ହେଡଲାଇନସ୍:

ବର୍ଦ୍ଧିତ ଭତ୍ତା ବିତରଣ ସମାରୋହ ଓ ଜନସେବା ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗଜପତି ଦ୍ଵାରା ଆଜି ଜିଲ୍ଲା ସ୍ତରୀୟ ବର୍ଦ୍ଧିତ ଭତ୍ତା ବଣ୍ଟନ ସମାରୋହ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।
ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ ଙ୍କ ଅଧ୍ୟକ୍ଷତାରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ , ଉପ ଜିଲ୍ଲାପାଳ ଅନୁପ ପଣ୍ଡା , ସାମାଜିକସୁରକ୍ଷା ଅଧିକାରୀ ସନ୍ତୋଷ ନାୟକ ପ୍ରମୁଖ ମଞ୍ଚାସିନ ଥିଲେ। ଅତିଥି ମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ପାରଳାର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଂଗୀତ ସଂସଦର କଣ୍ଠ ଶିଳ୍ପୀମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ।
ସମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି। ତନ୍ନମଧ୍ୟରୁ ସମାଜର ବୃଦ୍ଧ , ବୃଦ୍ଧା , ଅବହେଳିତ , ବିଧବା , ଭିନ୍ନକ୍ଷମ , ଅବିବାହିତା (୩୦ ବର୍ଷରୁ ଉର୍ଦ୍ଧ୍ବ) ଓ ସ୍ୱାମୀ ପରିତ୍ୟକ୍ତା ମହିଳା ମାନଙ୍କୁ ଭତ୍ତା ପ୍ରଦାନ ଅନ୍ୟତମ । ଭାରତ ଓ ଓଡ଼ିଶା ସରକାରଙ୍କ ଦ୍ବାରା ମାସିକ ଟ.୧୦୦୦ , ୧୨୦୦ ଦେବାର ବ୍ୟବସ୍ଥା ରହିଥିଲା। କିନ୍ତୁ ସରକାରଙ୍କ ନିର୍ଦ୍ଦେଶପ୍ରକାର ୮୦ବର୍ଷ ରୁ ଅଧିକ ବୃଦ୍ଧ ଓ ବୃଦ୍ଧା ହୋଇଥିବେ ଓ ୮୦%ରୁ ଅଧିକ ଭିନ୍ନକ୍ଷମ ମଧୁବାବୁ ଭତ୍ତା ହିତାଧିକାରୀଙ୍କୁ ଚଳିତ ମାସ ଠାରୁ ନଗଦ ୩୫୦୦ଟଙ୍କା ହାତରେ ଦିଆଯିବ ଓ ଇନ୍ଦିରାଗାନ୍ଧୀ ଭତ୍ତା ସଂପୃକ୍ତ ହିତାଧିକାରୀଙ୍କ ଜମା ଖାତାକୁ ସରକାରଙ୍କ ନିୟମାନୁଯାୟୀ ଜିବାର ବ୍ୟବସ୍ଥା କରାଯାଇଅଛି।
ଇନ୍ଦିରାଗାନ୍ଧୀ ଭତ୍ତା ଯୋଜନାରେ ୮୦ - ବର୍ଷରୁ ଅଧିକ-୧୪୯୪ ଜଣ ଓ ଭିନ୍ନକ୍ଷମ ୮୦ % ରୁ ଅଧିକ- ୫୫୫ ଜଣ , ମଧୁବାବୁ ଭତ୍ତା ଯୋଜନାରେ ୮୦ବର୍ଷରୁ ଅଧିକ ୧୬୪୨ ଜଣ ଓ ଭିନ୍ନକ୍ଷମ ୮୦ % ରୁ ଅଧିକ ୫୯୯ ଜଣ ଗଜପତି ଜିଲ୍ଲାର ସମସ୍ତ ପଞ୍ଚାୟତ ସମତି ଓ ପୌର ପରିଷଦରେ ନିମ୍ନରେ ପ୍ରଦତ୍ତ ହିତାଧିକାରୀଙ୍କୁ ଭତ୍ତା ଦେବାର ବ୍ୟବସ୍ଥା ହୋଇଅଛି।

0
0
0
s2sdefault