ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୩୯ତମ ବର୍ଷିକ କ୍ରୀଡା ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୯ ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଜାନୁୟାରୀ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ହେବାକୁ ଥିବା କ୍ରୀଡ଼ା ପ୍ରତିଯୋଗିତାକୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ଡ଼ଃ ମନୋଶ୍ଵିନୀ ଦାସ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।
ପ୍ରଭାତରେ ଶିକ୍ଷା ଅନୁଷ୍ଠାନ ର ସମସ୍ତ ଶିକ୍ଷକ , ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରୀ ମାନେ ନିକଟସ୍ଥ ମନ୍ଦିର ରୁ ମଶାଲ ଯାତ୍ରା କରି ଏହି କ୍ରୀଡ଼ା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।
କ୍ରୀଡ଼ା ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ପଣ୍ଡା କ୍ରୀଡ଼ା କାର୍ଯ୍ୟକ୍ରମ କୁ ଆଗେଇ ନେଇଥିଲେ। କ୍ରୀଡ଼ା ଦାୟିତ୍ୱ ଥିବା ଉପ-ସଭାପତି ଯଥା ଇତିହାସ ବିଭାଗର ବରିଷ୍ଠ ଅଧ୍ୟାପକା ଡ଼ଃ ନୃସିଂହ ପ୍ରସାଦ ପାଣିଗ୍ରାହୀ କ୍ରୀଡ଼ା କାର୍ଯ୍ୟକ୍ରମ ର ତଦାରଖ କରିଥିଲେ। ଦୌଡ ପ୍ରତିଯୋଗିତା , ଉଚ୍ଚ ଡିଆଁ , ଲମ୍ବ ଡିଆଁ , ସଟ୍ ଫୁଟ୍ , ଜାବଲିନ , କବାଡି ଆଦି ଖେଳ ପ୍ରତିଯୋଗିତା ରେ ବହୁ ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ବରିଷ୍ଠ ଅଧ୍ୟାପକ ଡ଼ଃ ମହେନ୍ଦ୍ର ରହିତ , ଡ଼ଃ ବାଗ୍ମି ରଞ୍ଜନ ସାଣ୍ଡ , ଭଗବାନ ସାର୍ , ତେଜା ସାର୍ ଓ ଅନ୍ୟ ଅଧ୍ୟାପିକା ମାନେ ସକ୍ରିୟ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

0
0
0
s2sdefault