ହେଡଲାଇନସ୍:

ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନର ୨୦ ତମ ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୋଦୀ ସରକାର ଙ୍କ ଶ୍ରମ କୋର୍ଡ ବାତିଲ ପାଇଁ ଦେଶବ୍ୟାପୀ ଆନ୍ଦୋଳନ ବ୍ୟାପକ ହେବ।

ରାଉରକେଲା, (ବସନ୍ତ କୁମାର ଜେନା): ଏଫ୍ ଏମ୍ ଆର୍ ଆଇ ଓ ସି ଆଇ ଟି ୟୁ ସହ ସହବନ୍ଧିତ ଓଡ଼ିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନର ୨୦ ତମ ସୁନ୍ଦରଗଡ଼ ଜିଲ୍ଲା ସମ୍ମିଳନୀ ଆଜି ସ୍ଥାନୀୟ ଶ୍ରମିକ ଭବନ ସେକ୍ଟର ୧୬ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ମୀଳନୀର ପ୍ରାରମ୍ଭରେ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ସତ୍ୟବ୍ରତ ମହାପାତ୍ର ସଂଗଠନ ର ପତାକା ଉତ୍ତୋଳନ କରିଥିଲେ। ସମ୍ମିଳନୀ କୁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ ସି ଆଇ ଟି ୟୁ ରାଜ୍ୟ ଉପସଭାପତି ବିମାନ ମାଇତି। ସେ ତାଙ୍କ ବକ୍ତବ୍ୟରେ ମୋଦୀ ସରକାର ଦେଶ ତମାମ ଶ୍ରମିକ ଶ୍ରେଣୀ ଶ୍ରମ କୋର୍ଡ କୁ କାର୍ଯ୍ୟକାରୀ କରିବାକୁ ଜୋରଦାର ବିରୋଧ କରୁଥିଲାବେଳେ ସରକାର ଜୋର ଜବରଦସ୍ତ ଏହାକୁ ଦେଶରେ ଲାଗୁ କରିବା ପାଇଁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଦେଶବ୍ୟାପୀ ପୁଣି ଥରେ ଦେଶବ୍ୟାପୀ ରାଜ ରାସ୍ତାକୁ ଆସିବେ। ପୁଂଜିପତି ମାନଙ୍କ ସ୍ବାର୍ଥ ରକ୍ଷା କରିବା କୁ ଯାଇ ଦେଶର ଶ୍ରମିକ ଶ୍ରେଣୀକୁ କ୍ରିତ୍ତଦାସ କରିଦେବା କୁ ମୋଦୀ ସରକାର ଯେଉଁ ଅପଚେଷ୍ଟା କରିଛନ୍ତି ତାହାକୁ ଶ୍ରମିକ ଶ୍ରେଣୀ କେବେ ବି ବରଦାସ୍ତ କରିବ ନାହଁ। ଏହି ସାଂଗଠନିକ ସମ୍ମିଳନୀ ରେ ଅନ୍ୟତମ ବକ୍ତା ଭାବରେ ସି ଆଇ ଟି ୟୁ ଜିଲ୍ଲା ସଂପାଦକ ରାଜ କିଶୋର ପ୍ରଧାନ ବକ୍ତବ୍ୟ ରଖି ଔଷଧ ଶିଳ୍ପ ରେ କାମ କରୁଥିବା ସେଲ୍ସ ରିପ୍ରେଜେଣ୍ଟେଟିଭ ମାନେ ଅଧିକ ସଂଘବଦ୍ଧ ହୋଇ ନିଜର ସମସ୍ୟା ସମାଧାନ କରିବା ସହିତ ସଂଗଠନ କୁ ମଜବୁତ କରିବାକୁ ଆହ୍ବାନ କରିଥିଲେ। ସମ୍ମିଳନୀରେ ମୁଖ୍ୟ ବକ୍ତା ଓ ଏସ ଆର୍ ୟୁ ର ଓଡ଼ିଶା ରାଜ୍ୟ କମିଟି ସାଧାରଣ ସମ୍ପାଦକ ସତ୍ୟବ୍ରତ ମହାପାତ୍ର ଆଗାମୀ ଦିନରେ ସଂଗଠନ ର ବିଭିନ୍ନ କାର୍ଯ୍ୟକ୍ରମ ଓ କେନ୍ଦ୍ର ସରକାର ଙ୍କ ଶ୍ରମିକ ଶ୍ରେଣୀ ଉପରେ କରୁଥିବା ଆକ୍ରମଣ ସଂପର୍କରେ ସଚେତନ ପାଇଁ ଆହ୍ୱାନ କରିଥିଲେ। ଏହି ସମ୍ମିଳନୀରେ ଜିଲ୍ଲା ସଭାପତି ଜୟମିତ ଆଜମିରା ସଭାପତିତ୍ବ କରିଥିଲେ ଓ ଜିଲ୍ଲା ସଂପାଦକ ଯଶୋବନ୍ତ ବେହେରା ବାର୍ଷିକ ସଂପାଦକୀୟ ରିପୋର୍ଟ ଓ କୋଷାଧ୍ୟକ୍ଷ ଲଳିତ କୁମାର ସ୍ବାଇଁ ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ।
ଏହି ସମ୍ମିଳନୀରେ ଆଗାମୀ ବର୍ଷ ପାଇଁ ସର୍ବସମ୍ମତିକ୍ରମେ ସଭାପତି ଭାବରେ ଜୟମିତ ଆଜମିରା,ଉପ ସଭାପତି ନିହାର ରଂଜନ ସାମନ୍ତରାୟ, ସଂପାଦକ ଯଶୋବନ୍ତ ବେହେରା, କୋଷାଧ୍ୟକ୍ଷ ଲଳିତ କୁମାର ସ୍ବାଇଁ ନିର୍ବାଚିତ ହୋଇଥିବା ବେଳେ ଜିଲ୍ଲା କମିଟି କୁ ମନୋରଞ୍ଜନ ମହାନ୍ତି, ସଂଜୟ ବିଶୋଇ, ଯୋଗେଶ୍ଵର ସିଂହ, ମୁକେଶ ମିଶ୍ର,ପି କେ ପୃଷ୍ଟି, ସଂଜୀବ ବେହେରା,ସୁଜିତାବ ପରିଡ଼ା, କୃଷ୍ଣ ଚନ୍ଦ୍ର ଛୋଟରାୟ, ଅମିତ୍ ଦାସ,ମହେଶ ବେହେରା ଓ ପ୍ରକାଶ ମହାନ୍ତି ପ୍ରମୁଖ ନିର୍ବାଚିତ ହୋଇଥିଲେ।

0
0
0
s2sdefault