ହେଡଲାଇନସ୍:

କେନ୍ଦୁଝର ନାବାଳିକା ଯୌନ ନିର୍ଯାତନା ମାମଲା:ସେକ୍ସ ରାକେଟର ଚେର ଅତି ଗଭୀର।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବହୁତ ଗରିବ ଝିଅ ଏହାର ଶିକାର ହୋଇଛନ୍ତି ବଡ଼ବଡ଼ିଆଙ୍କ ହାତ ରହିଛି।


କେନ୍ଦୁଝର/ଦିଲ୍ଲୀପ ସାହୁ (ସ୍ୱତନ୍ତ୍ର ପ୍ରତିନିଧି)- କେନ୍ଦୁଝର ଜିଲ୍ଲାରେ ଅନେକ ନାବାଳିକା ଝିଅ ପରିବାର ପୋଷିବାକୁ ବାହାରକୁ ଯାଇ କାମ କରୁଛନ୍ତି। ଘରୋଇ ସହାୟିକା ଭାବେ ରଖି ଅନେକଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଉଛି। ଗରିବ ହୋଇ ଥିବାରୁ ବାଧ୍ୟ ହୋଇ ପାଠ ଛାଡ଼ି ସେମାନେ ଏପରି ଅନୈତିକ ମାୟାଜାଲରେ ପଡ଼ୁଛନ୍ତି। ଏପରି ଅଭିଯୋଗ ଆସୁଥିଲେ ମଧ୍ୟ ଠିକଣା ଅଭିଯୋଗ ଅଭାବରୁ ନିଯ୍ୟାତନାକାରୀ ଖସି ଯାଉଥିଲେ। ତେବେ ଭୁବନେଶ୍ୱର, ଖଣ୍ଡଗିରି ଅଞ୍ଚଳରେ ଗୋଟେ ଘରୁ ଯୌନ ନିର୍ଯ୍ୟାତନା ପାଉଥିବା କିଛି ଝିଅଙ୍କୁ ଉଦ୍ଧାର କରାଯାଇଥିଲା। ସେଥି ମଧ୍ୟରୁ ଜଣେ କେନ୍ଦୁଝର ନାବାଳିକା ଝିଅ ଥିବାରୁ ତାକୁ କେନ୍ଦୁଝର ପ୍ରକଳ୍ପ ଓପନ ସେଲ୍ଟର ହୋମକୁ ପଠାଇ ଦିଆ ଯାଇଥିଲା। ସେଲ୍ଟର ହୋମ ପରିଚାଳିକା ମମତା ବେହେରା ଉକ୍ତ ଝିଅଙ୍କୁ କାଉନସେଲିଂ କଲା ବେଳେ ସମ୍ପୂର୍ଣ୍ଣ କାହାଣୀ ଶୁଣିବାକୁ ପାଇଥିଲେ। ଏହି ନାବାଳିକା ଝିଅକୁ ଘରେ କାମ କରିବାକୁ ଜଣେ ମହିଳା ସୁଶୀଳା ପାତ୍ର କେନ୍ଦୁଝର ସହରରେ ରଖିଥିଲେ। ସେଠାରେ ସେ କିନ୍ତୁ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିଲା। ସେଠାରୁ ଏହି ଝିଅ ସୁଶୀଳାଙ୍କ ଦ୍ଵାରା ଭୁବନେଶ୍ଵର ପ୍ରେରଣ କରାଯାଇଥିଲା ଯେଉଁଠାରେ ତାକୁ ଭୀଷଣ ଯୌନ ନିର୍ଯାତନା ସାମ୍ନା କରିବାକୁ ପଡ଼ୁଥିଲା। ଏପରି ଅବସ୍ଥାରେ ସେ ସେଠାରେ ପୋଲିସ ରେଡ୍ ପରେ ଉଦ୍ଧାର ହୋଇଥିଲା।ଏହି କଥା ଜାଣି କେନ୍ଦୁଝର ଟାଉନ୍ ଥାନାରେ ଏକ ଏତଲା ଦିଆ ଯାଇଥିଲା। ପୋଲିସ ଏହି ଝିଅକୁ ନେଇ କେନ୍ଦୁଝର ସହରର କେଉଁଠି ରହୁଥିଲା କାହା ଦ୍ଵାରା ପ୍ରତାରିତ ହୋଇଥିଲା ସବୁ ଠାବ କରିଥିଲେ। ତେଣୁ ଟାଉନ୍ ଥାନା ପକ୍ଷରୁ ପଣ୍ଡାପଡ଼ା ଅଞ୍ଚଳର ସୁଶୀଳା ପାତ୍ର ଓ ତାଙ୍କୁ ସହାୟତା ଯୋଗାଇ ଦେଇଥିବା ଅଟୋ ଚାଳକ ତୁରୁମୁଙ୍ଗା ଅଞ୍ଚଳର ରଞ୍ଜିତ କୁମାର ସାହୁକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି। ସେମାନଙ୍କ ପାଖରୁ ଏକ ଅଟୋ,ଗୋଟେ ବାଇକ୍ ସହ ଅନେକ ଆପତ୍ତିଜନକ ଜିନିଷ ଉଦ୍ଧାର କରାଯାଇଛି। କୁହାଯାଉଛି ଏହି ଦୁଇଜଣ କେନ୍ଦୁଝର ଓ ରାଜଧାନୀ ଭୁବନେଶ୍ବରକୁ ଗରିବ ନାବାଳିକାଙ୍କୁ ଖୋଜି ଖୋଜି ଚାଲାଣ କରି ଏକ ବିଶାଳ ସେକ୍ସ ନେଟୱାର୍କ ଚଳେଇ ଥିଲେ। ଅନେକ ବଡ଼ବଡ଼ିଆ ଯୌନ ରାକ୍ଷସ ଏଥିରେ ସାମିଲ ଥିବାରୁ ସେମାନଙ୍କୁ ଗିରଫ ଲାଗି ସାଧାରଣରେ ଦାବି ହେଉଛି। ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏହିପରି ନାବାଳିକା ଯୌନ ନିର୍ଯାତନା ଖବର ଶୁଣି ଲୋକେ ଖୁବ୍ ଦୁଃଖିତ ହୋଇ ଗୃହ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନେଇ ବାକି ଥିବା ଯୌନ ନିର୍ଯାତନାକାରୀଙ୍କୁ ଧରି ଦଣ୍ଡିତ କରିବାକୁ ସ୍ଵତଃ ଦାବି ଉଠିଛି। ଗିରଫ ହୋଇଥିବା ଲୋକେ ଜିଲ୍ଲାରେ ଏକ ବଡ଼ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ବୋଲି କଥା ଉଠିଥିଲା ଯାହାକୁ ଏହି ଅନୁଷ୍ଠାନ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି।

0
0
0
s2sdefault