ହେଡଲାଇନସ୍:

ଓସ୍ତିଆ ଆଶ୍ରମ ସ୍କୁଲ: ବିଷାକ୍ତ ଖାଦ୍ୟଖାଇ ୮ ଛାତ୍ର ଏବଂ ଜ୍ବରରେ ଜଣେ ଛାତ୍ରୀ ଅସୁସ୍ଥ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାକ୍ତରଙ୍କ ତ୍ୱରିତ ଚିକିତ୍ସା ଯୋଗୁଁ ନିୟନ୍ତ୍ରଣ ହେଲା ବାନ୍ତି

ଓଡ଼ଗାଁ,୧୫।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ବାଣ୍ଠପୁର ପଞ୍ଚାୟତର ଓସ୍ତିଆ ମାଳରେ ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଆଶ୍ରମ ସ୍କୁଲର ୮ ଜଣ ଛାତ୍ର ବିଷାକ୍ତ ଖାଦ୍ୟଖାଇ ହଠାତ୍ ଅସୁସ୍ଥ ହୋଇପଡ଼ିଥିବା ବେଳେ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଚିକିତ୍ସା ପରେ ସଙ୍କଟାପନ୍ନ ଅବସ୍ଥାରୁ ସୁସ୍ଥ ହୋଇଥିବା ଜଣାଯାଇଛି। ଘଟଣାରୁ ଜଣାଯାଏ ମଙ୍ଗଳବାର ବିଳମ୍ବିତ ରାତ୍ରି ପ୍ରାୟ ଗୋଟିଏ ସମୟରେ ଗୋଟିଏ ଅଟୋରେ ବିଷାକ୍ତ ଖାଦ୍ୟଖାଇ ୮ଜଣ ଅସୁସ୍ଥ ହୋଇପଡ଼ିଥିବା ଛାତ୍ର ଏବଂ ଅନ୍ୟ ଜଣେ ଜ୍ବରରେ ପୀଡ଼ିତା ଛାତ୍ରୀ ଓଡ଼ଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ। କର୍ତ୍ତବ୍ୟରେ ନିୟୋଜିତ ଥିବା ଡାକ୍ତର ଦୀପକ କୁମାର ବଳଙ୍କ ତ୍ୱରିତ ପ୍ରଚେଷ୍ଟା ଯୋଗୁଁ ସଙ୍ଗେ ସଙ୍ଗେ ସମସ୍ତ ଛାତ୍ରମାନଙ୍କର ବାନ୍ତି ନିୟନ୍ତ୍ରଣ ହୋଇଥିଲା।ଅନ୍ୟ ଜଣେ ଜ୍ବରରେ ପୀଡ଼ିତା ଛାତ୍ରୀଙ୍କର ମଧ୍ୟ ଚିକିତ୍ସା କରାଯାଇଥିଲା।ଡାକ୍ତର ଛାତ୍ର ଛାତ୍ରୀ ମାନଙ୍କୁ କିଛି ସମୟ ନିଜର ହେପାଜତରେ ରଖି ରୋଗ ନିୟନ୍ତ୍ରଣ ହୋଇଥିବା ନେଇ ନିଶ୍ଚିତ ହେବା ପରେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ଆଶ୍ରମକୁ ଫେରିଥିଲେ। ସୂଚନା ଅନୁସାରେ ଅସୁସ୍ଥ ଛାତ୍ରମାନେ କାହାରିକୁ ନ ଜଣାଇ ବିଦ୍ୟାଳୟରେ ଥିବା ପୋଡ଼ା ତେଲରେ ଚାଉମିନି ପ୍ରସ୍ତୁତ କରି ଖାଇଥିଲେ। ପୋଡ଼ା ତେଲର ପ୍ରତିକ୍ରିୟା ଯୋଗୁଁ ବିଳମ୍ବିତ ରାତ୍ରରେ ବାନ୍ତି ଆରମ୍ଭ ହେଇଥିଲା। କୋୖଣସି ମତେ ବାନ୍ତି ନିୟନ୍ତ୍ରଣ ନହୋଇ ବେଳକୁ ବେଳ ପରିସ୍ଥିତି ଗୁରୁତର ହେବାରୁ ହାତୀ ମାନଙ୍କ ଆଶ୍ରୟ ସ୍ଥଳୀ କୁହାଯାଉଥିବା ଓସ୍ତିଆ ମାଳରୁ ୨୦ କିଲୋମିଟର ରାସ୍ତା ଅତିକ୍ରମ କରି ଓଡ଼ଗାଁ ଡାକ୍ତରଖାନାରେ ପହଞ୍ଚିଥିଲେ। ପୋଡ଼ା ତେଲକୁ ଫୋପାଡ଼ି ନଦେଇ ସ୍କୁଲ କର୍ତ୍ତୃପକ୍ଷ ସାଇତି ରଖିଥିବାରୁ ଆଦିବାସୀ ବିଦ୍ୟାଳୟର ଅନ୍ତେବାସୀ ପିଲାମାନେ ତାକୁ ବ୍ୟବହାର କଲେ। ଏହି ସମୟରେ ହଷ୍ଟେଲ କର୍ତ୍ତୃପକ୍ଷ ଦୃଷ୍ଟି ଦେଲେ ନାହିଁ କାହିଁକି।ଛୋଟ ଶିଶୁମାନଙ୍କ ପାଇଁ babu ରନ୍ଧା ଯାଉଥିବା ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପିଲାମାନଙ୍କୁ ସାଙ୍ଗରେ ଆଣିଥିବା ସହାୟକଙ୍କୁ ଡାକ୍ତର ପରାମର୍ଶ ଦେଇଥିଲେ।

0
0
0
s2sdefault