଦ ରୁ ଦିବ୍ୟ ଜୀବନ ସଂଘ ଭଞ୍ଜନଗର ଶାଖାର ୭୫ ତମ ବର୍ଷ ପୂର୍ତ୍ତି ଅର୍ଥାତ୍ ଅମୃତ ମହୋତ୍ସବ ଅବସରରେ ଆଗାମୀ ୨୩ ଜାନୁଆରୀ ୨୦୨୫ ଠାରୁ ୨୫ ଜାନୁଆରୀ ୨୦୨୫ ରିଖ ପଯ୍ୟନ୍ତ ଭଞ୍ଜନଗରସ୍ଥ ଟାଉନ୍ ହଲ୍ ଠାରେ ଏକ ଆଧ୍ୟାତ୍ମିକ ସମ୍ମିଳନୀ ଆୟୋଜିତ ହେବ। ଦିବ୍ୟ ଜୀବନ ସଂଘ ଭଞ୍ଜନଗର ଶାଖାର ୭୫ ତମ ବର୍ଷ ପୂର୍ତ୍ତି ଅମୃତ ମହୋତ୍ସବ ପାଳନ ଅବସରରେ ପୂର୍ବରୁ ଏଠାରେ ଥିବା ଭଞ୍ଜନଗର ନୂତନ ସତସଙ୍ଗ ଭବନ ପ୍ରତିଷ୍ଠା ଓ ସଦଗୁରୁଦେବ ସ୍ଵାମୀ ଚିଦାନନ୍ଦ ସରସ୍ଵତୀଙ୍କ ନୂତନ ବିଗ୍ରହ ସ୍ଥାପନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ହିମାଳୟ ପାଦସ୍ଥ ରୁଷିକେଶ ଶିବାନନ୍ଦ ଆଶ୍ରମର ବରେଣ୍ୟ ସନ୍ଥ ତଥା ଦେଶର ବିଭିନ୍ନ ପ୍ରାନ୍ତର ବିଶିଷ୍ଟ ବିଦ୍ୱାନ୍ ଅତିଥି ଗଣ ଉକ୍ତ ଦିବ୍ୟ କାର୍ଯ୍ୟକ୍ରମ ରେ ଯୋଗଦାନ କରିବାର ବ୍ୟବସ୍ଥା ରହିଅଛି। ଯାହାଫଳରେ ବିଭିନ୍ନ ଵିଦ୍ଵାନ୍ ଅତିଥି ମାନଙ୍କୁ ନେଇ ଭଞ୍ଜନଗର ଟାଉନ୍ ହଲ୍ ଠାରେ ୩ ଦିନ ବ୍ୟାପି ଏକ ମହାନ୍ ଭବ୍ୟ ଆଧ୍ୟାତ୍ମିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ।
ଆଜିର ଏହି କଳସ ଯାତ୍ରା କାର୍ଯ୍ୟକ୍ରମ ରେ ସଂଘ ର ସଭାପତି ପଦ୍ମନାଭ ପ୍ରଧାନ, ଉପସଭାପତି ଶ୍ୟାମସୁନ୍ଦର ରଣସିଂ, ସମ୍ପାଦକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସହ ସମ୍ପାଦକ ପଣ୍ଡିତ ବିପ୍ରଚରଣ ସାହୁ, ଉପଦେଷ୍ଟା ଶିବରାମ ପଣ୍ଡାଙ୍କ ସହିତ ଆର୍. ଦାମୋଦର ପାତ୍ର, ବିଶ୍ଵନାଥ ନାୟକ, ଜଗବନ୍ଧୁ ନାୟକ, ଗୋପିନାଥ ପଣ୍ଡା, ସୁକାନ୍ତ କୁମାର ସାହୁ, ପ୍ରଦିପ କୁମାର ସ୍ୱାଇଁ, ରବିନ୍ଦ୍ର ପତି, ଗୈ।