ହେଡଲାଇନସ୍:

୨୨ରୁ ୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୯।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଫୁଟବଲ ଆସୋସିଏସନ୍ ଦ୍ବାରା ଆୟୋଜିତ ୬ଷ୍ଠ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଓଡ଼ଗାଁ କପ୍ ୨୦୨୫ ଚଳିତ ମାସ ୨୨ ତାରିଖରୁ ସ୍ଥାନୀୟ ମିନିଷ୍ଟାଡିୟମ ପରିସରରେ ଆରମ୍ଭ ହେବ । ଏହି ଟୁନ୍ନାମେଣ୍ଟରେ ଜଗା ୟୁନାଇଟେଡ଼ ଭୁବନେଶ୍ବର, ଫ୍ରେଣ୍ଡସ ପାରାଡାଇଜ କ୍ଳବ୍ ଜଟଣୀ, ଗରଦପୁର ଏଫସି-କଟକ, କିଶୋର କ୍ଳବ୍-ଭୁବନେଶ୍ବର, ମଙ୍ଗଳାକ୍ଳବ-କଟକ ଏବଂ ସ୍ପୋର୍ଟସ ହଷ୍ଟେଲ-କଟକ ଅଂଶଗ୍ରହଣ କରିବେ । ୨୨ ଏବଂ ୨୩ ତାରିଖ ଦୁଇଟି ମ୍ୟାଚ ସରିବା ପରେ ୨୪ ଓ ୨୫ ତାରିଖରେ ୨ଟି ସେମି ଫାଇନାଲ ମ୍ୟାଚ ଖେଳାଯିବ ଏବଂ ୨୬ ତାରିଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ ବୋଲି କମିଟି ତରଫରୁ ପ୍ରକାଶ । ଆସୋସିଏସନର ସଭାପତି ତଥା ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଏବଂ ସମ୍ପାଦକ ତଥା ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ସହିତ ଅନ୍ୟ କ୍ରିଡ଼ା ପ୍ରେମୀ ମାନଙ୍କ ସହଯୋଗରେ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ପ୍ରତ୍ୟହ ଅପରାହ୍ଣ ୩ ସମୟରେ ଅନୁଷ୍ଠିତ ହେବ । ବ୍ଳକ ତଥା ଏନ୍ଏସିର ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହି ଖେଳର ମଜା ଉଠାଇବାକୁ କମିଟି ତରଫରୁ ଅନୁରୋଧ କରାଯାଇଛି ।

0
0
0
s2sdefault