ବିଭିନ୍ନ ସ୍ଥାନରେ "ଜାତୀୟ ଯୁବ ଦିବସ " ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ "ଜାତୀୟ ଯୁବ ଦିବସ " ପାଳିତ ହୋଇଯାଇଛି। ବିଦ୍ୟାଳୟର ଯୁବ ରେଡ଼କ୍ରସଏବଂ ରେଡ ରିବନ କ୍ଲବ , ଭାରତ ସ୍କାଉଟ ଓ ଗାଇଡ଼ ଏବଂ ଜାତୀୟ ସେବା ଯୋଜନା ଶାଖାର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ପୌରହିତ୍ୟ କରିଥିଲେ। ବରିଷ୍ଠ ପ୍ରଶାସନିକ ଅଧିକ୍ଷକ କୁମୁଦ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ବିବେକାନନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଳ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିବା ସହିତ ଯୁବ ସମାଜ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଷ୍ଟ୍ର ଗଠନରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ସାଂସ୍କୃତିକ ପରିଷଦର ଉପ- ସଭାପତି ଦେବେଶ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଏବଂ ଯୁବ ରେଡ଼କ୍ରସ ଉପଦେଷ୍ଟା ସୁଶାନ୍ତ କୁମାର ଲେଙ୍କା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମଞ୍ଚାସିନ ଜାତୀୟ ସେବା ଯୋଜନା ଅଧିକାରୀ ଦୀପୁ ଭୂୟାଁ, ଭାରତ ସ୍କାଉଟ ଓ ଗାଇଡ଼ ଶାଖାର ରୋଭର ଲିଡର ପି ଦିପକ ରାଓ, ଯୁବରେଡ଼କ୍ରସ ସହ ଉପଦେଷ୍ଟା ସ୍ୱରୂପାରାଣୀ ବିଶ୍ୱାଳ ଏବଂ ବିଦ୍ୟାର୍ଥୀ ସମ୍ବଳ ବିକାଶ ଯୋଜନା ଭାରପ୍ରାପ୍ତ ଅଧ୍ୟାପକ ତ୍ରିନାଥ ବେହେରା ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ଯୁବ ଦିବସ ଆଭିମୁଖ୍ୟ ଏବଂ ବିବେକାନନ୍ଦଙ୍କ ନୀତି ଆଦର୍ଶର ସ୍ମୃତିଚାରଣ କରିଥିଲେ।
ରେଡ଼କ୍ରସ ଏବଂ ରେଡରିବନ ଶାଖା ତରଫରୁ ହୋଇଥିବା ଏଚ. ଆଇ. ଭି. ପ୍ରତିଯୋଗିତା ରେ ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ତତ ସହିତ ବର୍ଷ ତମାମ ବିଦ୍ୟାର୍ଥୀ ସମ୍ବଳ ବିକାଶ ଦ୍ୱାରା ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ପ୍ରଥମବର୍ଷ ବିଜ୍ଞାନ ଛାତ୍ରୀ ବିଜଲୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ଚିତାକର୍ଷକ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ପ୍ରମୁଖ ଯଥାକ୍ରମେ ଜୟଶ୍ରୀ ସେଠି, ସୌମେନ୍ଦୁ ପଣ୍ଡା, ପ୍ରଦୀପ ଦିଗାଲ, ଗାଙ୍ଗୁଲି ପାଲଟାସିଂ,ଗଙ୍ଗାଧରରଣା,ଯମୁନା ଖୁଣ୍ଟିଆ, ଶିବାନୀ ନାୟକ , ରାମଚନ୍ଦ୍ର ନାୟକ,ମହେଶ୍ୱର ଗୌଡ଼, ସନ୍ତୋଷ ବିଶ୍ୱାଳ, ବଳରାମ ଗୌଡ଼, ରମେଶ ଚନ୍ଦ୍ର ବିଶୋଇ, ସନ୍ତୋଷ ବିଷୋୟୀ,ପ୍ରତିମା ନାଇକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ I ସେହିପରି ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବାଯୋଜନା ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି, ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ସାମଲଙ୍କ ପୌରାହିତ୍ୟରେ ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଅଛି I କାର୍ଯ୍ୟକ୍ରମକୁ ଗଣିତ ବିଭାଗର ଅଧ୍ୟାପକ ଅମୁଲ୍ୟ କୁମାର ପଣ୍ଡା ପରିଚାଳନା କରିବା ସହିତ ଯୁବକ ମାନଙ୍କ ଭିତରେ ରହିଥିବା ପ୍ରତିଭା ବିକଶିତ ଓ ଯୁବ ଶକ୍ତିର ବିକାଶରେ ଦେଶର ଉନ୍ନତି ହୋଇପାରିବ ବୋଲି ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ I ସଂଜୟ କୁମାର ପଣ୍ଡା ଜାତୀୟ ଯୁବ ଦିବସ ବିଷୟରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ I ଜାତୀୟ ସେବା ଯୋଜନା ଅଧିକାରୀ ସୀମାଞ୍ଚଳ ମହାନ୍ତି ଜାତୀୟ ଯୁବ ଦିବସ ବିଷୟରେ ସଚେତନ ବାର୍ତ୍ତା ପ୍ରଦାନ କରିବା ସହିତ ଛାତ୍ର ଛାତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ I କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ I

0
0
0
s2sdefault