ରି ଜେନା, କଳ୍ପତରୁ ନାୟକ ପ୍ରମୁଖ କର୍ମକର୍ତ୍ତା ଉପସ୍ଥିତ ରହି ସବୁ କାର୍ଯ୍ୟକ୍ରମ ତଦାରଖ କରିଥିଲେ। ସେହିପରି ଭାବରେ ସ୍ଵାମୀ ଚିଦାନନ୍ଦ ସରସ୍ଵତୀଙ୍କ ନୂତନ ବିଗ୍ରହ ସ୍ଥାପନ ଓ ନୂତନ ସତସଙ୍ଗ ଭବନ ପ୍ରତିଷ୍ଠା ପୂର୍ବରୁ ଶାସ୍ତ୍ର, ପରମ୍ପରା,ରିତି ନିତି ଅନୁସାରେ ଜଳାଭିଷେକ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କଳସ ଯାତ୍ରା ସ୍ଥାନୀୟ ଦିବ୍ୟ ଜୀବନ ସଂଘ ଠାରୁ ବାହାରି ପବିତ୍ର ଲୋହରା ଖଣ୍ଡି ନଦୀ ଠାରେ ପହଁଚି ବୈଦିକ ପୁରୋହିତ ଶ୍ରୀମାନ୍ ଉପେନ୍ଦ୍ର ନାଥ ମିଶ୍ର, ସନ୍ଦିପ୍ କୁମାର ସତପଥି ଓ ଅରୁଣ କୁମାର ରଥ ଶର୍ମା ଙ୍କ ଦ୍ଵାରା ନଦୀର ଜଳକୁ ଅଭିମନ୍ତ୍ରୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ଉକ୍ତ ଦିବ୍ୟ ଜୀବନ ସଂଘ ର ସଦସ୍ୟ ସୁଶାନ୍ତ କୁମାର ମହାପାତ୍ର ଓ ତାଙ୍କ ସହ ଧର୍ମିଣୀ କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ । ପରେ ଅଭିମନ୍ତ୍ରୀତ ଜଳକୁ ସମସ୍ତେ କଳସରେ ଧାରଣ ପୂର୍ବକ ନଗର ପରିକ୍ରମା କରି ସ୍ଥାନୀୟ ଦିବ୍ୟ ଜୀବନ ସଂଘ ଠାରେ ହୋଇଥିବା ନୂତନ ଭବନ ରେ ଦାୟିତ୍ଵ ର ସହ ସ୍ଥାପନ କରାଯାଇଥିଲା। ସଂଘ ର ସୂଚନା ପ୍ରକାରେ ଆସନ୍ତା କାଲି ଠାରୁ ଦିବ୍ୟ ଜୀବନ ସଂଘ ଭଞ୍ଜନଗର ଶାଖାର ୭୫ ତମ ଅମୃତ ମହୋତ୍ସବ ପାଳନ ସହିତ ସଦଗୁରୁଦେବ ସ୍ଵାମୀ ଚିଦାନନ୍ଦ ସରସ୍ଵତୀଙ୍କ ନୂତନ ବିଗ୍ରହ ତଥା ନୂତନ ସତସଙ୍ଗ ଭବନ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ତତ୍ ସହିତ ଭଞ୍ଜନଗରସ୍ଥ ଟାଉନ୍ ହଲ୍ ଠାରେ ତିନି ଦିନିଆ ମହାନ୍ ଆଧ୍ୟାତ୍ମିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହେବ ବୋଲି ସଂଘର କାର୍ଯ୍ୟକର୍ତ୍ତା ଓ ସଭ୍ୟ ସଭ୍ୟା ସୁଚନା ପ୍ରଦାନ କରିଛନ୍ତି।
ରାଜ୍ୟ
ଭଞ୍ଜନଗର ଦିବ୍ୟ ଜୀବନ ଶାଖା ର ଅମୃତ ମହୋତ୍ସବ ରେ ବିରାଟ କଳସ ଯାତ୍ରା
- Hits: 22