ହେଡଲାଇନସ୍:

ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରର କର୍ମଚାରୀ ମାନଙ୍କୁ ନେଇ ବ୍ୟାଡମିଣ୍ଟନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ): ଆଜି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ଠାରେ ମାତୃ ଓ ଶିଶୁ ସାସ୍ଥ୍ୟକେନ୍ଦ୍ର ପରିସରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡୁଙ୍ଗୁରିପାଲି ଓ ବିଭିନ୍ନ ପ୍ରାଥମିକ ସାସ୍ଥ୍ୟକେନ୍ଦ୍ର ତଥା ସାସ୍ଥ୍ୟ ଉପକେନ୍ଦ୍ରର କର୍ମଚାରୀମାନଙ୍କ ମଧ୍ୟରେ ଏକ ଦିବସୀୟ ବ୍ୟାଡମିଣ୍ଟନ ଖେଳ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ର ଡୁଙ୍ଗୁରିପାଲି ର ଅଧୀକ୍ଷକ ଡା ରବିନ୍ଦ୍ରନାଥ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନି ସଭାରେ ଡୁଙ୍ଗୁରିପାଲି ଥାନା ସହ ଅଧିକାରୀ ଟଙ୍କଧର ଛତ୍ରିଆ ମୂଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସମୟ ବାହାର କରି ଖେଳକୁଦ କରିବାଦ୍ୱାରା ଶରୀର ସୁସ୍ଥ ରହିଥାଏ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ବ୍ରହ୍ମକୁମାରୀ ଡୁଙ୍ଗୁରିପାଲି ଉପକେନ୍ଦ୍ରର ସଂଚାଳିକା ଭଉଣୀ ସୁଭାସିନି ଯୋଗଦେଇ କହିଥିଲେ ଯେ ହାର ଜିତ ଜୀବନର ଏକ ଅଙ୍ଗ । ସବୁ ପରିସ୍ଥିତିରେ ଖୁସୀ ରହିଲେ ଜୀବନରେ ଶାଢି ପ୍ରାପ୍ତ ହୋଇଥାଏ । ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡା.ସରୋଜ କୁମାର ସେଠ୍ ଆଜିର ଏହି ଦିନକୁ ତାଙ୍କ ଜୀବନର ଏକ ସୁନ୍ଦର ମୁହୁର୍ତ ବୋଲି କହିବା ସ‌ହ ନିୟମିତ ଭାବେ ଖେଳ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଡା ରବିନ୍ଦ୍ରନାଥ ପଣ୍ଡା, ତା ଅକ୍ଷୟ କୁମାର ବାରିକ, ଡା ଆନନ୍ଦ କୁମାର ମେହେର, ତା ସୁରଜ ଚୌଧୁରୀ, ଶ୍ରୀ ଶେଷଦେବ ଥନାପତି(ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ), ରବିନ୍ଦ୍ର ମହାନ୍ତି (ଫାର୍ମାସି ଅଧିକାରୀ), ହରିଶ୍ଚନ୍ଦ୍ର ସୁନା (ସାସ୍ଥ୍ୟ ପରିଦର୍ଶକ), ବିଦ୍ୟାଧର ସାହୁ (ଚକ୍ଷୁ ସହାୟକ), ସାସ୍ଥ୍ୟକର୍ମୀ ପ୍ରକାଶ ସାହୁ, ପ୍ରଭାସ ଚନ୍ଦ୍ର ପଧାନ, ହେମନ୍ତ ମେହେର, ପ୍ରଦୀପ ସାହୁ , ସୌମ୍ୟରଂଜନ ମେହେର (ଏସ.ଟି.ଏସ୍), ଗୋପାଳ ବସ୍ତିଆ (ନସିଂ ଅଧିକାରୀ), ଉଦୟ ମେଣ୍ଡଲି, ଅମିତ ବାରିକ, ଭୋଲାନାଥ ଡୁଙ୍ଗୁରି, ସୁଦାମ ଡୁଙ୍ଗୁରି, ମନମୋହନ ଦାଶ, ଆୟୁଷ ଅଂଶୁମାନ ସାହୁ ପ୍ରମୁଖ ଖେଳରେ ଭାଗ ନେଇଥିଲେ । ତା.ଆଲୋକ ରଂଜନ ଫଡା ଖେଳ ପରିଚାଳନା କରିଥିବାବେଳେ ବିଜୟ କୁମାର ଭାଇ ଧାରା ବିବରଣି ପ୍ରଦାନ କରିଥିଲେ । ପ୍ରକାଶ ସାହୁ ଓ ଉଦୟ ମେଣ୍ଡଲି ବିଜୟୀ ହୋଇଥିବାବେଳେ ଶେଷଦେବ ଥନାପତି ଓ ଗୋପାଳ ବସ୍ତିଆ ରନର୍ସ ହୋଇଥିଲେ । ଅଧୀକ୍ଷକ ଡା ରବିନ୍ଦ୍ରନାଥ ପଣ୍ଡା, ବରିଷ୍ଠ ଭେଷଜ ବିଶେଷଜ୍ଞ ତା ସଂଜୟ କୁମାର ପଧାନ ଓ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡା.ସରୋଜ କୁମାର ସେଠ୍ ବିଜୟୀ ଓ ରନର୍ସ ହୋଇଥିବା ଖେଳାଳିଙ୍କୁ ପୁରସ୍କୃତ କରିବା ସହ ଉତ୍ସାହିତ କରିଥିଲେ । ବିମିଏମ୍ ନାରାୟଣ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ନେତ୍ରାନନ୍ଦ ଗୁରୁ, ଉମାକାନ୍ତ ଜୁଆଡି, ହରି ନାଗ, ହରିବୋଲ ଛତ୍ରିଆ, ମୋତିଲାଲ ଖମାରୀ, ରାଜେଶ, ଭିମସେନ ଲୁହା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

0
0
0
s2sdefault