ହେଡଲାଇନସ୍:

ଡାବୁଗାଁ ରେ ମାଘ ମଣ୍ଡେଇ ନିମନ୍ତେ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୯/୦୧/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ରେ ମାଘ ମଣ୍ଡେଇ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଭୈରବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ପ୍ରତି ବର୍ଷ ପାରି ଚଳିତ ବର୍ଷ ମଧ୍ୟ ମାଘ ମଣ୍ଡେଇ କୁ ଶାନ୍ତି ଶୃଙ୍ଖଳା ର ସହ ପାଳନ କରିବାକୁ ଗୁରୁତ୍ଵ ଦିଆ ଯାଇଥିଲା। ଗତ ବର୍ଷର ମଣ୍ଡେଇ ପରିଚାଳନା କମିଟି କୁ ପୁନର୍ବାର ଚଳିତ ବର୍ଷ ମଣ୍ଡେଇ ଉତ୍ସବ ପାଳନ ନିମନ୍ତେ ଦାୟିତ୍ଵ ବହନ କରାଯାଇଥିଲା। ସଭାପତି ଭାବେ ଡାବୁଗାଁ ସରପଞ୍ଚ ବିନୋଦ ସୌରା,ଉପ ସଭାପତି ସତ୍ୟ ରଞ୍ଜନ ପାତ୍ର ଓ ଡଙ୍ଗରିଗୁଡ଼ା ସରପଞ୍ଚ ରାମ କୁମାର ଗଣ୍ଡ,ସମ୍ପାଦକ ଭାବେ ରଘୁନାଥ ପାତ୍ର (କୁନୁ) ଓ କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ରେଲି ଙ୍କୁ ଚୟନ କରାଯାଇଥିଲା। ଆସନ୍ତା ଫେବୃଆରି ୬ ତାରିଖ ଗୁରୁବାର ଦିନ ଦୂଲ୍ଲାର ଦେଇ ବଜାର ବସିବା ପରେ ଫେବୃଆରୀ ୧୩ ତାରିଖ ଗୁରୁବାର ଦିନ ଡାବୁଗାଁ ରେ ମାଘ ମଣ୍ଡେଇ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଥିଲା। ମଣ୍ଡେଇ ଉତ୍ସବ ରେ ଆଖ ପାଖ ଗ୍ରାମ ରୁ ଲାଠି ,କୁର୍ସୀ,ପାଲିଙ୍କି ସହ ଦେବାଦେବୀ ଓ ଶିରା ପୂଜାରୀ ଆସିବାକୁ ଥିବାରୁ ସେମାନଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରଣ ସହ ଆତିଥ୍ୟ ପ୍ରଦାନ କରିବା ନିମନ୍ତେ ଆଲୋଚନା ହୋଇଥିଲା।ମାଘ ମଣ୍ଡେଇ ର ପୂର୍ବ ଦିନ ବୁଧବାର ରେ ବାବା ଭୈରବ ମନ୍ଦିର ପୀଠରେ ବଳି ପ୍ରଥା ଥିବାରୁ ସେହିଦିନ ଲୋକଙ୍କ ଭିଡ କୁ ଦୃଷ୍ଟି ରେ ରଖି ପୁଲିସ ସହାୟତାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ନିଷ୍ପତ୍ତି ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏମ ଆପ୍ପା ରାଓ,ଦେବରାଜ ପାତ୍ର, ତରଣି ରେଲି,ପଦଲାମ ଜାନି,ତ୍ରିନାଥ ସିଂ, ପାପନା ରେଲି,ସନ୍ୟାସୀ କଲାର ଓ ସମଦୁ ପୂଜାରୀ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

0
0
0
s2sdefault